ହେଡଲାଇନସ୍:

ସ୍ବେଚ୍ଛାକୃତ ଅବସର ନେଇ ବିଜେପିରେ ସାମିଲ ହେଲେ ରାଜ୍ୟସରକାରଙ୍କ  ବରିଷ୍ଠ ଅଧିକାରୀ ଅଖିଳ ନାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର(ସଂଜୀବ ନାୟକ)

 ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିତ ପରାମର୍ଶଦାତା ତଥା ଯୁଗ୍ମ ଶାସନ ସଚିବ ଅଖିଳ ଚନ୍ଦ୍ର ନାୟକ ଗତକାଲି ସ୍ୱେଚ୍ଛାକୃତ ଅବସର ନେଇ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦୁଝର ଜିଲ୍ଳା ପାଟଣା ନିର୍ବାଚନ ମଣ୍ଡଳୀ ତୁରୁମୁଙ୍ଗା ଗ୍ରାମର ଶ୍ରୀ ନାୟକ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ବସନ୍ତ  ପଣ୍ଡାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । ଶ୍ରୀ ପଣ୍ଡା ଦଳୀୟ ଟୋପି ଏବଂ ଉତରୀୟ ପିନ୍ଧାଇ ତାଙ୍କୁ ଦଳରେ ସାମିଲ କରାଇଛନ୍ତି । 

ଶ୍ରୀ ନାୟକ ସରକାରୀ ଚାକିରି ଜୀବନରେ ଥିବାବେଳେ ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ହୋଇ ସମାଜସେବା କରି ଆସୁଥିଲେ । ସେ ରାଜ୍ୟ ‘ବାଥୁଡି’ ଜନଜାତି ସମାଜର ରାଜ୍ୟ ଉପଦେଷ୍ଟା ଅଛନ୍ତି । ଅନସୂଚିତ ଜନଜାତି ଜାତୀୟ ମହାଧିବେଶନର ପୂର୍ବରୁ ତାଙ୍କର ଯୋଗଦାନ ଦଳକୁ ଆହୁରି ଶକ୍ତି ଦେବ । ଏହି ମିଶ୍ରଣ ଦ୍ୱାରା କେନ୍ଦୁଝର ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ଦଳ ଆହୁରି ମଜବୁତ୍ ହେବ ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି  । ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ, କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ ଏବଂ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault