ହେଡଲାଇନସ୍:

ବିଂଝାରପୁର ବିଜେପିରେ ନୂଆ-ପୁରୁଣା କଳିର ପ୍ରତିଫଳନ ନବୀନ ନିବାସରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେଡିରେ ଯୋଗ ଦେଲେ ଦୁଇ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଓ ଅନେକ ନିର୍ବାଚିତ ପ୍ରତିନିଧି

ଭୁବନେଶ୍ୱର/ ମାନସୀ ମିଶ୍ର  : ଯାଜପୁର ଜିଲ୍ଲା ବିଂଝାରପୁରରେ ନୂଆ-ପୁରୁଣା ବିଜେପି କଳିର ପ୍ରତିଫଳନ ଦେଖିବାକୁ ନବୀନ ନିବାସରେ | ବିଜେପିର ଦୁଇଜଣ ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡି ଯୋଗ ଦେଇଛନ୍ତି ବିଜେଡିରେ | ସେମାନଙ୍କ କହିବା ଅନୁଯାୟୀ   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବିଧାୟିକା ପ୍ରମିଳା ମଲିକଙ୍କ ନେତୃତ୍ୱରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି |  ଦୁଇ ଜିଲ୍ଲା ପରିଷଦ ସଭ୍ୟଙ୍କ ସହ  ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ବିଜେପି ମଣ୍ଡଳ ସଭାପତିଙ୍କ ସହ ୫୦ରୁ ଅଧିକ  କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ନବୀନ ନିବାସ ଠାରେ ବିଜେଡିରେ ଯୋଗ  ୭ନଂ ଜୋନ୍‍ ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ୨୭ନଂ ଜୋନ୍‍ ଜିଲ୍ଲା ପରିଷଦ ସଭ୍ୟ ଶ୍ରବଣ କୁମାର ଜେନା, ଜିଲ୍ଲା ପରିଷଦ ପ୍ରାର୍ଥୀ ସତ୍ୟଭାମା ମଲ୍ଲିକ, ତାପସ କୁମାର ମହାପାତ୍ର, ଖାନନଗର ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ସମିତି ସଭ୍ୟ ଖିତିରଞ୍ଜନ ନାୟକ, ପୂର୍ବତନ ବିଜେପି ମଣ୍ଡଳ ସଭାପତି ଗଦାଧର ସାହୁ, ପର୍ଶୁରାମ ମିଶ୍ର, ମନୋଜ କୁମାର ବିଶ୍ୱାଳ, ସଂଖ୍ୟାଲଘୁ ମୋର୍ଚ୍ଚାର ଏସ୍‍.କେ. ଆଲ୍ଲାଉଦ୍ଧିନ୍‍, ମହିଳା ମୋର୍ଚ୍ଚାର ତିଳୋତ୍ତମା ବେହେରା, ମଣ୍ଡଳ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, କୃଷକ ମୋର୍ଚ୍ଚାର ଅଲେଖ ଚନ୍ଦ୍ର ମଲ୍ଲିକ, ଯୁବମୋର୍ଚ୍ଚାର ଫକୀର ଚରଣ ସାହୁ, ଶଙ୍କର୍ଷଣ ସାମଲ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବା ଜିଲ୍ଲା ପରିଷଦ ସଭ୍ୟ, ମଣ୍ଡଳ ସଭାପତି ଏବଂ ତାଙ୍କ ସମର୍ଥକଙ୍କୁ ନବୀନ ନିବାସରେ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ବିଜେପିର ନିର୍ବାଚିତ ପ୍ରତିନିଧି, ସଦସ୍ୟ ଏବଂ ତାଙ୍କ ସମର୍ଥକମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଯାଜପୁର ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧିରେ ସହାୟକ ହେବ ।

ଏହି ଅବସରରେ ବିଧାୟିକା ଶ୍ରୀମତୀ ମଲିକ କହିଥିଲେ ଯେ  ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମ ଏବଂ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଆଜି ବିଜେପିର ନିର୍ବାଚିତ ପ୍ରତିନିଧିମାନେ ଓ କର୍ମୀମାନେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ ଆମେ ସମସ୍ତେ ଏକାଠି ହୋଇ ଦଳ ପାଇଁ କାମ କରିବୁ ।

0
0
0
s2sdefault