ହେଡଲାଇନସ୍:

ସ୍ବାଧୀକାର ଭଙ୍ଗ : କଣ ବାସ୍ତବତା ବା ସତ୍ୟ, ତାହା କହିବ ଭବିଷ୍ୟତ  

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ବିଧାନସଭାରେ ସ୍ବାଧୀକାର ଭଙ୍ଗ ପ୍ରସଙ୍ଗ ଉପରେ ଏବେ କାଠଗଡାରେ ଓଟିଭି | ଭୁଲ କାହାର ଠିକ କିଏ ତାହା ତା କରିଥିବା ଲୋକ ଜାଣିଥିବ  | ବିଧାନସଭା ନୀତି ନିୟମ ଅନୁସାରେ " ବିଧାନସଭା ଚଳାଉଛି କିଏ" ରିପୋର୍ଟିଂଟି କେତେଦୂର ଯୁକ୍ତିସଂଗତ ତାହା ତା ବିତର୍କ ଆଉ ସମୀକ୍ଷା ଯୋଗ୍ୟ | ବିଧାୟକ ତାର ବାହିନୀପତିଙ୍କ ଆପତ୍ତି ଉପରେ ବିଧାନସଭା ସ୍ବାଧୀକାର କମିଟି ଦେଇଥିବା ବ୍ୟକ୍ତିଗତ ହାଜିରା ନୋଟିସରେ ସୋମବାର ହାଜର ହୋଇଥିଲେ ଓଟିଭି ମୁଖ୍ୟ ଜାଗି ମଙ୍ଗତ ପଣ୍ଡା | ତାଙ୍କ ଯୁକ୍ତି ସେ ଦର୍ଶାଇଛନ୍ତି, ଆଉ ସ୍ବାଧୀକାର କମିଟି କହିଛନ୍ତି ବ୍ୟାପକ ତର୍ଜ୍ଜମାର ଆବଶ୍ୟକତା ଅଛି | 

ହେଲେ ଏହି ପ୍ରସଙ୍ଗ ଉପରେ ଓଟିଭିରେ ପୂର୍ବରୁ କାର୍ଯ୍ୟରତ ତଥା ଏବେ ରାଜନେତା ପାଲଟିଥିବା ସତ୍ୟଜିତ ମିଶ୍ର ଏ ଉପରେ କିଛି ମତ ରଖିଛନ୍ତି ମାଡାମ ଜାଗୀଙ୍କ ଉଦ୍ଦେଶ୍ୟରେ | ସମ୍ମାନର ସହ ଜଣାଇଛନ୍ତି ଯେ କେମିତି ଖବର ପ୍ରସାରଣ ନାଁରେ କେଟି ହୋଇଛି ନ୍ୟୁଜର କକଟେଲ | ସତ୍ୟ ଯାହା ଆମକୁ କହିଛନ୍ତି ତାହା ଆମେ ଅବିକଳ ଉପସ୍ଥାପନ କରୁଛୁ |

ସତ୍ୟ କହିଛନ୍ତି ,   " Jaggi madamଙ୍କ ପ୍ରତି ମୋର ଗଭୀର ସମ୍ମାନବୋଧ ରହିଛି । ମୁଁ ତାଙ୍କ ଅଧୀନରେ 8 ବର୍ଷ କାମ କରିଛି ମଧ୍ୟ । ସେ ଜଣେ ସ୍ନେହୀ ଓ ଦୃଢ଼ମନା ମହିଳା । ମାତ୍ର ଯେଉଁ ଖବରକୁ ନେଇ ସ୍ୱାଧିକାରଭଙ୍ଗ ହୋଇଛି, ସେ ଉପରେ ଥରେ ସେ ଭାବିବାର ଆବଶ୍ୟକତା ରହିଛି । ଗୃହ ଚଳାଇବାର ଦାୟିତ୍ୱ ବାଚସ୍ପତିଙ୍କର । ସେ ଏ କାର୍ଯ୍ୟରେ secretary କିମ୍ବା ଶାସକଦଳ ମୁଖ୍ୟସଚେତକଙ୍କ ସହାୟତା ନେଇ ପାରିବେ । Rule of buisness ରେ ଏହା ସ୍ପଷ୍ଟ । ଏଥିରେ ଅସ୍ୱାଭାବିକତା ନାହିଁ । ପ୍ରଶ୍ନୋତ୍ତର କାଳରେ, ଯେତେବେଳେ coverage ପାଇଁ mediaଙ୍କୁ ଅନୁମତି ଦିଆ ଯାଇଛି, ସେତେବେଳେ OTV ଏକ visual ଦେଖାଇଛି ଯେ ମୁଖ୍ୟ ସଚେତକଙ୍କ ସହ ପ୍ରଥମେ ସଚିବ କଥା ହୁଅନ୍ତି, ତା ପରେ ବାଚସ୍ପତି କଥା ହୁଅନ୍ତି । ଆଉ ତା ପରେ ଦିନ 3ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ହୁଏ । ଏଥିରେ ଅସୁବିଧା କେଉଁଠି? 1- ବିରୋଧ କରିବାର ଅଧିକାରରୁ ବାଚସ୍ପତି ବିରୋଧୀଙ୍କୁ ବଞ୍ଚିତ କରି ନାହାନ୍ତି । ୨- ମୂଲତବୀ କରିବାର ଅଧିକାର ମଧ୍ୟ ବାଚସ୍ପତିଙ୍କର ରହିଛି, ଯାହା ସେ କରିଛନ୍ତି । କଥା ଏତିକି । ମାତ୍ର ଗୋଟେ VISUAL କୁ ନେଇ ଉତ୍ସାହିତ ହୋଇ ଯାଇଛନ୍ତି ସାମ୍ବାଦିକ ଓ ବାଚସ୍ପତିଙ୍କର ଅଧିକାର ଉପରେ ପ୍ରଶ୍ନ ଚିହ୍ନ ମାରିଛନ୍ତି । ଗୃହକୁ ବାଚସ୍ପତି ଚଳାଉ ନାହାନ୍ତି ବୋଲି ବାଚସ୍ପତିଙ୍କ ଉପରେ ଆରୋପ କରିଛି ସଂସ୍ଥା । ଏହା ବାଦ, ଆଉ ଏକ ଅସତ୍ୟ ମଧ୍ୟ ସାମ୍ନାକୁ ଆସିଛି । କୁହା ଯାଇଛି ଯେ ବିଜେପି ଓ କଂଗ୍ରେସ ମଧ୍ୟ ଗୃହ ଚଳାଇବାକୁ ନାପସନ୍ଦ କରିଛନ୍ତି ।  

      ପ୍ରଶ୍ନ ଉଠେ, ବାଚସ୍ପତିଙ୍କୁ ବିରୋଧୀ ଗୃହ ଭିତରେ ବିରୋଧ କରିଥିଲେ କି? ଯଦି ହଁ, ତେବେ ଏହା ନିଶ୍ଚିତ ଲିପିବଦ୍ଧ(RECORD) ହୋଇଥିବ । ଏ Record କୁ ଦେଖାଇଲେ, OTV ସମ୍ପୂର୍ଣ୍ଣ ଦୋଷ ମୁକ୍ତ ହୋଇଯିବ । ସତ୍ୟଟି ହେଲା, ଗୃହ ଭିତରେ ବିରୋଧାଭାସ ନାହିଁ । ବରଂ ବାଚସ୍ପତି ମୁଲତବୀ କଲା ପରେ ଗୃହତ୍ୟାଗ କରିଛନ୍ତି ବିରୋଧୀ । ତେବେ ବିରୋଧୀ ବରୋଧ କରିବା କରିବା କଥା ଓଟିଭି ଯାହା କହିଛି, ତାର ଆଧାର କେଉଁଠି ? ହଁ, ବିରୋଧୀ ଯାହା କହିଛନ୍ତି, ତା ଗୃହ ବାହାରେ । ତା ଗୃହ ରେକର୍ଡରେ ନାହିଁ । ତେଣୁ OTV ର story ଟି ହେଉଛି, ଗୃହ ଭିତରର visual ଓ ଗୃହ ବାହାରର byte । ବିଧାନସଭା reporting ରେ ଏହା ହେଉଛି ଏକ ମାରାତ୍ମକ cocktail. ମୋର ବିଶ୍ଵାସ, ଯଦି ମୋର ଏ ଲେଖାଟି madamଙ୍କ ନଜରରେ ପଡେ ବା ତାଙ୍କୁ କିଏ ପଢ଼ାନ୍ତି, ତେବେ ସେ ନିଶ୍ଚିତ ଗ୍ରହଣ କରିବେ । ତାଙ୍କ ଉପରେ ମୋର ଦୃଢ଼ ବିଶ୍ୱାସ ଅଛି ଯେ ସେ report ଟିକୁ ବିଶେଷଜ୍ଞ ସାମ୍ବାଦିକଙ୍କୁ ଦେଖାଇବେ ଓ ସାମ୍ବାଦିକତାର ଛାତ୍ରଛାତ୍ରୀମାନଙ୍କୁ ନୂଆ ଦିଗଦର୍ଶନ ଦେବେ ।" 

ଏହା ହେଉଛି ସାତ୍ୟଜିତଙ୍କ ମତ | ହେଲେ କଣ ବାସ୍ତବତା ବା ସତ୍ୟ ତାହା କହିବ ଭବିଷ୍ୟତ |

0
0
0
s2sdefault