ହେଡଲାଇନସ୍:

ଗରିବଙ୍କ ସହାୟତା ପାଇଁ ରାହୁଲଙ୍କ ଲମ୍ବା ଭାଷଣ  ସଇତାନର ବେଦପାଠ ସଦୃଶ  :ସମୀର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚୌକିଦାର ଚୋର ନୁହେଁ ବୋଲି ଦେଶବାସୀ ଜାଣିଛନ୍ତି : ଚିଟଫଣ୍ଡ୍ ମାମଲାରେ ରାହୁଲଙ୍କ ଦେଖାଉଛନ୍ତି  ଦୋମୁହାଁ ନୀତି: ଭୁବନେଶ୍ୱରରେ ତୁମ୍ବିତୋଫାନ କରୁଛ, ପଶ୍ଚିମବଙ୍ଗରେ  ମମତାଙ୍କ ହାତ ଧରୁଛ : ଚାଷୀଙ୍କୁ ଋଣଛାଡ ମାମଲାରେ ରାହୁଲ ମିଛ ଭେଳିକି ଦେଖାଉଛନ୍ତି : ଓଡିଶାରେ ପଟ୍ଟନାୟକ ପ୍ରାଇଭେଟ ଲିମିଟେଡ୍ କମ୍ପାନୀ ସରକାର ଓ ମୁଖ୍ୟ ବିରୋଧୀ ଦଳ : ୩୦ କୋଟିର ଠକେଇ ମାମଲାରେ ଦିଲ୍ଲୀ ପୋଲିସର ସମନ ପାଇଥିବା ନିରଞ୍ଜନଙ୍କ ସହ ରାହୁଲ ଗାନ୍ଧୀ ସଭାମଂଚରେ ବସିବା ସହ ପ୍ରଶଂସା କଲେ: ପୂର୍ବରୁ ଗାନ୍ଧୀ ପରିବାରର ଅତ୍ୟନ୍ତ ଅନ୍ତରଙ୍ଗ ଶ୍ୟାମ୍ ପିଟ୍ରୋଡାଙ୍କୁ ନବୀନ ମନ୍ତ୍ରୀର ମାନ୍ୟତା ଦେଇ ଓଡିଶାରେ ସମ୍ମାନିତ କରିଥିଲେ :ନିରଞ୍ଜନ ପଟ୍ଟନାୟକଙ୍କର ଠକେଇ ମାମଲା ସହ ଶ୍ୟାମ ପିଟ୍ରୋଡାଙ୍କର ସମ୍ପର୍କ କଂଗ୍ରେସ ଅଧ୍ୟକ୍ଷ ଘୋଡାଉଛନ୍ତି: ନବୀନ ପଟ୍ଟନାୟକ-ପ୍ରେମ ପଟ୍ଟନାୟକ ପରିବାର ସହ ସୋନିଆ-ରାହୁଲ ଗାନ୍ଧୀ ପରିବାରର ଘରୋଇ ସମ୍ପର୍କ, ଉପରେ ବିରୋଧ, ଭିତରେ କୋଳାକୋଳି : ୨୦୦୯ ମସିହାରେ ବିଜେପି, ବିଜେଡି ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରିବା ପରେ କଂଗ୍ରେସ ସାଜିଥିଲା ନବୀଙ୍କ ଆଶାବାଦୀ 

ଭୁବନେଶ୍ୱର :  ସ୍ୱାଧୀନତାର ୭୦ ବର୍ଷ ରୁ ଅଧିକାଂଶ ସମୟ ଶାସନ କରିଥିବା କଂଗ୍ରେସ ଓଡିଶାର ଗରିବୀ ପାଇଁ ମୁଖ୍ୟତ ଦାୟୀ । କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡିଶା ଆସି ଓଡିଶାର ଗରିବ ବିଷୟରେ ଲମ୍ବା ଭାଷଣ ମାରି ଗରିବଙ୍କୁ ସାହାଯ୍ୟ କରିବା କଥା କହିବା ସଇତାନର ବେଦପାଠ ସହ ସମାନ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ।

