ହେଡଲାଇନସ୍:

କ୍ଷମତାକୁ ଆସିଲେ ଖଣ୍ଡିଆ କାମ ପୁରା କରିବି : ଜୟଦେବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଂଗ୍ରେସର ବିଶାଳ ଜନଜାଗରଣ ତଥା  ଚାଷୀ ସମାବେଶ 

ଗୋଟିଏ ମଞ୍ଚରେ ନିରଞ୍ଜନ-ଜୟଦେବ, ଭୋଟ ସରିବା ପର୍ଯ୍ୟନ୍ତ ରହିବ ତ ଭାବ ! 

ଆନନ୍ଦପୁର/ହାଟଡିହି(ମକରଧ୍ବଜ ଜେନା)  : ବହୁଦିନ ପରେ ଆନନ୍ଦପୁରରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ଦୁଇପାରମ୍ପରିକ ରାଜନୈତିକ ଶତ୍ରୁ ନିରଞ୍ଜନ ଓ ଜୟଦେବ |  ଆନନ୍ଦପୁର ଛେନାପଦି ଠାରେ କଂଗ୍ରେସ ତରଫରୁ ଜନ ଜାଗରଣ ସଭା  ଓ ଚାଷୀ ସମାବେଶ ଗର୍ଜିଥିଲେ  ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ | 

ପିସିସି ସାଧାରଣ ସମ୍ପାଦକ  ସଂଗ୍ରାମ ଜେନାଙ୍କ ପରିଚାଳନା ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ପୁର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ଏହି ସମାବେଶରେ ଏଆଇସିସି ସାଧାରଣ ସମ୍ପାଦକ ତଥା ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ,  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,  ବରିଷ୍ଠ କଂଗ୍ରେସ ନେତା ତଥା ପୁର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ବରିଷ୍ଠ  କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ, ଶ୍ରମିକ ନେତା ବାପି ସର୍ଖେଲ, ରାଜ୍ୟ କିଶାନ ସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ,  ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର,  କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ, ପିସିସି ସଦସ୍ୟ ଦରିଦ୍ର ନାରାୟଣ ନାୟକ, ପିସିସି ସଦସ୍ୟ ତଥା ଜିଲ୍ଲା କଂଗ୍ରେସ ଉପସଭାପତି ନିକୁଞ୍ଜ ବିହାରୀ ମିଶ୍ର, ଜିଲା କଂଗ୍ରେସ କମିଟି ସଭାପତି ବିପ୍ଳବ ମିଶ୍ର, ରତିକାନ୍ତ ବରାଳ, ଛାତ୍ର ନେତା  ରାଜୀବ ପଟ୍ଟନାୟକ, ଯୁବ ନେତା ଚିତ ପାତ୍ର, ମୁରଲୀଧର ବେହେରା, ବାବୁଲା କାଣ୍ଡି, ଅଲେଖ ମଳିକ, ଭଦ୍ରକ ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ଲାଲା ସ୍ୱାଇଁ, ପୂର୍ବତନ ବିଧାୟକ ନରେନ ପଲେଇ, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ବିନିତା ମାଝୀ,ଅଖିଳ ଭାରତ କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ, ପିସିସି ସମ୍ପାଦକ ସଂଗ୍ରାମ ଦାସ ପ୍ରମୁଖ ଉପସ୍ଥିତ ରହି ଶାସକ ବିଜେଡି ଓ କେନ୍ଦ୍ରର ଭାଜପାକୁ ବିଭିନ୍ନ ପ୍ରସଙ୍ଗରେ କଡା ସମାଲୋଚନା କରିଥିଲେ ।  ପୂର୍ବ ସୂଚନା ମୂତାବକ ବିରୋଧି ଦଳ ନେତା ନରସିଂହ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ଶରତ ରାଉତ ସମାବେଶରେ ଯୋଗଦେଇନଥିଲେ ।  ଅପରାହ୍ନ ପ୍ରାୟ ୨ ଟା ୧୦ ରେ ପିସିସି ସଭାପତି ନିରଞ୍ଜନ , ଚିରଞ୍ଜୀବ ଓ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସଭା ମଂଚରେ ପହଂଚିଥିଲେ । କଂଗ୍ରେସ ଓଡିିଶାରେ ଆସିଲେ କୃଷି ରୁଣ ଛାଡ କରିବେ ବୋଲି ପିସିସି ସଭାପତି ନିରଞ୍ଜନ  ପ୍ରତିଶୃୁତି ଦେଇଥିବାବେଳେ ଜୟଦେବ ଜେନା  ଆନନ୍ଦପୁର ନିର୍ବାଚନମଣ୍ଡଳୀ ଆଦି ବିଭିନ୍ନ ଦୃଷ୍ଟିରୁ ଅବହେଳିତ |  ସ୍ୱାସ୍ଥ୍ୟ ସେବା, ଶିକ୍ଷା ବ୍ୟବସ୍ଥା, ଜଳସେଚନ ବ୍ୟବସ୍ଥା, ଆଇନ ଶୃୁଙ୍ଖଳା ବ୍ୟବସ୍ଥା ସଂପୁର୍ଣ ବିପର୍ଯ୍ୟସ୍ତ ହୋଇପଡିଛି | କଂଗ୍ରେସ କ୍ଷମତାକୁ  ଆସିଲେ ଛାଡିଯାଇଥିବା ଅଧୁରା କାର୍ଯ୍ୟକୁ ପୁଣି ସମ୍ପୂର୍ଣ କରିବି  ବୋଲି ଏହି ସମାବେଶରେ ପ୍ରତିଶ୍ରୁତି ଦେଇଥିଲେ ଜୟଦେବ । ବହୁ ଦିନର ରାଜନୈତିକ ଶତ୍ରୁ  ଜୟଦେବ ଜେନା ଓ ନିରଞନ ପଟ୍ଟନାଏକଙ୍କୁ ବହୁ ଦିନପରେ ଗୋଟାଏ ମଂଚରେ ଦେଖିବାକୁ ମିଳିଥିଲା । ହେଲେ ଏହି ଭାବ ଭୋଟ ଶେଷ ପର୍ଯ୍ୟନ୍ତ ନିରଞ୍ଜନ ରଖିବେ ତ ବୋଲି ସଭାସ୍ଥଳରେ ଚର୍ଚା ହେଉଥିଲା |  ଏହି ସମାବେଶରେ  ବିଭିନ୍ନ ପଂଚାୟତରୁ ବିଜେଡି ଏବଂ ବିଜେପିର ବହୁ କର୍ମୀ  ନିରଞନ ପଟ୍ଟନାଏକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଥିଲେ । 

 

0
0
0
s2sdefault