ହେଡଲାଇନସ୍:

 ଲୋକଙ୍କ ପ୍ରିୟ ସୁଶାନ୍ତ : ଅଚିନ୍ତା ବିଜେଡି , ବିରୋଧୀ ଅଶାନ୍ତ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

   ସୁଶାନ୍ତଙ୍କୁ ନେଇ ଚିନ୍ତାରେ ବିରୋଧୀ : କିଭଳି ରଣନୀତି ଆପଣାଇବେ ନବୀନଙ୍କ ଷ୍ଟାର ଷ୍ଟ୍ରାଇକର 

ବରଗଡ/ଗୌରାଙ୍ଗ ଚରଣ ଦାଶ :- ସାଧାରଣ ନିର୍ବାଚନ ର ପ୍ରକ୍ରିୟା ଆରମ୍ଭ ହେବାକୁ ଆଉ ମାତ୍ର ହାତ ଗଣତି କେଇଦିନ ବାକି ଅଛି । ରାଜ୍ୟରେ କ୍ଷମତା ଦଖଲ ପାଇଁ ସବୁ ରାଜନୈତିକ ଦଳ ପୁରା ଦମରେ ପ୍ରସ୍ତୁତ । ରାଜନୈତିକ  ପାରଦ ଏବେ ଉପରମୁହାଁ | ଜାତୀୟ ସ୍ତରର  ସବୁଦଳର ମଙ୍ଗୁଆଳମାନେ ଏକାକୀ କ୍ଷମତା ହାସଲ କରିବାପାଇଁ ନାନା ପ୍ରକାର କସରତ କରିବା ବହୁ ପୂର୍ବରୁ ଆରମ୍ଭ କରିଦେଇଛନ୍ତି । ସଭା , ରାଲି,. ପୋଷ୍ଟର, ବ୍ୟାନରରେ ଭରିଗଲାଣି ସବୁ ଗଳିକନ୍ଦି | ହେଲେ ସବୁଠି ତା ରାଜନୀତି ଆଉ ନିର୍ବାଚନ ହେବ | କିନ୍ତୁ ଏବେ ସବୁ ଦଳର ଟାର୍ଗେଟରେ ପଶ୍ଚିମ ଓଡିଶା |  କାରଣ ବର୍ତମାନ ସମୟରେ ପ୍ରତ୍ୟେକଟି ମୁହୂର୍ତ୍ତରେ ବଦଳିବାରେ ଲାଗିଛି ପଶ୍ଚିମ ଓଡ଼ିଶାର ରାଜନୈତିକ ବାତାବରଣ । କେଉଁଠି କିଏ ଦଳ ଛାଡ଼ିଲାଣି ତା ଆଉ କିଏ ନୂଆ ଦଳରେ ଯୋଡି ହେଲାଣି | ଆଉ ଏ ପରିସ୍ଥିତ ଲାଗି ରହିବ ଭୀତ ସରିବା ଯାଏ |  ଥରମୋମିଟରରେ ପାରଦ ତଳକୁ ଖସିପାରେ, ହେଲେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇବାରେ  ଲାଗିଛି | ଆଉ ପଶ୍ଚିମ ଓଡ଼ିଶାର ନିଆରା ରାଜନୀତି, ସେଠି ମଧ୍ୟରେ କିନ୍ତୁ ବରଗଡ଼ ଜିଲ୍ଲା | ଆଉ  ବିଜେପୁର  ଉପ ନିର୍ବାଚନ ପରେ ଏହି ଜିଲ୍ଲା ରାଜନୀତି ପାଯାଇଛି ନୂଆ ସଂବେଗ | ଏହି ଜିଲ୍ଲାରେ ରହିଥିବା 5 ଗୋଟି ନିର୍ବାଚନ ମଣ୍ଡଳୀ ଉପରେ ରହିଛି ସମସ୍ତ ରାଜନୈତିକ ଚାଣକ୍ୟ ମାନଙ୍କର ତୀକ୍ଷ୍ଣ ନଜର । ସମସ୍ତେ ନିଜ ନିଜ ଦଳକୁ ବିଜୟୀ କରାଇବା ପାଇଁ ସମସ୍ତ ପ୍ରକାର ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି ପୁରା ଦମରେ । 

