ହେଡଲାଇନସ୍:

ଜବାବ ମାଗୁଛି ଓଡିଶା ବିଶାଳ ଜନସମାବେଶରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ମୁନିଗୁଡା ଠାରେ “ଜବାବ ମାଗୁଛି ଓଡିଶା” ବିଶାଳ ଜନ ସମାବେଶରେ ଯୋଗଦେଇ ଜୟ ମାଁ ମାଝୀଘୋରିଆଣି କହି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ପେଟ୍ରୋଲିଅମ  ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ଋଣଭାର ବଡୁଥିବା ବେଳେ ଏହାର ପ୍ରଭାବ ରାଜ୍ୟର ମୁଣ୍ଡପିଛା କେତେ ହଜାର ଲେଖାଏଁ ପଡୁଅଛି ବୋଲି ପ୍ରଶ୍ନ କରି ସଭାମଞ୍ଚରେ କହୁଥିବା ବେଳେ ରାଜ୍ୟସରକାରଙ୍କୁ ଅପାରଗତା, ଦୁର୍ନୀତଗ୍ରସ୍ତ , ମିଛୁଆ ସରକାରର ଆକ୍ଷେପ କଲେ ଶ୍ରୀ ପ୍ରଧାନ । ଏ ସରକାରର ୧୮ ବର୍ଷ ଶାସନକାଳରେ ରାଜ୍ୟର ବିଭିନ୍ୟ ଜିଲ୍ଲାମାନଙ୍କରେ ଶିକ୍ଷକ, ଡାକ୍ତର, ମୌଳିକ ଅସୁବିଧାର ଅଭାବ ଦେଖିବାକୁ ମିଳୁଛି । “ହକି” ଖେଳରେ ଅଭିନେତା ମାନଙ୍କୁ କୋଟି କୋଟି ଟଙ୍କା ଦେବାପାଇଁ ଟଙ୍କାଅଛି କିନ୍ତୁ ରାଜ୍ୟର ଶିକ୍ଷ୍କମାନଙ୍କୁ ଦରମା ଦେବାରେ ଟଙ୍କା ନାହିଁ ମିଲର ମାନଙ୍କ ସହିତ ମଧୂ ଚନ୍ଦ୍ରିକା ଖେଳ ଖେଳୁଥିବା ବେଳେ ଚାଷିଙ୍କୁ ଧାନର ଉଚିତ ପରିମାଣର ମୂଲ୍ୟ ଦେବାରେ ଅକ୍ଷ୍ମ ସାଜିଛନ୍ତି । “କାଳିଆ” ଯୋଜନାକୁ ରାଜ୍ୟ ସରକାରଙ୍କ ୧୮ ବର୍ଷ ଶାସନକାଳରେ “ବାହାଘର ବେଳେ ବାଇଗୋଣ ରୂଆ” ଏହି ଯୋଜନା ବୋଲି କଟାକ୍ଷ୍ୟ କରିଥିଲେ ଶ୍ରୀ ପ୍ରଧାନ । ଏଠାକାର ଯୁବକମାନଙ୍କୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ବାଧ୍ୟ କରୁଛନ୍ତି ଏ ସରକାର । ରାୟଗଡା ଜିଲ୍ଲାର ନିୟମଗିରିଖଣିକୁ ବେଦାନ୍ତ, ଆଦିତ୍ୟ ବିର୍ଲାଙ୍କର ନା ନିୟମଗିରିରେ ବସବାସ କରୁଥିବା ଆଦିବାସୀଙ୍କର ବୋଲି ପ୍ରଶ୍ନ କରିଥିଲେ । ସ୍ଵଚ୍ଛ ପାଣି ଲୋକଙ୍କୁ ଯୋଗେଇ ଦେବାରେ ୩ ହଜାର କୋଟି ଖର୍ଚ୍ଚ କରିଥିବା ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ଏଠାକାର ଲୋକ ପାଣି ବୁନ୍ଦାଏ ମଧ୍ୟ ପାଉନାହାନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏଠାକାର ପାଗ ଖରାପ ସ୍ବତ୍ତେ “ଜବାବ ମାଗୁଛି ଓଡିଶା” ବିଶାଳ ସମାବେଶରେ ଶ୍ରୀ ପ୍ରଧାନଙ୍କ ଯୋଗଦାନକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏହିକାର୍ଯ୍ୟକ୍ରମରେ ଶ୍ରୀ ଭୃଗୁ ବକ୍ସିପାତ୍ର, ଶ୍ରୀ ଶିବ ଶଙ୍କର ଉଲ୍ଲାକା, ଶ୍ରୀ ରାମବେହେରା, ଶ୍ରୀ ଜୟରାମ ପାଙ୍ଗି, ଶ୍ରୀ ସାରଙ୍ଗଧର କାଡ୍ରାକା , ଶ୍ରୀ ବସନ୍ତ ଉଲ୍ଲାକା ସମେତ ବହୁ କର୍ମକର୍ତ୍ତା ଯୋଗଦେଇ ଥିବା ଦେଖିବାକୁ ମିଳିଥିଲା ।

 

0
0
0
s2sdefault