ହେଡଲାଇନସ୍:

 "ମୋଦି ଓ ନବୀନଙ୍କ  ଶାସନ ପ୍ରଣାଳୀ ପ୍ରାୟତଃ ଏକାଭଳି, ହେଲେ ନବୀନ ମୋଦିଙ୍କ ପରି ଭୟଙ୍କର ନୁହନ୍ତି"  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡିଶାରେ ଚାଲିଛି ଅମଲାତାନ୍ତ୍ରିକ ଏକଛତ୍ରବାଦୀ ଶାସନ 

ଭୁବନେଶ୍ୱର - ଓଡିଶାରେ ଅମଲାତାନ୍ତ୍ରିକ ଏକଛତ୍ରବାଦୀ ଶାସନ ଚାଲିଛି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ପ୍ରଣାଳୀ ପ୍ରାୟତଃ ଏକାଭଳି ହୋଇଥିଲେ ହେଁ ନବୀନ ମୋଦିଙ୍କ ପରି ଭୟଙ୍କର ନୁହନ୍ତି ବୋଲି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରକାଶ କରିଛନ୍ତି । ଦୁର୍ନୀତି ଅଭିଯୋଗ ରହିଥିବାରୁ ନବୀନ ବାଧ୍ୟହୋଇ ବିଜେପିକୁ ସମର୍ଥନ କରୁଛନ୍ତି ।  ଏହି ଶାସନ କାଳରେ ଲୋକଙ୍କର ଆକାଙକ୍ଷା ପ୍ରତିଫଳିତ ହେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ କଂଗ୍ରେସ ସଂଗଠିତ ହୋଇ କାମ କରୁଛି ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ପରୋକ୍ଷରେ ସାର୍ଟିଫିକେଟ୍ ଦେବା ସହ ଦଳରେ ଶୃଙ୍ଖଳାପାଇଁ ତାଙ୍କ  କାର୍ଯ୍ୟକୁ  ପ୍ରଶଂସା କରିଛନ୍ତି  । 

ଶୁକ୍ରବାର ଦିନିକିଆ ଓଡିଶା ଗସ୍ତରେ ଆସିଥିବା ରାହୁଲ ଗାନ୍ଧି ଭୁବନେଶ୍ୱରର ଏକ ହୋଟେଲରେ ସମାଜ ପକ୍ଷରୁ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ କହିଥିଲେ ଯେ ନବୀନ ବାବୁ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । ଏକାଠି ଅଛନ୍ତି ଏବଂ ଗୋଟିଏ ରାସ୍ତାରେ ଚାଲୁଛନ୍ତି । ଜିଏସଟି , ନୋଟବନ୍ଦୀ ଭଳି ପାର୍ଲାମେଂଟରେ ବିଭିନ୍ନ ବିଲ୍ ପାସ୍ ବେଳେ ବିଜେଡି ସମର୍ଥନ ଦେବା ଏହାର ଚାକ୍ଷୁଶ ପ୍ରମାଣ । ଜିଏସଟି ଦ୍ୱାରା କ୍ଷୂଦ୍ର ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି ।  ଛତିଶଗଡରେ କୃଷି ଋଣ ଛାଡ୍ କରାଯାଇଛି ଓ ଏମଏସପି  ବୃଦ୍ଧି କରାଯାଇଛି । ଏହାପରେ ନବୀନ ବାବୁଙ୍କ ନିଦ ଭାଙ୍ଗିଲା । ଏତେ ବର୍ଷ ଧରି କଣ କରୁଥିଲେ । ନା ନବୀନ ନା ମୋଦି ଚାଷୀଙ୍କ ପାଇଁ କେହି ସମ୍ବେଦନଶୀଳ ନୁହନ୍ତି  । ମୋଦିଙ୍କର କାର୍ଯ୍ୟଧାରାକୁ ମଧ୍ୟ ସମାଲୋଚନା କରି ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସବୁକିଛି ଜାଣନ୍ତି ବୋଲି ଭାବନ୍ତି । କାହାର ପରାମର୍ଶ ନେବାକୁ ସେ ଚାହାନ୍ତିି ନାହିଁ । ମୁଁ କି କଂଗ୍ରେସ ଦଳ ଏଥିରୁ ଭିନ୍ନ । ଆମେ ଜନତନ୍ତ୍ର ଉପରେ ବିଶ୍ୱାସ କରୁ । ମୋଦି ଓ ନବୀନ ଏକଛତ୍ରବାଦ ଉପରେ ବିଶ୍ୱାସ କରନ୍ତି । ଆର୍ଥିକ କ୍ଷେତ୍ରରେ ଅଗ୍ରଗତି ହେଉଛି ବୋଲି ମୋଦି କହୁଥିବା ବେଳେ ଦେଶରେ ନିଯୁକ୍ତିି ନାହିଁ । ଆମର ଉଦାରିକରଣ ନୀତି ଦ୍ୱାରା ମଧ୍ୟବିତ ଲୋକ ଉପକୃତ ହେଉଥିଲେ  । ଏବେ ସେମାନେ ପେଶି ହୋଇଯାଇଛନ୍ତି ।  ମଧ୍ୟବିତ ପରିବାରଙ୍କୁ କଂଗ୍ରେସ ଶାସନ କାଳରେ ଅବହେଳା କରିନାହିଁ । ସାଧାରଣ ନାଗରିକର ସୂଚନା ଅଧିକାରକୁ ଉଚ୍ଛେଦ କରିଦିଆଯାଇଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଚ୍ୟାମ୍ବର ପାଖରେଘୁରି ବୁଲୁୂଥିବା ଶିଳ୍ପପତିମାନେ ଅଧିକ ଆର୍ଥିକ ଫାଇଦା ନେଉଛନ୍ତି । ଅନ୍ୟମାନଙ୍କୁ ସୁଯୋଗ ଦିଆଯାଉନାହିଁ ।ଭାରତ ଭଳି ସବୁ ଦେଶରେ କୃଷି ହେଉଛି ମେରୁଦଣ୍ଡ । ବଡ ବଡ ଶିଳ୍ପରେ ନିଯୁକ୍ତି ସୃଷ୍ଟି ହୁଏ ନାହିଁ ବରଂ ଛୋଟ ଶିଳ୍ପରେ ନିଯୁକ୍ତି ସୃଷ୍ଟି ହୁଏ । ଅର୍ଥନୀତିର ବିକାଶ ଓ ନିଯୁକ୍ତି କୃଷି ଉପରେ ନିର୍ଭର କରିଥାଏ । ମାତ୍ର ତାହା ଉପରେ ଯେତିକି ପ୍ରାଧାନ୍ୟ ଦିଆଯିବା କଥା ଦିଆଯାଉନାହିଁ ।

ଓଡିଶାର ଗୌରବ ଇତିହାସକୁ ସ୍ମରଣ କରି ରାହୁଲ କହିଥିଲେ ଯେ ଓଡିଶା ହେଉଛି ସେହି ମାଟି ଯେଉଁଠି ଚଣ୍ଡାଶୋକ ନିରସ୍ତ୍ର ହୋଇ ଧର୍ମାଶୋକ ହୋଇଥିଲେ  । ରକ୍ତପାତ କରିବାକୁ ଆସିଥିବା ସମ୍ରାଟ ଅଶୋକଙ୍କର ପ୍ରକୃତିର ପରିବର୍ତନ ହୋଇଥିଲା । କଂଗ୍ରେସ ଗଣତାନ୍ତ୍ରିକ ବିଚାରଧାରା ଉପରେ ବିଶ୍ୱାସ କରେ ବୋଲି କହିଛନ୍ତି ରାହୁଲ | 

0
0
0
s2sdefault