          ବିଜେପୁର ଉପ ନିର୍ବାଚନ କେମିତି ଥିଲା,କିଏ ହାରିଲା ଆଉ କିଏ ଜିତିଲା ତାହା ରାଜ୍ୟବାସୀ ଜାଣନ୍ତି | ହେଲେ ସବୁ ରାଜନୈତିକ ଦଳ, ସେଇ ଉପନିର୍ବାଚନରେ ଝାଳନାଳ ହୋଇ ପରିଶ୍ରମ କରିଥିବା ମହାରଥୀ, ରଥୀମାନଙ୍କ ନଜର କିନ୍ତୁ ଆକର୍ଷଣ କରିଥିଲା ଯୁବ ରାଜନୈତିକ ତୀରନ୍ଦାଜ  ତଥା ବିଜୁ ଜନତା ଦଳର ସ୍ଥାନୀୟ ଲୋକପ୍ରିୟ ଯୁବନେତା, ନବୀନଙ୍କ "ୟଙ୍ଗ ବ୍ରିଗେଡ"ର ଭରସାଯୋଗ୍ୟ ମାଷ୍ଟର ବ୍ଲଷ୍ଟର  ଶ୍ରମ ଓ ଶକ୍ତି ମନ୍ତ୍ରୀ ତଥା ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର "ନିଶ୍ଚିତ ବିଜୟ" ରଣନୀତି । ସାଧା ସିଧା ବ୍ୟକ୍ତିତ୍ୱ, ଶାନ୍ତ ସ୍ୱଭାବ, ମିଷ୍ଟଭାଷୀ ତଥା ନିରୀହ ଏଇ ମୁଖମଣ୍ଡଳ ଧାରୀ ମଣିଷଟା ଯେ ସମସ୍ତଙ୍କୁ ପାଣି ପିଆଇ ଦେବ ଏକଥା ଥିଲା ସମସ୍ତଙ୍କ କଳ୍ପନା ବାହାରେ | ସୁଶାନ୍ତଙ୍କ ସମୟଚିତ ଗୋଟି ଚାଲାଣ  ପ୍ରତିପକ୍ଷ ଶିବିରର ସମସ୍ତ ରଣକୌଶଳକୁ ଯେ ଫସର ଫଟାଇଦେବା ଏକଥା କେହି କଳ୍ପନା କରିନଥିଲେ | ଆଉ ନବୀନଙ୍କ ପତିଆରା କ୍ଷୁର୍ଣ୍ଣ କରିବା ପାଇଁ ବିରୋଧୀ ଦଳର ସମସ୍ତ ଉଦ୍ୟମକୁ ସୁଶାନ୍ତ କରିଥିଲେ ନାକାମ | ବିରୋଧୀ ଦଳକୁ ଲାଗିଥିଲା "ଜୋର ସେ ଝଟକା ଧୀରେ ସେ", ସୁଶାନ୍ତ ପାଲଟିଥିଲେ " ନେଇବର୍ସ ଏନଭି, ଓନରସ ପ୍ରାଇଡ" |  

ଆଉ ବିଜେପୁର ଝଟକା ପରେ ନବୀନଙ୍କ ଏଇ ଭରସାଯୋଗ୍ୟ ଷ୍ଟ୍ରାଇକର ବା ଗେମ ଚେଞ୍ଜର ସୁଶାନ୍ତଙ୍କର ପ୍ରତ୍ୟେକଟି କାର୍ଯ୍ୟକଳାପ ଉପରେ ରହିଛି ବିରୋଧୀ ମାନଙ୍କର ତୀକ୍ଷ୍ଣ ନଜର । ଆଉ ଟାର୍ଗେଟରେ ସିଧା ଏବେ ସୁଶାନ୍ତ |  କଳେବଳେ କୌଶଳେ ସବୁ ବିରୋଧୀ ଚାହାନ୍ତି ସୁଶାନ୍ତ ସିଂକୁ ସିଧା ସଳଖ ପରାସ୍ତ କରିବା ପାଇଁ । ହେଲେ ସୁଶାନ୍ତଙ୍କର ପାଇଁ  ଢାଲ ପାଲଟିଛି ତାଙ୍କ ଲୋକପ୍ରିୟତା ଆଉ ଲୋକଙ୍କ ଭିତରେ ଗ୍ରହଣୀୟତା | ସାଧାରଣ ଲୋକଙ୍କର ସେବା ହେଉ କି ରାଜନୀତି ହେଉ ସବୁ କ୍ଷେତ୍ରରେ ସୁଶାନ୍ତ ସିଂ  ଜିଲ୍ଲାରେ ଅଦ୍ଵିତୀୟ ଯୁବନେତା | କେବଳ ନିଜ ନିର୍ବାଚନ ମଣ୍ଡଳୀ ନୁହେ , ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ରହିଛନ୍ତି ତାଙ୍କ ଫ୍ୟାନ ଫଲୋୟର | ତେବେ କେବଳ ଭଟଲି କିମ୍ବା ବରଗଡ଼ ନୁହଁ , ପଶ୍ଚିମ ଓଡିଶାର ଅଧିକାଂଶ  ନିର୍ବାଚନ ମଣ୍ଡଳୀରେ ତାଙ୍କର ଲୋକପ୍ରିୟତା ରହିଛି । କେବଳ ଦଳ ଭିତରର ନୁହେ, ଅନ୍ୟ ଦଳର ଯୁବ ଛାତ୍ରନେତା ମାନେ ତାଙ୍କୁ ଆଦର କରନ୍ତି | 

      ଅତି ସାଧାରଣ ଜୀବନ ଯାପନ ଶୈଳୀ ଓ ସାଧାରଣ ଲୋକଙ୍କର ପ୍ରତି ରହିଥିବା ସମ୍ମାନ, ପ୍ରତ୍ୟେକଟି ଗରିବ ଓ ଶୋଷିତ ଲୋକକୁ ସାହାଯ୍ୟ କରିବାର  ଦରଦଶିକ୍ତ ମନୋବୃତ୍ତି , ସୁଶାନ୍ତଙ୍କ ଲୋକପ୍ରିୟତାର ପ୍ରମୁଖ କାରଣ ପାଲଟିଛି | ଲୋକଙ୍କୁ ସାହାଯ୍ୟ କରିବା, ଅବେଳରେ ଦୁଃଖ ସୁଖରେ ଯାଇ ଠିଆ ହେବା, ଅସହାୟ ଲୋକ ପାଇଁ ଭରସା ପାଲଟିବା ଆଦି ଅଭ୍ୟାସକୁ ନିଜ ଜୀବନଚର୍ଯ୍ୟାର ଅଂଶବିଶେଷ କରିଦେଇଥିବା ସୁଶାନ୍ତ ପ୍ରଚାରପ୍ରସାର ଠାରୁ ଦୂରରେ ରହି ଆସୁଥିବା ବେଳ ବିଜେ ପୁତ୍ର ପରେ ନବୀନ ବାବୁଙ୍କ ଟିମର  ଏହି ଟ୍ରଷ୍ଟେଡ଼ ଷ୍ଟ୍ରାଇକର ଆସିଯାଇଥିଲେ ଗଣମାଧ୍ୟମର ଚର୍ଚା ଭିତରକୁ | ବିଜେପୁର ଉପ ନିର୍ବାଚନ ବେଳେ ତାଙ୍କ ଚାଲରେ ଘାଇଲା ହୋଇଥିବା ରାଜନେତା ମାନେ ସିଧା ସଳଖ ନବୀନ ବାବୁଙ୍କ ନାମ ବଦଳରେ ସୁଶାନ୍ତଙ୍କ ନାମ ନେଇ ଟାର୍ଗେଟ କରିବା ଘଟଣାରୁ ଜଣା ପଡିଯାଉଥିଲା ସୁଶାନ୍ତଙ୍କ ବ୍ୟୁହକୁ ଭେଦ କରିବାରେ ଅସଫଳ| ଖୋଲାଖୋଲି ବିରୋଧୀ ଦଳ ନିଜ ଅସହାୟତା ସ୍ଵୀକାର ପାରୁନଥିଲେ, ହେଲେ ଭିତର କିଛି ଦିନ ଆଗରୁ ସେମାନଙ୍କର ବଡ଼ି ଲାଙ୍ଗୁଏଜ କହିଦେଉଥିଲା ଯେ ସୁଶାନ୍ତଙ୍କ ବ୍ୟୁହ ଭେଦ କରିବାରେ ସେମାନେ ସକ୍ଷମ ନୁହନ୍ତି | କିଏ ତାଙ୍କୁ କଣ କହେ, ବିରୋଧୀ କଣ ସମାଲୋଚନା କରନ୍ତି ..