ହେଡଲାଇନସ୍:

ନବୀନଙ୍କ ଶରଣରେ ନବ : ବିପୁଳ ସମର୍ଥକଙ୍କ ସହ ବିଜେଡିରେ କଲେ ଦମଦାର ଏଣ୍ଟ୍ରି 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭୁବନେଶ୍ୱର : ନବୀନଙ୍କ ଶରଣରେ କଂଗ୍ରେସ ଛାଡ଼ିଥିବା ଝାରସୁଗୁଡ଼ା ବିଧାୟକ  ନବ |  ବିପୁଳ ସମର୍ଥକଙ୍କ ସହ ବିଜେଡିରେ କଲେ ଦମଦାର ଏଣ୍ଟ୍ରି | ନବ ଦାସଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତା, ନିର୍ବାଚିତ ପ୍ରତିନିଧି ଓ କର୍ମୀ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବାସ୍ତବରେ ଦେଖାଇଛନ୍ତି ଦାମ | ଏହି ଅବସରରେ ଝାରସୁଗୁଡ଼ାରେ ଆୟୋଜିତ ଯୋଗଦାନ ସମାରୋହକୁ ସମ୍ବୋଧିତ କରି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ କହିଥିଲେ ଯେ କିଛି ସମୟ ଆଗରୁ ଆପଣମାନେ ଗୋଟିଏ ଭିଡିଓ ଦେଖୁଥିଲେ । ସେଥିରେ ଓଡ଼ିଶାକୁ କେନ୍ଦ୍ରର ଅବହେଳା ବିଷୟରେ ମୁଁ ୯ଟି ପଏଣ୍ଟ ଉଠାଇଥିଲି । ଆପଣ କୁହନ୍ତୁ, ମୁଁ କିଛି ଭୁଲ କହିଛି? ଏ ଅବହେଳାକୁ ଆଉ ବରଦାସ୍ତ କରାଯାଇପାରିବ ନାହିଁ ।

ଆଜି ମୁଁ ଆପଣମାନଙ୍କୁ ୩ଟି ବିଷୟରେ କହିବି । ଗତ ୧୮ବର୍ଷ ଭିତରେ ଝାରସୁଗୁଡ଼ା ବହୁତ ବଦଳିଛି । ମୁଁ ଠିକ୍‍ କହୁଛି ନା ନାହିଁ?

ଆଗକୁ ଝାରସୁଗୁଡ଼ାର ଆହୁରି ଉନ୍ନତି ହେବ । ଆପଣମାନଙ୍କୁ ସାଥୀରେ ନେଇ ମୁଁ ଝାରସୁଗୁଡ଼ାର ଉନ୍ନତିକୁ ଆଗେଇ ନେବି ।

ଜାତୀୟ ରାଜପଥଗୁଡିକର ଅବସ୍ଥା ଆପଣମାନେ ଜାଣନ୍ତି । ବିଜୁ ଏକ୍ସପ୍ରେସ୍‍ ୱେ ଝାରସୁଗୁଡ଼ା ଦେଇ ଯାଇଛି । ଜାତୀୟ ରାଜପଥ-୨୦୦ ମଧ୍ୟ ଝାରସୁଗୁଡ଼ା ଦେଇ ଯାଇଛି । ଆପଣ କୁହନ୍ତୁ, ଆପଣ କେଉଁ ରାସ୍ତାକୁ ପସନ୍ଦ କରିବେ?

