ହେଡଲାଇନସ୍:

କଂଗ୍ରେସର ସେହି ସୁବର୍ଣ୍ଣ ଯୁଗ ଏବେ ବି ଲୋକଙ୍କ ମାନେ ଅଛି : ବିଜେଡି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଓଡ଼ିଶାବାସୀ କଂଗ୍ରେସର ସେହି ସୁବର୍ଣ୍ଣ ଯୁଗକୁ ଭୁଲି ପାରିନାହାନ୍ତି, ଯେତେବେଳେ ସରକାରରେ ଥାଇ ସେମାନେ ଓଡ଼ିଶାର ଅଭିବୃଦ୍ଧି ହାରକୁ ୩ ପ୍ରତିଶତରେ ସୀମିତ ରଖିଥିଲେ । ୨୦୦୦ ମସିହା ଠାରୁ ବିଜୁ ଜନତା ଦଳ ସରକାରରେ ଏହି ଅଭିବୃଦ୍ଧି ହାରକୁ  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୧୦ ପ୍ରତିଶତରେ ପହଞ୍ଚାଯାଇଛି, ଯାହାକି ରାଷ୍ଟ୍ରୀୟ ହାର ଠାରୁ ଯଥେଷ୍ଟ ଅଧିକ । ବିଗତ ଦିନର କଂଗ୍ରେସ ସରକାର ସମୟରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ଉପରେ ଚାଉଳ ପାଇଁ ନିର୍ଭରଶୀଳ ଥିଲା । କିନ୍ତୁ ବିଜେଡି ସରକାର ଆସିବା ପରେ ଧାନ ଉତ୍ପାଦନ  କ୍ଷେତ୍ରରେ ୨୦୦୭ ମସିହା ସୁଦ୍ଧା ଆମେ ଆତ୍ମନିର୍ଭରଶୀଳ ହୋଇଥିଲୁ ଏବଂ ୨୦୧୧ ସୁଦ୍ଧା ବଳକା ଧାନ ଉତ୍ପାଦନ  କରି ଏକ ଉଦାହରଣ ସୃଷ୍ଟି କରିଥିଲୁ । ଆଜି ଭାରତବର୍ଷରେ ଓଡ଼ିଶା ବିକେନ୍ଦ୍ରୀକରଣ ବ୍ୟବସ୍ଥାକୁ ଚାଉଳ ଯୋଗାଇବାରେ ତୃତୀୟ ସର୍ବବୃହତ ରାଜ୍ୟ ଭାବରେ ସୁନାମ ଅର୍ଜନ କରିଛି । ଓଡ଼ିଶା କଂଗ୍ରେସ ଅମଳରେ ଶିଶୁ ମୃତ୍ୟୁହାରରେ ଭାରତବର୍ଷର ସବୁଠାରୁ ଖରାପ ପ୍ରଦର୍ଶନ କରୁଥିବା ରାଜ୍ୟ ଥିଲା । କିନ୍ତୁ ଆଜି ବିଜେଡି ସରକାର ଅମଳରେ ଏହା ବଦଳି ଯାଇଛି ଏବଂ ରାଷ୍ଟ୍ରୀୟ ହାର ତୁଳନାରେ ଓଡ଼ିଶା ଯଥେଷ୍ଟ ଭଲ ପ୍ରଦର୍ଶନ କରିଛି ।

ବିଜୁ ଜନତା ଦଳ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ୨୯୩୦ ଟଙ୍କା କରିବାକୁ ପବିତ୍ର ବିଧାନସଭାରେ ଦାବି ରଖିଥିଲା ଏବଂ ଏହା ସର୍ବସମ୍ମତିକ୍ରମେ ମଧ୍ୟ ପାରିତ ହୋଇଥିଲା । କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧି ଛତିଶଗଡ଼ରେ ୨୫୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ସପକ୍ଷରେ ମତ ରଖିଥିଲା ବେଳେ ଆଜି ଓଡ଼ିଶାରେ କଂଗ୍ରେସ ଦଳ ସରକାରକୁ ଆସିଲେ, ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କା କରିବେ ବୋଲି ପ୍ରତିଶ୍ରୁତି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସତେ ଯେପରି ଶ୍ରୀ ଗାନ୍ଧି ଦୟାପୂର୍ବକ ଅନୁଗ୍ରହ କରୁଥିବା ଭଳି ପରିଲକ୍ଷିତ ହେଉଥିଲା । ସେଠାରେ ଉପସ୍ଥିତ କଂଗ୍ରେସର ନେତାମାନେ ମଧ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ବିଧାନସଭାରେ ପାରିତ ହୋଇଥିବା ଦାବି ବିଷୟରେ ଜାଣିଥିବା ସତ୍ତ୍ୱେ  କିପରି ରାହୁଲ ଗାନ୍ଧିଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କାର ବକ୍ତବ୍ୟକୁ ଗ୍ରହଣ କରିନେଲେ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଓ ବିଡମ୍ବନାର ବିଷୟ । ବିଜେଡି ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ରଖି ଆସିଛି ଏବଂ ବିଜେଡିର କୌଣସି ରାଜନୈତିକ ଦଳ ସହିତ ମେଣ୍ଟ ହେବାର ନାହିଁ । ବିଜେଡିର ମେଣ୍ଟ କେବଳ ଓଡ଼ିଶାବାସୀଙ୍କ ସହିତ, ମେଣ୍ଟ କେବଳ ଓଡ଼ିଶାର ବିକାଶ ଓ ପ୍ରଗତି ସହିତ ବୋଲି ଆଜି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

0
0
0
s2sdefault