ସେ ସବୁ ପ୍ରତି ତାଙ୍କର ପରବାୟ ନାହିଁ | ତାଙ୍କ ବିରୋଧରେ ଅପପ୍ରଚାରକୁ ବି ସେ ଭୃକ୍ଷେପ କରନ୍ତି ନାହିଁ, ତାଙ୍କର ଗୋଟିଏ ମିଶନ | ଲୋକଙ୍କ ଭିତରେ ଆଉ ଲୋକଙ୍କ ସହିତ ଥିଲେ, ଅଛନ୍ତି ଆଉ ରହିବେ |  ଆଉ ଲୋକଙ୍କ ସହିତ ରହିବା ନିଶା ତାଙ୍କୁ ଲୋକଙ୍କ ଭିତରେ ଗ୍ରହଣୀୟ ଓ ଆସ୍ଥାଭାଜନ କରାଇ ପାରିଛି | ରାଜନୈତିକ ବ୍ୟସ୍ତତା ଭିତରେ ବି ଭୁଲି ନାହାନ୍ତି ଲୋକଙ୍କୁ ଆଉ ଲୋକଙ୍କ ଦୁଃଖ, ଅସୁବିଧାକୁ | ଆଉ  ସୁଶାନ୍ତଙ୍କର ଏଭଳି ଲୋକପ୍ରିୟତା  ଲୋକପ୍ରିୟତା ଦେଖି ବର୍ତ୍ତମାନ ବିରୋଧୀ ଶିବିର ଚିନ୍ତାରେ, ସୁଶାନ୍ତଙ୍କ ରଣନୀତି କଣ ହେବାକୁ ଯାଉଛି ! ହେଲେ ତାଙ୍କ ଲୋକପ୍ରିୟତାକୁ ପ୍ରତିହତ କରିବା ପାଇଁ  ବିରୋଧୀ ବା ତାଙ୍କ ରାଜନୈତିକ ପ୍ରତିପକ୍ଷ ତାଙ୍କୁ ବଦ୍ନାମ କରିବା ପାଇଁ ବି ଉଦ୍ୟମ ଆରମ୍ଭ କରିଦେଇଛନ୍ତି | ଏରିକି ଅସହାୟ ମୃତ ଲୋକଙ୍କୁ କାନ୍ଧରେ ବୋହିନେଲେ କି କୌଣସି ନିଖୋଜ ମହିଳାଙ୍କୁ ଆର୍ଥିକ ସହାୟତା ଦେଇ ତା ପରବାର ସହ ମିଶାଇଲେ ବି ଲୋକନମାନେ ସେଥିରେ ରାଜନୀତି ଖୋଜୁଛନ୍ତି | ଆଉ ସତରେ ରାଜନୀତି ଯଦି ତାହାକୁ କୁହାଯାଏ ବା ଲୋକଙ୍କ ଉପକାର ବା ସେମାନଙ୍କ ସୁଖ ଦୁଃଖରେ ଠିଆ ହେବା ଯଦି ରାଜନୀତି, ତେବେ ସୁଶାନ୍ତ ତାହା ତାଙ୍କ ଛାତ୍ରାବସ୍ଥାରୁ କରି ଆସୁଛନ୍ତି | ତେଣୁ ସୁଶାନ୍ତଙ୍କୁ ବଦ୍ନାମ କରିବା ପାଇଁ ଫୁଲ ଦମରେ  ତାଙ୍କ  ପ୍ରତିପକ୍ଷ ଉଦ୍ୟମ ଚଳାଇଛନ୍ତି | କାରଣ ସୁଶାନ୍ତ ହିଁ ସେମାନଙ୍କ ରାସ୍ତାର କଣ୍ଟା |  

       କିନ୍ତୁ ସୁଶାନ୍ତ ନିର୍ବିକାର | ଜଣେ ପରୋପକାରୀ ଜନନେତା ଭାବେ ସୁଶାନ୍ତଙ୍କ ଜୀବନଚର୍ଯ୍ୟା ଆରମ୍ଭ ହୁଏ  ଭୋର ସକାଳୁ ବେଡ଼ରୁମରୁ | ଆଉ ଦୁଆରେ କି ବୈଠକ ଭରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିନି ସୁଶାନ୍ତଙ୍କୁ ଭେଟିବା ପାଇଁ |  ନିଦରୁ ଉଥିବା ପରଠାରୁ ହିଁ ତାଙ୍କର ବେଡ଼ରୁମରୁ ଆରମ୍ଭ ହେଇଯାଏ ତାଙ୍କର ଲୋକଙ୍କର ସୁବିଧା ଅସୁବିଧା ବୁଝିବାର କାର୍ଯ୍ୟକ୍ରମ, ଆଉ ଯାହାକି ବିଳମ୍ବିତ ରାତ୍ରି ପର୍ଯନ୍ତ ଚାଲୁ ରହେ ।  