ଦୁର୍ନୀତି ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ମହାନ୍ତି । ସେ କହିଛନ୍ତି ଚୌକିଦାର ଚୋର ନୁହେଁ ବୋଲି ଦେଶବାସୀ ଜାଣିଛନ୍ତି । ଅପରପକ୍ଷେ ଚୋରମାନେ ଚୌକିଦାରକୁ ବାହାର କରି ଚୋରି କରିବାର ଷଡଯନ୍ତ୍ରର ସୂଚନା ଦେଶବାସୀ ପାଇଥିବାରୁ ଆଗାମୀ ଦିନରେ ଦେଶବାସୀ ଚୋରଙ୍କ ବିରୋଧରେ ସଠିକ୍ ପଦକ୍ଷେପ ନେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଚିଟଫଣ୍ଡ୍ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦୋମୁହାଁ ନୀତିକୁ କଡା ସମାଲୋଚନା କରିଛନ୍ତି ଶ୍ରୀ ମହାନ୍ତି । ଭୁବନେଶ୍ୱରରେ ଚିଟଫଣ୍ଡ ମାମଲାରେ ରାହୁଲ ଗାନ୍ଧୀ ତୁମ୍ବିତୋଫାନ କରୁଥିବା ବେଳେ ପଶ୍ଚିମବଙ୍ଗରେ ଏହି ମାମଲାରେ ମମତା ବାନାର୍ଜୀଙ୍କୁ ସହଯୋଗର ହାତ ବଢାଇବାର ଉଦେ୍ଧଶ୍ୟ କଣ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଚାଷୀଙ୍କୁ ଋଣଛାଡ ମାମଲାରେ ରାହୁଲ ମିଛ କହୁଛନ୍ତି । ବିଜେପି ମହାରାଷ୍ଟ୍ର ଓ ଉତରପ୍ରଦେଶରେ ପ୍ରକୃତ ରୂପେ ଋଣଛାଡ କରିଥିବା ବେଳେ ପଞ୍ଜାବ, କର୍ଣାଟକରେ ଋଣଛାଡ ଘୋଷଣା ଛଡା କିଛି ହୋଇନାହିଁ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡର ଚାଷୀ ମଧ୍ୟ ଋଣ ଛାଡ ପାଇବା ପାଇଁ ଆଜି ବି ସଂଘର୍ଷ କରୁଛି ।

ଶ୍ରୀ ମହାନ୍ତି କହିଛନ୍ତି ଓଡିଶାରେ ପଟ୍ଟନାୟକ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ସରକାର ଓ ମୁଖ୍ୟ ବିରୋଧୀ ଦଳ ଉଭୟ ଚାଲିଛି । ଏହି କମ୍ପାନୀର ପାର୍ଟନର ଖୋଦ୍ ରାହୁଲ ଗାନ୍ଧୀ ବୋଲି ସେ ଅଭିଯୋଗ କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ୩୦ କୋଟିର ଠକେଇ ମାମଲାରେ ଦିଲ୍ଲୀ ପୋଲିସର ସମନ ପାଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ରାହୁଲ ଗାନ୍ଧୀ ସଭାମଂଚରେ ବସିବା ସହ ପ୍ରଶଂସା କଲେ । ପୂର୍ବରୁ ଗାନ୍ଧୀ ପରିବାରର ଅତ୍ୟନ୍ତ ଅନ୍ତରଙ୍ଗ ଶ୍ୟାମ୍ ପିଟ୍ରୋଡାଙ୍କୁ ନବୀନ ପଟ୍ଟନାୟକ ମନ୍ତ୍ରୀର ମାନ୍ୟତା ଦେଇ ଓଡିଶାରେ ସମ୍ମାନିତ କରିଥିଲେ । ବିଜେପି ଆନେ୍ଦାଳନ କାରଣରୁ ଶ୍ୟାମ ପିଟ୍ରୋଡା ଓଡିଶାରୁ ବିଦା ହୋଇଛନ୍ତି କିନ୍ତୁ ବିଦେଶରେ କଂଗ୍ରେସ ଦଳର ଅଧିକୃତ ଦାୟିତ୍ୱ ସହ ଗାନ୍ଧୀ-ନେହୁର ପରିବାରର ସେବା କରୁଛନ୍ତି । ନିରଞ୍ଜନ ପଟ୍ଟନାୟକଙ୍କର ଠକେଇ ମାମଲା ସହ ଶ୍ୟାମ ପିଟ୍ରୋଡାଙ୍କର କଣ ସମ୍ପର୍କ ରହିଛି କଂଗ୍ରେସ ଅଧ୍ୟକ୍ଷ ସବୁ ଜାଣିଶୁଣି ଘୋଡାଉଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ୨୦୦୯ ମସିହାରେ ବିଜେପି, ବିଜେଡି ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରିବା ପରେ କଂଗ୍ରେସ ଦଳ ଆଶାବାଡି ହୋଇ ବିଜେଡିକୁ ସାହାଯ୍ୟ କରିବା କାରଣରୁ ନବୀନ ପଟ୍ଟନାୟକ ସରକାର ତିଷ୍ଠି  ରହିଲା । ନବୀନ ପଟ୍ଟନାୟକ-ପ୍ରେମ ପଟ୍ଟନାୟକ ପରିବାର ସହ ସୋନିଆ-ରାହୁଲ ଗାନ୍ଧୀ ପରିବାରର ଘରୋଇ ସମ୍ପର୍କ ଓ ଉପରେ ସମାଲୋଚନା ଓ ଭିତରେ ସମର୍ଥନ ୨୦୦୯ ଓ ୨୦୧୪ ନିର୍ବାଚନ ପରିପ୍ରେକ୍ଷୀରେ ଓଡିଶା ଳୋକମାନେ ଭଲଭାବେ ଜାଣିଛନ୍ତି ବୋଲି ସେ କହିଛନ୍ତି । ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ  ଅବସରରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଏ ପର୍ଯ୍ୟନ୍ତ କୌଣସି  ପ୍ରତିକ୍ରିୟା ଦେଇନାହାନ୍ତି । ଏହାତାଙ୍କର ଭିତିରି ବୁଝାମଣାକି  କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

0
0
0
s2sdefault