ହେଡଲାଇନସ୍:

୨୯ରେ ଆସୁଛନ୍ତି ଶାହା : କର୍ମୀ ସମ୍ମିଳନୀ ମାର୍ଗଦର୍ଶନ ଦେବେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଓଡିଶା ଗସ୍ତରେ ଆସିବେ । କଟକର ସାଲେପୁର କୁଳିଆ ଠାରେ ଆୟୋଜିତ ହେବାକୁ ଥିବା କର୍ମୀ ସମ୍ମିଳନୀରେ ଶ୍ରୀ ଶାହା ଯୋଗ ଦେବେ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି । 

 ସେ କହିଛନ୍ତି ଯେ କଟକ ଜିଲ୍ଲା ସାଲେପୁର କୁଲିଆଠାରେ ଶ୍ରୀ ଶାହା ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାମାନଙ୍କର ସମାବେଶରେ ଯୋଗ ଦେବେ । ଏହି ସମାବେଶରେ ଶ୍ରୀ ଶାହା ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାମାନଙ୍କ ସହ ସାଙ୍ଗଠନିକ ସ୍ଥିତି ଏବଂ ଆଗାମୀ ନିର୍ବାଚନ ରଣନୀତି ସଂର୍ପକରେ ଆଲୋଚନା କରିବେ ।  ରାଜ୍ୟ ବିଜେପି ମିଶନ ୧୨୦+ ଲକ୍ଷ୍ୟରେ ଆଗେଇ ଚାଲିଛି । ପୂର୍ବ ଭାରତର ବିକାଶ ତଥା ନୂଆ ଓଡିଶା ଗଠନ ପାଇଁ ବିଜେପି ପ୍ରାଧାନ୍ୟ ଦେଇ ଆସୁଛି । ତୃଣମୂଳ ସ୍ତରରୁ ଆରମ୍ଭ କରି ସବୋର୍ଚ୍ଚ ନେତୃତ୍ୱ ପର୍ଯ୍ୟନ୍ତ ସମସ୍ତେ ଏକ ହୋଇ ଓଡିଶାର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୪ ବର୍ଷ ମଧ୍ୟରେ ରାଜ୍ୟର ବିକାଶ ପାଇଁ ହଜାର ହଜାର କୋଟି ଅନୁଦାନ ଦେଇଛନ୍ତି ଯାହାକି କେବେ ଓଡିଶାକୁ କୌଣସି କେନ୍ଦ୍ର ସରକାର କେବେ ଦେଇନଥିଲେ ।

 ରାଜ୍ୟର ଦୁର୍ନୀତି ଓ ଭଷ୍ଟ୍ର ସରକାରର ଶାସନରେ ଅତିଷ୍ଠ  ହୋଇ ରାଜ୍ୟବାସୀ ଶାସକ ବିଜେଡିର  ମୁଳୋତ୍ପାଟନ କରିବାକୁ ମନବଳାଇ ସାରିଲେଣି । ଆଗାମୀ ଦିନରେ ଓଡିଶା ବାସୀ ଏହି ଭ୍ରଷ୍ଟ ସରକାରକୁ ପ୍ରତ୍ୟାଖାନ କରିବେ ବୋଲି ସେ କହିଛନ୍ତିି । 

ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ୧୮ ତାରିଖରେ ଶ୍ରୀ ଶାହାଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଥିଲା  । ମାତ୍ର ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ  ହୋଇ ଚିକିତ୍ସିତ ହେଉଥିବାରୁ ଶ୍ରୀ ଶାହାଙ୍କ ଉକ୍ତ ଗସ୍ତକୁ ସ୍ଥଗିତ ରଖାଯାଇଥିଲା 

 

 

 

0
0
0
s2sdefault