ହେଡଲାଇନସ୍:

 ବିଜେପିର ଜବାବ ଦେଲା ବିଜେଡି : ଆମର ଦୁଇ ତ ତମର ବି ଦୁଇ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜନୈତିକ ପ୍ରତିସ୍ପର୍ଦ୍ଧାର ଖେଳ ଆରମ୍ଭ 

ଭୁବେନେଶ୍ୱର : ରାଜନୈତିକ ପ୍ରତିସ୍ପର୍ଦ୍ଧାର ଖେଳ ଆରମ୍ଭ ହୋଇଗଲା ରାଜ୍ୟରେ | ବିଜେପି ବନାମ ବିଜେଡି ...ସିବିଆଇ ବନାମ ଓଡିଶା ପୋଲିସ | ଦୁଇଟିଯାକ ଶୁଆ ଏବେ ବାହାରିଛତି ପଞ୍ଜୁରୀରୁ |  ଏତେଦିନ ହେଲା ଶୋଇ ରହିଥିବା ସିବିଆଇ ଏବେ ଭୋଟ ପାଖେଇବା ବେଳକୁ ସକ୍ରିୟ ହୋଇ ପଡିଥିବା ବେଳେ   ବିଜେପିର ଜବାବ ଦେଲା ବିଜେଡି | ସିବିଆଇ ନବୀନ ବାବୁଙ୍କ ୟଙ୍ଗ ବ୍ରିଗେଡର ଦୁଇ ଫରୱାର୍ଡ଼ ଖେଳାଳି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଆଉ ଡ଼ ଅରୁଣ  ସାହୁଙ୍କୁ ନୋଟିସ ଜାରି କରିଥିବା ବେଳେ ବିଜେଡି ବି ତାର କଡା ଜବାବ ଦେଇଛି | ସେପଟେ ଛତ୍ରପୁର ଲକ୍ଷ୍ମୀଦତ୍ତ ମର୍ଡର ମାମଲାରେ ପୋଲିସ ନୋଟିସ ଜାରି କରିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ   ବାଁ ଆଉ ଡାହାଣ ହାତ ଭାବେ ବିବେଚିତ ହେଉଥିବା ଦୁଇ ଟାଣୁଆ ଆଗ ଧସିର ନେତା ଭୃଗୁ ବକ୍ସିପାତ୍ର ଆଉ ଗୋଲୋକ ମହାପାତ୍ରଙ୍କୁ | ବାହାରକୁ ସାଧାରଣ ସିବିଆଇ ଓ ପୋଲିସ ନୋଟିସ କୁହ ଯାଉଥିବା ବେଳେ ଏହା ଅଦୃଶ୍ୟ ଭାବେ ବିଜେପି -ବିଜେଡି ବା କେନ୍ଦ୍ର -ରାଜ୍ୟ ସରକାର ମଧ୍ୟରେ ଛକାପଞ୍ଜା ବୋଲି ରାଜନୈତିକ ମହଲରେ ଚର୍ଚା ହେଉଛି | ବିଜେଦି ପରୋକ୍ଷରେ ବିଜେପିକୁ ଜଣେଇ ଦେଇଛି ଦମ  ଅଛି ତ  ବାନ୍ଧ, ତମେ ଖେଳିଲେ ଆମକୁ ବି ଖେଳ ଆସେ | 

ଛତ୍ରପୁର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପିର ଦୁଇ ନେତାଙ୍କୁ ଓଡ଼ିଶା ପୋଲିସର ନୋଟିସ୍ ।  ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏବଂ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କୁ  ଛତ୍ରପୁର ଥାନାରେ ଆସନ୍ତା ୭ ଏବଂ  ୯ ତାରିଖରେ ହାଜର ହେବାକୁ ଓଡ଼ିଶା ପୋଲିସ ଜାରି କରିଛି | ଏଠାରେ ମନେ ପକାଇ ଦିଆଯାଇପାରେ  ବିଜେଡି ଯୁବ ନେତା ତଥା ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନଏସିର ବିଜୁ ଜନତା ଦଳ କାଉନ୍ସିଲ୍ର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ କିଛି ଦୁର୍ବୃତ୍ତମାନେ ସଙ୍ଘବଦ୍ଧ ମରଣାନ୍ତକ ଆକ୍ରମଣ କରିଥିଲେ ୨୦୧୭ ସେପ୍ଟେମ୍ବର ୧୬ରେ । ଗୁରୁତର ଅବସ୍ଥାରେ ବ୍ରହ୍ମପୁରସ୍ଥିତ  ଏମ୍କେସିଜି ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ  ଲକ୍ଷ୍ମୀଦତ୍ତଙ୍କ ମୃତ୍ୟୁ ହୋଇଥିଲା।  ଏହାପରେ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡର ଅଭିଯୁକ୍ତ କୃଷ୍ଣ ନାୟକ ଓ ଦୁର୍ଯ୍ୟୋଧନ  ରେଡ୍ଡିଙ୍କୁ ଗିରଫ କରିଥିଲା ପୋଲିସ ।  ଏହି ହତ୍ୟାକାଣ୍ଡ ମାମଲାରେ ବିଜେପି ନେତା ଗୋଲକ ମହାପାତ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଯେଉଁଥିପାଇଁ ଛତ୍ରପୁର ଥାନାରେ ପୂର୍ବରୁ ଗୋଲକ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଥିଲେ । ଏବେ ଆଉ ଜଣେ ରାଜ୍ୟ ବିଜେପିର ଟାଣୁଆ ନେତା ଭୃଗୁ ବକ୍ସିପାତ୍ରଙ୍କ ନାଁ ମଧ୍ୟ ଏହି ମାମଲାରେ ଛନ୍ଦି ହୋଇପଡ଼ିବା ଘଟଣା ପୁରା ରାଜ୍ୟ ରାଜନୀତିକୁ ଗରମ କରି ଦେଇଛି | 

0
0
0
s2sdefault