ହେଡଲାଇନସ୍:

ଭାରତ ବର୍ଷରେ ରାଜନୀତି ହେଉଛି ଏକ ମ୍ୟାଜିକ, ମ୍ୟାଜିକ ଦ୍ୱାରା ହିଁ ରାଜନୀତି ହେଉଛି : ଶିବୁ ସୋରେନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୋରଡା ବିଧାନସଭା ନିର୍ବାଚନୀ ମଣ୍ଡଳୀ ସ୍ତରୀୟ ଜନ ସମାବେଶ 

ବାରିପଦା,(ଦିଲ୍ଲୀପ ମହାନ୍ତି )- ଭାରତ ବର୍ଷରେ ରାଜନୀତି ହେଉଛି ଏକ ମ୍ୟାଜିକ । ମ୍ୟାଜିକ ଦ୍ୱାରା ହିଁ ରାଜନୀତି ହେଉଛି । ଏପରିକି ସେ ଓଡ଼ିଶା ହେଉ କିମ୍ବା ବିହାର ହେଉ କିମ୍ବା ଛତିଶଗଡ ହେଉ କିମ୍ବା ଝାରଖଣ୍ଡ ହେଉ କିମ୍ବା ବଙ୍ଗାଲ ହେଉ ସବୁ ଆଡେ ଏକ ମ୍ୟାଜିକ ଦ୍ୱାରା ରାଜନୀତି ହେଉଛି । ଏବଂ ସେ ଏହିପରି ରାଜନିତି ବହୁତ ଦେଖିଛନ୍ତି ଏବଂ ତାକୁ ପରକ୍ଷୀଛନ୍ତି ମଧ୍ୟ । ଏହାଛଡା ରାଜ୍ୟ କିମ୍ବା କେନ୍ଦ୍ର ଶାସନରେ ରହୁଥିବା ଦଳ ଜିଲ୍ଲାର ଆଦିବାସୀଙ୍କ ଉନ୍ନତି ପାଇଁ କୌଣସି ପ୍ରକାର ଚେଷ୍ଟା କରୁ ନାହାନ୍ତି ବୋଲି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସୁପ୍ରିମୋ ତଥା ଝାଡଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଶୁ ସୋରେନ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗ୍ରସ୍ତ ସମୟରେ ବୁଧବାର ମୋରଡା ନିର୍ବାଚନ ମଣ୍ଡଳୀ ସ୍ଥିତ ଚିକିଟାମାଟିଆର ବାକଚତର ଫୁଟବଲ ପଡ଼ିଆ ଠାରେ ଅନୁଷ୍ଠିତ  ଦଳୀୟ ସମାବେଶର ମତବ୍ୟକ୍ତ କରିଛନ୍ତି । ଏହି ଦଳୀୟ ସମାବେଶରେ ଓଡ଼ିଶା ରାଜ୍ୟ ସଭାପତି ମହେଶ ହେମ୍ବ୍ରମ ଯୋଗଦେଇ କହିଥିଲେ ଯେ, ରାଜ୍ୟରେ ଦୀର୍ଘ ୧୮ବର୍ଷ ଧରି ବିଜେଡି ସରକାର କରିସାରିବା ପରେ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପର୍ଯ୍ୟନ୍ତ ଓଡ଼ିଆ କହି ପାରିଲେ ନାହିଁ । ହେଲେ ମୟୂରଭଞ୍ଜ ଜିଲ୍ଲା ପ୍ରତି ଯେଉଁ ବୈମାତୃକ ମନୋଭାବ ରହିଛି ତାହା ମୟୂରଭଞ୍ଜବାସୀ ସମସ୍ତେ ଜାଣିଛନ୍ତି । ଯେହେତୁ ଆଗକୁ ୨୦୧୯ସାଧାରଣ ନିର୍ବାଚନ ଆସୁଛି ଠିକ ସେତିକି ବେଳେ ରାଜ୍ୟ ସରକାର ଭେଳି କି ଭେଳି ଯୋଜନାମାନ କରି ଭୋଟ ହାତେଇବାକୁ ବସିଛନ୍ତି । ଏପରିକି ରାଜ୍ୟ ସରକାର ପିଠା ଯୋଜନା ଠାରୁ ଆରମ୍ଭ କରି କାଳିଆ ଯୋଜନା ପର୍ଯ୍ୟନ୍ତ ଯୋଜନା କରୁଛନ୍ତି । ହେଲେ ଏହି ଯୋଜନା କୌଣସି ପ୍ରକାର ଫଳବତି ହେଉ ନାର୍ହି । ଏପରିକି ପ୍ରଧାନମନ୍ତ୍ରୀ ଗତ ୫ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗ୍ରସ୍ତ କରି ସାଢେ଼ ୪ହଜାର କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଯୋଜନାମାନ ଘୋଷଣା କରିଥିଲେ । ଯଦି ଏହି ଟଙ୍କାକୁ ସେ ପ୍ରତି ଗାଁକୁ ପ୍ରଦାନ କରିଥଆନ୍ତେ ତେବେ ଗାଁର ବିକାଶ ହୋଇ ପାରିଥଆନ୍ତା । ଏହି ଅବସରରେ କେନ୍ଦ୍ରୀୟ କମିଟି ସଦସ୍ୟ କଳିଙ୍ଗ କେଶରୀ ଜେନା ଯୋଗଦେଇ କହିଥିଲେ ଯେ ବିଜେଡି ଶାସନ ସମୟରେ ମୋରଡା ନିର୍ବାଚନ ମଣ୍ଡଳୀ ତଳିତଳାନ୍ତ ହୋଇଯାଇଛି । ଏଠାରେ ବେକାରୀ ସମସ୍ୟା ଠାରୁ ଆରମ୍ଭ ବିଜୁଳି ସହ ବିଭିନ୍ନ ପ୍ରକାର ସମସ୍ୟା ରହିଛି । ହେଲେ ରାଜ୍ୟ ଓ କେନ୍ଦ୍ର ସରକାର ସବୁବେଳେ ଅଣାଦେଖା କରୁଛନ୍ତି । ଏହାଛଡା ଆଦିବାସୀ ହତ୍ୟାକରୀ ବିଜେଡି ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଜେଏମଏମ କଡା ଜବାବ ଦେବ ବୋଲି କହିଥିଲେ । ଏହି ଦଳୀୟ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମଣ ଟୁଡୁ,ଜିଲ୍ଲା ସଭାପତି ଫାଗୁ ହାସଁଦା,ମୟୂରଭଞ୍ଜ ସାଧାରଣ ସମ୍ପାଦକ ଗୋବିନ୍ଦ ହେମ୍ବ୍ରମ,ରାଜ୍ୟ ଉପସଭାତି ରାମଚନ୍ଦ୍ର ମୁର୍ମୁ ପ୍ରମୁଖଙ୍କ ସହ ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ତ୍ରିପାଠୀଙ୍କ  ସହ ଅନ୍ୟମାନେ ଉପସ୍ଥିତ ଥିଲେ ।       

 

0
0
0
s2sdefault