ହେଡଲାଇନସ୍:

ନିର୍ବାଚନ ପାଇଁ ସଜବାଜ ହେଲେଣି ଜନ୍ମେଜୟ ଲେଙ୍କା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡଚଣାରୁ ପ୍ରଫୁଲ୍ଲ କୁମାର ସାହୁ :  ଆସନ୍ତା ନିର୍ବାଚନ ଅବ୍ୟବହିତ ପୂର୍ବରୁ ସେଥିପାଇଁ ପ୍ରାୟତଃ ପ୍ରସ୍ତୁତ ଆରମ୍ଭ କଲେଣି ବଡଚଣାଞ୍ଚଳର ଜଣାଶୁଣା ରାଜନେତା ଜନ୍ମେଜୟ ଲେଙ୍କା |   କିଛି ମାସ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଜନ୍ମେଜୟଙ୍କ ପକ୍ଷରୁ ଧାନମଣ୍ଡଳ ଠାରେ ଵନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇ ଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ବଡଚଣା ବ୍ଲକର ଵିଭିନ୍ନ ପଞ୍ଚାୟତର ଛାମୁଆ ସଂଗଠକ ଓ ଆଗଧାଡ଼ିର ଵ୍ଲକସ୍ତରର ନେତା କର୍ମୀମାନେ ଯୋଗଦେଇଥିଲେ | ଦୀର୍ଘ 40.ଵର୍ଷଧରି ବଡ଼ଚଣାରେ କୈଣସି ଆଖିଦ୍ରୁଷ୍ଟିଆ ଵିକାଶ ନହେବା ସହିତ ଯାଜପୁର ଜିଲ୍ଲାର ମୁଖଶାଳା ଵୋଲାଉଥିଵା ଚଣ୍ଡିଖୋଲ ତଥା ବଡଚଣାଵ୍ଲକକୁ ଉପେକ୍ଷା କରିଥିବା ଓ ଦୁର୍ନୀତି ଭ୍ରଷ୍ଟାଚାର ଵଢି ଚାଲିଥିବା ପ୍ରକାଶ କରିଥିଲେ ଏବଂ ଶ୍ରୀ  ଲେଙ୍କାଙ୍କୁ ଗତ ନିର୍ବାଚନରେ ଧର୍ମଶାଳା ପାଇଁ କଂଗ୍ରେସ ବିଧାୟକ ଟିକେଟ ପ୍ରତ୍ୟାଖ୍ୟାନ ସେ ବଡଚଣା ଵାସୀଙ୍କ ପାଇଁ କରିଥିଲେ | 1999.ମସିହା ବାତ୍ୟା ସମୟରୁ ଆଜି ପର୍ଯ୍ୟନ୍ତ ସେ ବଡଚଣା ବାସୀଙ୍କ ଦୁଃଖ ସୁଖରେ ଅଛନ୍ତି ଓ ଆଗାମୀ ଦିନରେ ଵଡଚଣାରେ ତାଙ୍କୁ ଭଲପାଉଥିଵା ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କ ପାଇଁ ତାଙ୍କ ସଂଗ୍ରାମ ଜାରି ରହିବ ବୋଲି ଘୋଷଣା କରିଥିଲେ |  ଅନ୍ୟମାନଙ୍କ ମଧ୍ୟରେ  ବଡଚଣାର ରବିନ୍ଦ୍ର ସାମଲ କୁନ୍ଦଳର ଖିରୋଦ ଚନ୍ଦ୍ର ବିଶ୍ୱାଳ,  ମାଣ୍ଡୁକାର ଯଦୁନାଥ ରାଉତ, ଧାଉଢିଆ ଗ୍ରାମପଞ୍ଚାୟତର ଅଶୋକ ଜେନା,  ଚମ୍ପାପୁରର ଖିରୋଦ ସାମଲ, ଛତିଆ ଗ୍ରାମପଞ୍ଚାୟତର ଭୁବନାନନ୍ଦ ସାମନ୍ତରାୟ, ବଡଘୁମୁରୀର ପ୍ରଫୁଲ୍ଲ ଦାସ, ଅରଖପୁରର ସୁଲଭ ସାମଲ, ପ୍ରହଲ୍ଲାଦ ଧଳ, ସମିଆଁ ଗ୍ରାମପଞ୍ଚାୟତର ରମାକାନ୍ତ ମହନ୍ତ, ସାଳପଡାର ଵୀରଵର ନାଏକ କାଇମାଟିଆର ଭରତ ଚନ୍ଦ୍ର ମହାପାତ୍ର, ସଞୁ ଦେହୁରୀ, ସଞୟ ଖଟୁଆ, ଅଶ୍ଵଜିତ ରାଏ, ଵିନାୟକ ନାଏକ ପ୍ରମୁଖ ଯୋଗଦେଇଥିଲେ ଏବଂ ବଡଚଣା ର ଲଢ଼ୁଆ ପୁଅ ତଥା ଏ ଅଞ୍ଚଳର ଜନସାଧାରଣ ଙ୍କ ସୁଖ ଦୁଃଖର ସାଥୀ ଶ୍ରୀଯୁକ୍ତ ଲେଙ୍କା ବଡଚଣା ବାସୀଙ୍କ ପାଇଁ ସଂଗ୍ରାମ ଜାରିରଖିଵେ ବୋଲି କର୍ମୀ ମାନଙ୍କୁ ପ୍ରତିସୁତି ଦେଇ ଵଡଚଣାର ଵିକାଶ ଓ ପ୍ରଗତି ପାଇଁ ଲଢେଇ ଜାରିରଖିଵେ ଵୋଲି ପ୍ରକାଶ କରିଥିଲେ

 

0
0
0
s2sdefault