ଝାରସୁଗୁଡ଼ାରେ କିଛିଦିନ ତଳେ ନୂଆ ବିମାନ ବନ୍ଦର ଉଦ୍‍ଘାଟିତ ହେଲା । ବହୁତ ପ୍ରଚାର ହେଲା । କିନ୍ତୁ ବିମାନ ବନ୍ଦର ଖାଲି । ବିମାନ ଉଡ଼ିଲା ନାହିଁ । ମୁଁ କହିଥିଲି ଓଡ଼ିଶା ସରକାର ପାଣ୍ଠି ଦେବେ, ଆପଣ ବିମାନ ଚଳାନ୍ତୁ । କିନ୍ତୁ କିଛି ହେଲା ନାହିଁ । ବିମାନ କଥା ନହେଲେ ନାହିଁ, ଝାରସୁଗୁଡ଼ା ପାଇଁ ଗୋଟିଏ ଶତାବ୍ଦୀ ଏକ୍ସପ୍ରେସ୍‍ ହେଲେ ଦିଅନ୍ତୁ । ଝାରସୁଗୁଡ଼ା-ଭୁବନେଶ୍ୱର ମଧ୍ୟରେ ଶତାବ୍ଦୀ ଏକ୍ସପ୍ରେସ୍‍ ଚଳାଇବା ପାଇଁ ମୁଁ କେନ୍ଦ୍ର ନିକଟରେ ଦାବି କରିଛି, ଦେଖିବା କ’ଣ ହେଉଛି ।

ଆମର ଏ ଅଞ୍ଚଳରେ ବହୁତ କୋଇଲା ଖଣି ଅଛି । କୋଇଲା ରୟାଲିଟି ରିଭିଜନ୍‍ ପାଇଁ ମୁଁ ବହୁବାର ଦାବି କରିଆସିଛି । ୫ ମିନିଟ୍‍ରେ ନିଷ୍ପତ୍ତି ହେବ । କିନ୍ତୁ ୨୦୧୫ରୁ ଏ ପର୍ଯ୍ୟନ୍ତ କିଛି ହେଉନାହିଁ । ଓଡ଼ିଶା ହଜାର ହଜାର କୋଟି ଟଙ୍କା ହରାଉଛି । ଏ କ୍ଷତିଭରଣା କରିବ କିଏ ? ଆମ ପାଇଁ କ’ଣ କେବଳ ପ୍ରଦୂଷଣ? ଆପଣମାନେ ବିଚାର କରନ୍ତୁ ।

ଖୁସିର କଥା, ଆଜି ଆପଣମାନଙ୍କ ପ୍ରିୟ ନେତା ନବ ଦାସ ବିଜୁ ଜନତା ଦଳରେ ଯୋଗ ଦେଲେ । ମୁଁ ନବବାବୁ ଓ ତାଙ୍କର ସହଯୋଗୀ ବନ୍ଧୁମାନଙ୍କୁ ବିଜୁ ଜନତା ଦଳକୁ ସ୍ୱାଗତ କରୁଛି । ନବବାବୁ ଜଣେ ଭଲ ସଂଗଠକ । ଝାରସୁଗୁଡ଼ାରେ ବିଜୁ ଜନତା ଦଳ ଆହୁରି ମଜଭୁତ ହେବ । ସମସ୍ତଙ୍କ ସହଯୋଗରେ ଝାରସୁଗୁଡ଼ା ଆଗକୁ ଆହୁରି ଉନ୍ନତି କରିବ, ଏ ବିଶ୍ୱାସ ମୋର ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଏହି ଯୋଗଦାନ ସମାରୋହରେ ପୂର୍ବତନ ବିଧାୟକ ତଥା ଝାରସୁଗୁଡ଼ା ଜିଲ୍ଲା ସଭାପତି କିଶୋର ମହାନ୍ତି, ପୂର୍ବତନ ବିଧାୟକ ଅନୁପ ସାଏ, ଜିଲ୍ଲା ପର୍ଯ୍ୟବେକ୍ଷକ ରବି ପାଣି, ବିଧାୟକ ମଙ୍ଗଳା କିଷାନ, ପ୍ରଣବ ପ୍ରକାଶ ଦାସ, ସଂଜୟ କୁମାର ଦାସବର୍ମା, ଦେବାଶିଷ ସାମନ୍ତରାୟ, ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ସାଂସଦ ପ୍ରଭାସ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault