ହେଡଲାଇନସ୍:

କାଳିଆ ଯୋଜନା ପାଇଁ ଅର୍ଥ ସମ୍ପର୍କରେ ଭୁଲ ତଥ୍ୟ ଦେଇଛି ବିଜେଡି  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀ ୩୦ ଲକ୍ଷ ହିତାଧିକାରୀଙ୍କ ସୂଚୀ ପ୍ରକାଶ କରିବାକୁ ବିଜେପିର ଦାବି 

ଭୁବନେଶ୍ୱର - ଦୀର୍ଘ ୧୯ବର୍ଷ ଧରି ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କୁ ଅବହେଳିତ କରିଚାଲିଛନ୍ତି । ଅନ୍ୟପଟେ ଆଗକୁ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା କରି ପୁଣିଥରେ ରାଜ୍ୟର ଚାଷୀମାନଙ୍କୁ ଭ୍ରମିତ କରିବାକୁ ବସିଛନ୍ତି । କାଳିଆ ଯୋଜନା ପାଇଁ କଂଟିଜେନ୍ସି ଫଣ୍ଡରୁ ଅର୍ଥ ଉଠାଇବା ପ୍ରସଙ୍ଗରେ ଶାସକ ଦଳ ମିଥ୍ୟା ଏବଂ ଭୁଲ ତଥ୍ୟ ରଖିଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । 

ରାଜ୍ୟ କାର୍ଯ୍ୟାଳୟର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, କେବଳ ଆପାତକାଳୀନ ସ୍ଥିତିରେ କଂଟିଜେନ୍ସି ଫଣ୍ଡ ବ୍ୟବହାର କରାଯାଏ । କିନ୍ତୁ ରାଜ୍ୟସରକାର ଏଠି ଭୋଟ ହାତେଇ ନିର୍ବାଚନ ବୈ÷ତରଣୀ ପାର ହେବା ପାଇଁ ବେମିୟମ ଭାବେ କଂଟିଜେନ୍ସି ଫଣ୍ଡରୁ ଅର୍ଥ ଉଠାଇଛନ୍ତି । ରାଜ୍ୟସରକାର ୯୨ ହଜାର କୋଟି ଋଣଭାରରେ ବୁଡି ଥିବାବେଳେ ପୁଣି ଋଣ କରି ଯୋଜନା କରିବାର ଉଦେ୍ଧଶ୍ୟ କଣ ରହିଛି ? ସାରା ରାଜ୍ୟରେ କୃଷକମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବା ସହ ଚାଷୀମାନଙ୍କର ଆର୍ଥିକ ସ୍ଥିତି ଶୋଚନୀୟ ହେଉଥିବାବେଳେ ୧୯ ବର୍ଷର ବିଜେଡ଼ି ସରକାର ସମାଧାନର ରାସ୍ତା କାଢିବା ବଦଳରେ ମିଛ ରାଜନୈତିକ ନାଟକ ବାଜିରେ ବ୍ୟସ୍ତ ରହିଛି । କେତେବେଳେ କାଳିଆ ଯୋଜନା ନାଁରେ ଭଣ୍ଡାଉଛନ୍ତି ତ କେତେବେଳେ ମଣ୍ଡି ନଖୋଲି ଚାଷୀମାନଙ୍କୁ ହଇରାଣ କରୁଛନ୍ତି । କୃଷକଙ୍କ ପାଇଁ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶୃତି ବିଶେଷ ଭାବରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବୋନସ୍ ପ୍ରଦାନ ନକରିବାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଜେଡ଼ି ସରକାର କୃଷକ ବିରୋଧୀ । ୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବୋନସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ସୋହଲା ଜନସଭାରେ ଘୋଷଣା କରିଥିଲେ । ଏହି ବୋନସ ରାଜ୍ୟସରକାର କାହିଁକି ଦେଉନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଓଡିଶାର କୃଷକଙ୍କ ଉନ୍ନତି ପାଇଁ ମୋଦି ସରକାର ଦୃଢ ପ୍ରତିଶୃତି ବଦ୍ଧ । କିନ୍ତୁ ଏଠି ରାଜ୍ୟସରକାର କୃଷକ କଲ୍ୟାଣ ପାଇଁ କରିଥିବା ଯୋଜନାକୁ ତୃଣମୂଳ ସ୍ତରରେ ଲାଗୁ ନକରି ନିଜ ଯୋଜନାକୁ ଦଳୀୟ ଭିତିରେ ବାଂଟି ଶାସନକ୍ଷମତାକୁ ଆସିବା ପାଇଁ ହୀନ ପ୍ରୟାସ କରୁଛି । ଗତକାଲି ଫୁଡ କମିଶନ ୨ ଲକ୍ଷ ଭୂତ ହିତାଧିକାରୀଙ୍କ ସୂଚୀ ଦେବା ପରେ ସ୍ପଷ୍ଟ ହେଉଛି କି, ରାଜ୍ୟସରକାର କେମିତି ଯୋଜନାକୁ ଲୋକଙ୍କ ପାଖରେ ପହଂଚାଉଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । 

କାଳିଆ ଯୋଜନାରେ ଅନ୍ତର୍ଗତ ୩୦ ଲକ୍ଷ ହିତାଧିକାରୀଙ୍କ ସୂଚି ମୁଖ୍ୟମନ୍ତ୍ରୀ ପ୍ରକାଶ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଆହ୍ୱାନ ଦେଇଛନ୍ତି ।  

0
0
0
s2sdefault