ହେଡଲାଇନସ୍:

"ଅସାଧୁ ଲୋକ ମାନଙ୍କର ମେଂଟ ଅସାଧୁ ଉଦ୍ଦେଶ୍ୟରେ ହେଉଛି ପଶ୍ଚିମ ଓଡିଶାକୁ ଆହୁରି ଦରିଦ୍ର କରିବା ପାଇଁ "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବ-ନବୀନ ମିଶ୍ରଣ ପ୍ରସଙ୍ଗରେ କହିଲେ ଧର୍ମେନ୍ଦ୍ର 

ନୂଆଦିଲ୍ଲୀ / ଭୁବନେଶ୍ୱର – ଅସାଧୁ ଲୋକ ମାନଙ୍କର ମେଂଟ ଅସାଧୁ ଉଦେଶ୍ୟରେ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମାନେ ନିଜର ବିଫଳତାକୁ ଲୁଚାଇବା ପାଇଁ ସରକାରୀ କଳକୁ ଦୂରୁପଯୋଗ କରିି ମୁଖ୍ୟମନ୍ତ୍ରୀ ତାଙ୍କର ଅପଚେଷ୍ଟା ଜାରି ରଖନ୍ତୁ ବୋଲି ସେ କହିଛନ୍ତି ।   

ବିଧାୟକ ନବ ଦାସ ବିଜେଡିରେ ଯୋଗଦେବା ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କୀତ ପ୍ରଶ୍ନର ଉତରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପଶ୍ଚିମ ଓଡିଶାକୁ ଆହୁରି ଦାରିଦ୍ର କରିବା, ଯୁବକଙ୍କୁ ଧୋକ୍କା ଦେବା ଓ ମାଆ ଓ ଭଉଣୀମାନଙ୍କ ଅତ୍ୟାଚାର ବଢାଇବା ପାଇଁ ସେ କଣ ପଶ୍ଚିମ ଓଡିଶାକୁ ଟାର୍ଗଟ୍ କରିଥିବା କଥା କହୁଛନ୍ତି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଓ ଝାରସୁଗୁଡା ଜିଲ୍ଲାକୁ ଗସ୍ତ କରିଥିବା ବେଳେ  ବାଲାଙ୍ଗୀର ଜିଲ୍ଲାରେ ରୋଜଗାର ବଢାଇବା ପାଇଁ ନିର୍ଦ୍ଧିଷ୍ଟ ଭାବେ ମୁଖ୍ୟମନ୍ତ୍ରୀ କଣ ବ୍ୟବସ୍ଥା କରିଛନ୍ତି ବୋଲି ସାର୍ବଜନୀନ ଭାବେ ପ୍ରକାଶ କରନ୍ତୁ । ଲମ୍ବା ଶାସନର ଦାୟିତ୍ୱରେ ରହିବା ପରେ ମଧ୍ୟ ସେଠାକାର ଯୁବକ ଆଜି କାହିଁକି ଦାଦନ ଖଟିବାକୁ ବାହାରକୁ ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଶ୍ରଦ୍ଧା ଓ ଆସ୍ଥାର କେନ୍ଦ୍ର ରାଜେନ୍ଦ୍ର କଲେଜ ପଡିଆରେ ଉଦବୋଧନ ଦେବାକୁ ଥିବା କଲେଜର ଅଧ୍ୟାପକ ପଦବୀ କେବେ ପୂରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ତାହା ଉପରେ କହିବା ଉଚିତ୍ । ସେହିପରି ଝାରସୁଗୁଡା ଜିଲ୍ଲାର ଲଖନ୍ପୁର ବ୍ଲକର  ଗାଁ ଗୁଡିକୁ ପିଇବା ପାଣି କେବେ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି 

0
0
0
s2sdefault