କୁଜି ନେତାଙ୍କ ଟାଉ ଆଜି କାଲି କାହିଁରୁ କଣ ଥିବା ବେଳେ, ଏତେ ବଡ଼ ପଦବୀରେ ରହି କିମ୍ବା ଲୋକପ୍ରିୟତାର ଶୀର୍ଷ ପହଂଚହିଁ ବି ନା ବଦଳିଛି ତାଙ୍କ ଆଚରଣ, ଉଚ୍ଚାରଣ, ପୋଷାକ ବା ଚାଲିଚଳନ | ରାଜ୍ୟର ଜଣେ ପ୍ରମୁଖ ମନ୍ତ୍ରୀ ହେବାର ଅହଂକାର ତାଙ୍କ ଭିତରେ ନାହିଁ , ଆଉ ତାଙ୍କ ସହିତ ମିଶି ନଥିବା ଲୋକ କେବେ ବି ବୁଝି ପାରିବ ନାହିଁ ସେ କଣ ଆଉ ବିଶ୍ୱାସ କରି ପାରିବନି ସତରେ ସୁଶାନ୍ତ ଏତେ ସରଳ ଆଉ ଅମାୟିକ !!  ସେ ଆଜି ଭି ସମସ୍ତଙ୍କର ସୁଶାନ୍ତ ଭାଇ କିମ୍ବା ପୁଅ । ସେ ଯେଉଁଠି ଥିଲେଭି ସବୁ ବେଳେ ତାଙ୍କ ପାଖରେ ରହିଥାଏ ସାଧାରଣ ଲୋକ ମାନଙ୍କ ଭିଡ । ସେ ସମସ୍ତାଙ୍କ  କଥାକୁ ମାନଧ୍ୟାନ ଆନ୍ତରିକତା ସହିତ ଶୁଣନ୍ତି ଓ ସମାଧାନ ମଧ୍ୟ କରନ୍ତି । 

          ଆଉ ତାଙ୍କ ଏ ଲୋକ ପ୍ରିୟତା ପାଇଁ ଦଳର ଓ ଦଳର ନେତାଙ୍କର ମଧ୍ୟ ତାଙ୍କ ଉପରେ ପୁରା ଭରଷା । ଆଉ ସେଇଠି ପାଇଁ ଗୋଟେ ପଟେ ଗୋଟେ  ଦଳୀୟ ଦାୟିତ୍ୱ  ଦିଆଯାଉଛି ତାଙ୍କୁ | ଆଉ ଯେଉଁ ବିଶ୍ୱାସରେ ଦଳ ଓ ଦଳପତି ତାଙ୍କୁ ଦାୟିତ୍ୱ ଦେଉଛନ୍ତି, ତାକୁ ସେ ପାଳନ କରିବାରେ ସଫଳ ମଧ୍ୟ ହେଇଛନ୍ତି | ବିରୋଧୀ ଦଳ ବିକାଶ କାମ ହୋଇନି ବୋଲି ଯେତେ ସମାଲୋଚନା କଲେ ବି ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କର ଅପ୍ରତିଦ୍ୱନ୍ଦ୍ୱି ନେତୃତ୍ୱରେ କେବଳ ଭଟଲି ନିର୍ବାଚନ ମଣ୍ଡଳୀ ନୁହେଁ ସମଗ୍ର ବରଗଡ଼ ଜିଲ୍ଲାରର ବହୁ ପରିମାଣରେ ବିକାଶମୂଳକ ପଦକ୍ଷେପ ହାତକୁ ନିଆଯାଇପାରିଛି ବା ହୋଇପାରିଛି,|

