ହେଡଲାଇନସ୍:

ଗଣତନ୍ତ୍ରର ସୁରକ୍ଷା ପାଇଁ ଲୋକଙ୍କ ପାଖକୁ ଯିବ ବିଜେପି : ଫେବୁଆରୀ ୧୦ରୁ ୨୧ଟି ଲୋକସଭାରେ ଜନ ଅଦାଲତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର / କଟକ -  ରାଜ୍ୟ ସରକାରକୁ ତାର ସ୍ଥାଣୁତା, ଅପାରଗତା ଓ ସମ୍ଭେଦନହୀନତା ପାଇଁ ଲୋକଙ୍କ ଅଦାଲତରେ ଛିଡା କରିବ ବିଜେପି । ଏଥିପାଇଁ ଆସନ୍ତା ଫେବୁଆରୀ ୧୦ ତାରିଖରୁ ୧୭ ତାରିଖ ଯାଏଁ ରାଜ୍ୟର ସମସ୍ତ ୨୧ଟି ଲୋକସଭା ଅଂଚଳରେ ଦଳ ପକ୍ଷରୁ ଜନ ଅଦାଲତ କରି ବିଜେଡି ସରକାରକୁ ଜବାବ ମଗାଯିବ ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । 

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଶାସକ ଦଳର ସାସଂଦ, ମନ୍ତ୍ରୀ, ବିଧାୟକ ମାନଙ୍କର ଲୋକଙ୍କ ପ୍ରତି ଯାହା ଉତର ଦାୟୀତ୍ୱ ରହିବା କଥା ତାହା ରାଜ୍ୟରେ ଦେଖିବାକୁ ମିଳୁନାହିଁ । ୧୯ ବର୍ଷ ଶାସନରେ ଓଡିଶାରେ କଳାକନା ବୁଲାଇଥିବା ବିଜେଡି ସରକାର ନିର୍ବାଚନର ମାତ୍ର କେଇଦିନ ପୂର୍ବରୁ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।  ଏହି ଜନ ଅଦାଳତରେ ଶାସକ ଦଳର ସାଂସଦ, ମନ୍ତ୍ରୀ, ବିଧାୟକ ମାନେ ଉପସ୍ଥିତ ରହି ଲୋକଙ୍କ ପ୍ରଶ୍ନର ଜବାବ ଦେବା ସହ ବିଜେପି ପ୍ରସ୍ତୁତ କରିଥିବା ଚାର୍ଜ ସିଟର ଉତର ଦେବା ପାଇଁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।  ଦେଶକୁ ସ୍ୱାଧୀନତା ଆଣିବାରେ ନେତାଜୀ ସୁବାସ ବୋଷଙ୍କର ଅବଦାନ ଥିଲା ଅତୁଳନୀୟ । ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମ କରି ଗଣତନ୍ତ୍ରର ରକ୍ଷା ପାଇଁ ସେ ପ୍ରୟାସ କରିଥିଲେ । ତାଙ୍କର ଜନ୍ମଜୟନ୍ତୀ ଅବସରେ ଓଡିଶାରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଭାରତୀୟ ଜନତା ପାର୍ଟି ଏହି ଅଭିଯାନ ଆରମ୍ଭ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ବିଜେପି ନେତୃବୃନ୍ଦ ନେତାଜୀଙ୍କ ମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଜଂଳୀ ଦେଇଥିଲେ । 

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, କଟକ ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault