ହେଡଲାଇନସ୍:

ରାହୁଲଙ୍କ ସମ୍ମାନପୂର୍ଣ୍ଣ ମନ୍ତବ୍ୟ ପରେ ଓଗାଳିଲେ ଶ୍ରୀକାନ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ପିସିସି ଦାୟିତ୍ୱରେ ଥିବା ବ୍ୟକ୍ତି ଖଣିଚୋରଙ୍କ ଭିତରେ ଅଗ୍ରଗଣ୍ୟ ବୋଲି ରାହୁଲ ଜି ଜାଣିଛନ୍ତି" : ଶ୍ରୀକାନ୍ତ  

ଭୁବନେଶ୍ୱର : "ଆମ ଦଳ ଭିତରେ ବଡ ଵିଵାଦ ଚାଲିଛି ବା ରହିଛି | କାରଣ ଆମର ଭିନ୍ନ ମତକୁ ସମ୍ମାନ ଦେଉ | କିଛି  ନେତା ବି ଦଳ ଛାଡି ଯାଇଛନ୍ତି | ଆପଣ ଶ୍ରୀକାନ୍ତ ଜେନାଙ୍କ ବିଷୟରେ ପଚାରିଲେ | ମୁ ତାଙ୍କ ମତକୁ ସମ୍ମାନ ଦେଉଛି | ତାଙ୍କ ମନ୍ତବ୍ୟକୁ ମୁ ସମୁର୍ଣ୍ଣ ଭାବେ ସମ୍ମାନ ଦେଉଛି | ସେ କଂଗ୍ରେସ ପାର୍ଟି ପ୍ରତି ବିମୁଖ ଅଛନ୍ତି | ମୁ ବୁଝି ପାରୁଛି | ମୋର ମଧ୍ୟ ତାଙ୍କ ପ୍ରତି କୌଣସି  ଅସୁହ୍ୟା ଭାବ ନାହିଁ " ବୋଲି  ଗତକାଲି ଓଡିଶା ଗସ୍ତ ବେଳେ କହିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ | ଶ୍ରୀକାନ୍ତଙ୍କ ସମ୍ପର୍କରେ ପଦେ ବି ପ୍ରତିକୂଳ ମନ୍ତବ୍ୟ ଦେଇନଥିଲେ ରାହୁଲ | ଆଉ ପରୋକ୍ଷରେ ଦଳ ଭିତରେ ଭିନ୍ନମତ ରହିଥିବା ସ୍ଵୀକାର କରିଛନ୍ତି ରାହୁଲ ଜି | ଶ୍ରୀକାନ୍ତଙ୍କ ବହିଷ୍କାର ଉପରେ ପଦେ ବି ନକହି ତାଙ୍କର ଦଳ ଉପରୁ  ମନଛାଡି ଯାଇଥିଲା ବୋଲି କହି କଥାକୁ ଏଡାଇ ଯାଇଥିଲେ ରାହୁଲ |

ହେଲେ ରାହୁଲଙ୍କ ମତ ଉପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀକାନ୍ତ |  ଜଣେ ଅସାଧୁ ଖଣି ବ୍ୟବସାୟୀକୁ ଦଳର ସଭାପତି ଦାୟିତ୍ୱ ଦେଇଥିବା ଯୋଗୁ  ତାଙ୍କ ମନ୍ତବ୍ୟ ଉପରେ ସମ୍ମାନ ଦେଉଥିଲେ ବି କିଛି ନକହିବା ରାହୁଲ ଜୀଙ୍କ ବାଧ୍ୟବାଧକତା  ବୋଲି  ସେ ସିଧାସଳଖ, କହିଛନ୍ତି ଶ୍ରୀକାନ୍ତ | ଶ୍ରୀକାନ୍ତ  କହିଛନ୍ତି ଯେ , ରାହୁଲ ଜି ମୋ  ମତକୁ ସମ୍ମାନ ଦେଉଛନ୍ତି, ତାଙ୍କ ମନ୍ତବ୍ୟକୁ ମୁ ସମୁର୍ଣ୍ଣ ଭାବେ ସମ୍ମାନ ଦେଉଛନ୍ତି ଏବଂ  ମୋର ପ୍ରତି କୌଣସି  ଅସୁହ୍ୟା ଭାବ ନାହିଁ " ବୋଲି କହିଛନ୍ତି | ସେଥିଲାଗି ଧନ୍ୟବାଦ | ମୋର ମତ ଥିଲା ଖଣି ଲୁଟେରାଙ୍କ ସମ୍ପର୍କରେ, ସେମାନଙ୍କୁ ଦଣ୍ଡ ଦେବା ସମ୍ପର୍କରେ ବା ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ସମ୍ପର୍କରେ | ସେ ସମ୍ପର୍କରେ ମୋ ମତ ସହ ସେ ସହମତ ହୋଇଛନ୍ତି, କିନ୍ତୁ ମୋ ମତ ଉପରେ ଆଜିର ମିଟିଂରେ ପଦେ ବି କହିଲେନି | ସେଥିରୁ ପ୍ରମାଣିତ ହେଉଛି ମୋ ମତକୁ ସମ୍ମାନ ଦେଉଛନ୍ତି କିନ୍ତୁ ସେସମ୍ପର କିଛି ନକହିବା ପଛରେ ତାଙ୍କର କିଛି ବାଧ୍ୟବାଧ୍ୟକତା ରହିଛି | ସେ ବାଧ୍ୟ ବାଧ୍ୟକତାକୁ ମୁ ଜଣେ | ଯାହାକୁ ସେ ପ୍ରଦେଶ କଂଗ୍ରେସ କମିଟିର ଦାୟିତ୍ୱ ଦେଇଛନ୍ତି, ସେ ଖଣି ଲୁଟେରାମାନଙ୍କ ମଧ୍ୟରେ ସେ ଅଗ୍ର ଭାଗରେ ଅଛନ୍ତି | ତେଣୁ ସେଥିଲାଗି ରାହୁଲ ଜି ମୋ ମନ୍ତବ୍ୟ ଉପରେ କିଛି ନକହିବା  ସ୍ୱାଭାବିକ " ବୋଲି କହିଛନ୍ତି ଶ୍ରୀକାନ୍ତ | ନିରଞ୍ଜନଙ୍କ ନା ନନେଇ ତାଙ୍କୁ ଖଣି ଚୋର  ବୋଲି କହିବାକୁ କୁଣ୍ଠାବୋଧ ନକରିବା ସହ ତାଙ୍କ ମତ ସହ ସହମତ ହୋଇଥିବା ଯୋଗୁ ରାହୁଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀକାନ୍ତ |

 

 

 

 

 

0
0
0
s2sdefault