  ଏଠାରେ ସୂଚନାଯୋଗ୍ୟ ଯେ 2014/15 ମସିହାରେ ବିଭିନ୍ନ ସ୍ଥାନରେ ନେତା ମନ୍ତ୍ରୀ ମାନଙ୍କୁ କଳା ପତାକା ଦେଖାଇବା ଏକ ଫେସନ ହେଇଯାଇଥିଲା । ଠିକ ସେହି ସମୟରେ ଅର୍ଥାତ 2015 ରେ ସୋହେଲା ଠାରେ ଆୟୋଜନ କରାଯାଇଥିଲା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ବିରାଟ ଚାଷୀ ସମାବେଶ । ବିଭିନ୍ନ ସୂତ୍ରରୁ ଖବର ପହଁଚିଲା ଯେ ଏହି ସଭାରେ ମଧ୍ୟ ବିରୋଧୀ ମାନେ କିଛି ଅଘଟଣ ଘଟାଇ ପାରନ୍ତି । ଏହି ସବୁକୁ ଦୃଷ୍ଟିରେ ରଖି ଓ ସମାବେଶକୁ ସତ ପ୍ରତିଶତ ସଫଳ କରିବା ପାଇଁ ଆପ୍ରାଣ ଉଦ୍ୟମ କରି ସଫଳତା ପାଇବା ସହିତ ବିରୋଧୀ ମାନଙ୍କର ସବୁ ଉଦ୍ୟମକୁ ପଣ୍ଡ କରି  ମୁଖ୍ୟମନ୍ତ୍ରୀଙ୍କର ପ୍ରିୟ ଭାଜନ ହେଇ ପାରିଥିଲେ । ଆଉ ଏତେ କମ ବୟସର ଯୁବ ନେତା ଜଣକ ନିଜକୁ ପ୍ରମାଣିତ କରି ପାରିଛନ୍ତି ଜଣେ କ୍ରାଇସିସ ମ୍ୟାନେଜର ଭାବେ |  ଆଉ ପଛକୁ ଫେରି ଚାହିଁବାକୁ ପଡିନି ସୁଶାନ୍ତଙ୍କୁ | ଲୋକଙ୍କୁ ସାଥିରେ ନେଇ, ଦଳର ନେତାଙ୍କ ବିଶ୍ୱାସ ଭାଜନ ହୋଇ, ଦଳକୁ ସଫଳତା ଦେବା ପାଇଁ  ବିରୋଧୀ ଓ ପ୍ରତିପକ୍ଷଙ୍କୁ ସବୁ ଆକ୍ରମଣ ଓ କୁତ୍ସା ରଟନାକୁ ମୁକାବିଲା କରି ସେ ଆଗକୁ ଆଗକୁ ଚାଲିଛନ୍ତି | ଏକ ଗରିବ ପରିବାର ରୁ ଆସିଥିବା ଜଣେ ଡ୍ରାଇଭରର ପୁଅ ସୁଶାନ୍ତ ସିଂ  ନିଜ ସେବା ମନୋଭାବ ଓ କଠିନ ପରିଶ୍ରମ ରେ ଆଜି ଲୋକପ୍ରିୟତାର ଶୀର୍ଷରେ । ଆଉ ସୁଶାନ୍ତ ଦେଖାଇ ଦେଇଛନ୍ତି ଯେ ଏକ ଗରିବ ପରିବାରରୁ ଆସି  ଲୋକଙ୍କ ସହ ଲଗାତାର ରହି , ସେମାନଙ୍କ ଭିତରେ ଓ ସୁଖ ଦୁଃଖରେ ଠିଆ ହୋଇ ନିଷ୍ଠା ଓ ଆନୁଗତ୍ୟ ବଳରେ ରାଜନୀତିର ଉଚ୍ଚ ସୋପାନରେ ବି ପହଂଚି ପାରିବ |  ଆଉ ତାଙ୍କର ସେଇ କ୍ୱାଲିଟି ହିଁ ତାଙ୍କୁ କରିଛି ବିରୋଧୀଙ୍କ ଚକ୍ଷୁଶୂଳ। ଆଗକୁ ଅପେକ୍ଷା, ସୁଶାନ୍ତଙ୍କ ଲୋକପ୍ରିୟତାରେ ଦାଗ ଲଗାଇବା ପାଇଁ ତାଙ୍କ ପ୍ରତିପକ୍ଷ କି କି ବଦନାମ କୌଶଳ ଆପଣାଉଛନ୍ତି |

0
0
0
s2sdefault