ହେଡଲାଇନସ୍:

"ଆପଣମାନଙ୍କ ଶ୍ରଦ୍ଧା ଭୁଲିପାରିବିନି, ଜିତିଲେ ସେବା କରି ରୂଣ ଶୁଝିବି"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସ୍ୱାଧୀନ ପ୍ରାର୍ଥୀ  ରାଜୁ ଘିବେଲାଙ୍କର ଝାରବନ୍ଧରେ "ହିସାବ ମାଗୁଛି ଝାରବନ୍ଧ ଜନତା" କାର୍ଯ୍ୟକ୍ରମ

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଅଂଚଲରେ ଏବେ ନିର୍ବାଚନ ମାହୋଲ ଗରମ ହେଲାଣି,ନିର୍ବାଚନୀ ମାହୋଲରେ ଉଠୁଛି ପଡୁଛି ସାରାଅଞ୍ଚଅଂଚଲ । ଏହି କ୍ରମରେ ନିଜକୁ ସ୍ୱାଧିନ ବିଧାୟକ ପ୍ରାର୍ଥୀ ଘୋଷଣା କରିଥିବା ରାଜୁ ଘିବେଲା ଝାରବନ୍ଧରେ ଏକ ସଭାରେ ଆୟୋଜନ କରିଥିଲେ , “ହିସାବ ମାଗୁଛି ଝାରବନ୍ଧ ଜନତା” । ଏହି ସଭାରେ ଝାରବନ୍ଧ ବ୍ଲକର ହଜାର ହଜାର ଲୋକଙ୍କ ଜନସମାଗମ ହୋଇଥିଲାା  ତାଙ୍କ ଅଭିଭାଷଣର କେନ୍ଦ୍ରବିନ୍ଦୁଥିଲା କି କିପରି ରାଜନେତାମାନେ କେବଳ ପ୍ରତିଶୃତି ଦେଇ ବାରମ୍ବାର ବିଧାୟକ ହେଉଛନ୍ତି ଏବଂ ଲୋକଙ୍କ ପାଇ କାମ କରୁନାହାନ୍ତି ଏବଂ ଜିତିିବା ପରେ ନିଜଦଳ ଓ ନିଜର କିପରି ଆର୍ଥିକ ଉନ୍ନତି ହେବ ସେଥୀପ୍ରତି ବେଶିଧ୍ୟାନ ଦେଉଛନ୍ତି ଯ ଦ୍ୱାରା କି ଜନତାଙ୍କ କୌଣସି ପ୍ରକାରର ଉନ୍ନତି ହେଉନାହିଁ  । ତେଣୁ ଏକ ସ୍ୱାଧିନ ପ୍ରାଥୀକୁ ବିଜୟୀ କରାଇବା ଦ୍ୱାରା ସେ କେବଲ ଲୋକଙ୍କ ଉପରେ ନିର୍ଭରଶିଲ ରହିବେ ଏବଂ ଲୋକଙ୍କ ଚାପରେ ରହିବ ତେଣୁ ତାଙ୍କୁ ଭୋଟ ଦେବା ପାଇଁ ଗୁହାରି କରିଥୀଲେ । ଏହି ସଭାରେ ଥିବା ମହିଲା ଏବଂ ପୁରୁଷ ତାଙ୍କର ଏହି ଭାବନାକୁ ସର୍ମଥନ ଜଣାଇଥିଲେ ଏବଂ ଏହାସହ ଲୋକ ତାଙ୍କୁ ୧୦୦,୨୦୦,୫୦୦ ଟଙ୍କା ର ସହାୟତା ମଧ୍ୟ କରିଥିଲେ । ଯାହାକୁ ସେ ସମ୍ମାନସହ ଗ୍ରହଣ କରିଥିଲେ ଏବଂ ବିଜୟୀ ହେବା ପରେ ସେ ଲୋକଙ୍କର ସେବାକରି ଏହି ରୂଣ ପରିଶୋଧ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

0
0
0
s2sdefault