ହେଡଲାଇନସ୍:

ଦେଓଗାଁ ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କଲେ ନରସିଂହ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର (ନିରୋଜ ମିଶ୍ର) : ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭା ର ବିରୋଧି ଦଳ ନେତା ନରସିଂହ ମିଶ୍ର ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପରିଦର୍ଶନରେ ଯାଇଥିଲେ । ଆରମ୍ଭରୁ ପିଲାତିମହୁଲ ଗ୍ରାମର ଚର୍ଚ୍ଚ ପରିସରରେ ଏକ କମ୍ୟୁନିଟି ସଭାଗୃହ ଶୁଭ ଉଦ୍ଘାଟନ ବିଧାୟକ ଶ୍ରୀ ମିଶ୍ରଙ୍କ ହାତରେ କରାହୋଇଥିଲା । ପରେ ପରେ ଡୁମେରପିଟା ଗ୍ରାମର ମଣ୍ଡପ ଏବଂ ହରିଜନପଡା ଠାରେ ସ୍ଥାନୀୟ ଲୋକଙ୍କ ସହ ଅଞ୍ଚଳର ଅଭାବ ଅସୁବିଧା ବାବଦରେ ଶ୍ରୀ ମିଶ୍ର ଆଲୋଚନା କରିଥିଲେ । ପରେ  ଚିପାକାନି ଠାରେ ଏକ ସାଧାରଣସଭାରେ ଉପସ୍ଥିତ ଲୋକେ ବିଧାୟକଙ୍କୁ ତାଙ୍କର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଉଚ୍ଛର୍ଷିତ ସମ୍ବର୍ଦ୍ଧନା ଦେଇଥିଲେ । ଉକ୍ତ ସଭାରେ ଶ୍ରୀ ମିଶ୍ର ଲୋକଙ୍କ ଉଦ୍ଦେଶ୍ୟରେ କହିଥିଲେ ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସ ସରକାର ଆସିଲେ ରାଜ୍ୟର ଛାତ୍ର ଯୁବକ କୃଷକ ଶ୍ରମିକମାନଙ୍କ ପାଇଁ ବିଶେଷ ଧ୍ୟାନ ଦିଆଯିବ । ସଦ୍ୟ ସମାପ୍ତ ହୋଇଥିବା ତିନୋଟି ରାଜ୍ୟରେ ଗଠିତ କଂଗ୍ରେସ ସରକାର ଯେପରି କୃଷକମାନଙ୍କ ପାଇଁ ତାର ପ୍ରଥମ ପଦକ୍ଷେପ ସ୍ୱରୁପ କୃଷିଋଣ ମାଫ କରିଥିଲେ,  ସେପରି ଓଡିଶାରେ ମଧ୍ୟ କଂଗ୍ରେସ ସରକାର ଗଠନ କଲେ ପ୍ରଥମ ଦିନରେ ହିଁ କୃଷକଙ୍କ କୃଷିଋଣକୁ ମାଫ କରାଯିବ । ତାର ସହିତ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ୨୬୦୦ ଟଙ୍କା କରାଯିବ । ପ୍ରତ୍ୟେକ ଚାଷୀଙ୍କୁୁ ସୌର ଚାଳିତ ପମ୍ପ ଦିଆଯିବା ସହ ଏକର ପିଛା ଚାଷୀମାନଙ୍କୁ ଚାଷକାମ ପାଇଁ ଆର୍ଥିକ ସାହାଯ୍ୟ ଦିଆଯିବ । ବାର୍ଦ୍ଧକ୍ୟ ତଥା ବିକଳାଙ୍ଗ ଭତ୍ତାକୁ ଯାହା ୩୦୦ ଓ ୫୦୦ ଟଙ୍କା ଅଛି ତାହା ୧୫୦୦ ଏବଂ ୨୦୦୦ ଟଙ୍କାକୁ ବୃଦ୍ଧି କରାଯିବା ସହ ବେକାର ଯୁବକମାନଙ୍କୁ ନିଯୁକ୍ତି ନ ପାଇବା ଯାଏଁ ବେକାରୀ ଭତ୍ତା ପ୍ରଦାନ କରାଯିବ । ନିଜ ଉଦ୍ବୋଧନରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ ସଦ୍ୟ ସମାପ୍ତ ହୋଇଥିବା ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ରାଜ୍ୟ ଲକ୍ଷ ଲକ୍ଷ ଛାତ୍ର, ଯୁବକ, ଶ୍ରମିକ ଓ କୃଷକମାନଙ୍କ ଭିତରେ ନୂତନ ଆଶା ସଂଚାର କରିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗତ ନିର୍ବାଚନର ପ୍ରତିଶୃତିରେ ଫେଲ ହେବାରୁ ଆମର ଜନସାଧାରଣ ବର୍ତ୍ତମାନ ଘୋର ଦୁର୍ଦ୍ଧଶାର ସମ୍ମୁଖିନ ହେଉଛନ୍ତି । ସେଥିରୁ ମୁକୁଳିବାକୁ ହେଲେ କଂଗ୍ରେସ ଦଳର ହାତମୁଠାକୁ ଟାଣ କରିବାକୁ ହେବ ବୋଲି ଶ୍ରୀ ମିଶ୍ର ନିଜ ଉଦ୍ବୋଧନରେ କହିଥିଲେ । ପରେ ରାମଚନ୍ଦ୍ରପୁରର ପଲ୍ଲିଶ୍ରୀ ହାଇସ୍କୁଲ ପଡିଆରେ ଏକ ଫୁଟବଲ ମ୍ୟାଚରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଜୟୀ ଦଳ ନକଟାସର ଏବଂ ଉପ-ବିଜେତା ଦଳ ଚନ୍ଦ୍ରପୁରକୁ ନଗଦ ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ମହିଳା କଂଗ୍ରେସ ସଭାନେତ୍ରୀ ରେଣୁକା ପାତ୍ର,  ବିଧାୟକଙ୍କ ପ୍ରତିନିଧି କାନ୍ତେଶ୍ୱର ପ୍ରଧାନ, ଜୋନ ସଭାପତି ରାମଜୀ ଚୈାଧୁରୀ, ବ୍ଲକ ସଭାପତି ଯୋଗେଶ୍ୱର ସାହୁ, ରାମଚନ୍ଦ୍ରପୁର ସରପଞ୍ଚ  ଗୋ÷÷ର ଚନ୍ଦନ, ସମିତି ସଭ୍ୟା ବୁବୁନି ବାଗ, ପିଣ୍ଟୁ ପୋଡ, ବ୍ଲକ ଯୁବକଂଗ୍ରେସ ସଭାପତି ସଂଜିବ ସାହୁ, ଦିପକ ବାରିକ, ନବ ରଣା, ମୋତି ହରିପାଲ ଏବଂ କଂଗ୍ରେସ ନେତା ଭାଗ୍ୟବାନ କର୍ମୀ ଉପସ୍ଥିତ ଥିଲେ ।

 

0
0
0
s2sdefault