ହେଡଲାଇନସ୍:

ଓଡ଼ିଆ ଝିଅ ଓ ମହିଳାମାନଙ୍କ ମାନ, ଇଜ୍ଜତ ଓ ସୁରକ୍ଷା ସଙ୍କଟରେ ,  ନ୍ୟାୟ ପାଇଁ ମହିଳା ସ୍ୱାର୍ଥ ଓ ସ୍ୱାଭିମାନର ଅଭିଯାନକୁ ଗାଁ ପର୍ଯ୍ୟନ୍ତ ନିଆଯିବ :ମହିଳା ମୋର୍ଚ୍ଚା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, - ୧୯ ବର୍ଷର ରାଜ୍ୟସରକାର ତଥା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହବିଭାଗର ସ୍ଥାଣୁତା, ଅପାରଗତା ଓ ସମ୍ବେଦନହୀନତା କାରଣରୁ  ଓଡ଼ିଆ ଝିଅ ଓ ମହିଳାମାନଙ୍କ ମାନ, ଇଜ୍ଜତ ଓ ସୁରକ୍ଷା ଆଜି ସଙ୍କଟରେ ପଡ଼ିଛି ବୋଲି ପାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି । 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପରିଡା କହିଛନ୍ତି ଯେ, ବିଜେପି ମହିଳା ମୋର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କୁ ବେବିନା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଲାଲ୍ ଚୁଡ଼ି ଭେଟି ଅଭିଯାନ ଓଡ଼ିଆ ମହିଳାଙ୍କ ସମ୍ମାନ ଓ ସରକାରଙ୍କୁ ଚେତାବନୀ ପାଇଁ ଏକ ପ୍ରତିକାତ୍ମକ ପଦକ୍ଷେପ ଥିଲା । ରାଜ୍ୟର ୧୨୭ଟି ନିର୍ବାଚନ ମଣ୍ଡଳୀରୁ ୯୦ ହଜାର ୯ ଶହ ୨୭ ଜଣ ମହିଳାଙ୍କ ଠାରୁ ଲାଲ୍ ଚୁଡି ସଂଗ୍ରହ କରାଯାଇଥିଲା ଏବଂ ଆଗାମୀ ଦିନରେ ବେବିନାକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମହିଳାମୋର୍ଚ୍ଚା ତାର ଲଢେଇ ଜାରି ରଖିବ । ବେବିନା ଓ ବେବିନା ପରି ଦୁଷ୍କର୍ମ ଓ ଅମାନବୀୟ ନିଯ୍ୟାତନାର ଶିକାର ହୋଇଥିବା ସାରା ରାଜ୍ୟର ଶହ ଶହ ମା ଭଉଣୀଙ୍କୁ ନ୍ୟାୟ ପାଇଁ ମହିଳା ମୋର୍ଚ୍ଚା ମହିଳା ସ୍ୱାର୍ଥ ଓ ସ୍ୱାଭିମାନର ଅଭିଯାନକୁ  ବ୍ଲକ ପଂଚାୟତ ଓ ଗାଁ ପର୍ଯ୍ୟନ୍ତ ନେଇ ମହିଳାଙ୍କ ମାମଲାରେ ଏକ ସମ୍ବେଦନହୀନ ସରକାର ବିରୋଧରେ ଜନମତ ତିଆରି କରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି । 

ଜାନୁଆରୀ ୨୦୧୮ରୁ  ଜାନୁଆରୀ ୨୦୧୯ ମଧ୍ୟରେ  ଦୁଷ୍କର୍ମର ଶିକାର ହୋଇ ଗଣମାଧ୍ୟମରେ  ମୁଖ୍ୟ ପ୍ରସଙ୍ଗ ହୋଇଥିବା ପ୍ରମୁଖ ମାମଲା ଗୁଡ଼ିକର ସୂଚୀ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ।  ଏହି ବହୁ ଚର୍ଚ୍ଚିତ ମାମଲା ଗୁଡ଼ିକରେ  ତଦନ୍ତ ଶିଥିଳ ହେବା ଓ ଦୋଷୀକୁ ଉପଯୁକ୍ତ ତଥ୍ୟ ପ୍ରମାଣ ଏକାଠି କରି ଅଭିଯୁକ୍ତକୁ କଡ଼ା ରୁ କଡ଼ା ସଜ୍ଜା ଦେବାରେ ଗୃହବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କାହିଁକି ବିଫଳ ହୋଇଛନ୍ତି ଓଡ଼ିଆ ଲୋକମାନେ ଏହାର ଜବାବ ମାଗୁଛନ୍ତି । ଦେଶରେ ମହିଳା ବିରୋଧୀ ହିଂସା ମାମଲାରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ରହିଛି । ରାଜ୍ୟରେ ହୁ ହୁ ହୋଇ ବଢୁଥିବା ମହିଳା ବିରୋଧୀ ହିଂସା ପଛରେ ଅଭିଯୁକ୍ତଙ୍କ ପ୍ରତି  ରାଜ୍ୟସରକାରଙ୍କ କୋହଳ ମନୋଭାବ ହିଁ ମୁଖ୍ୟ କାରଣ  ।

ରାଜ୍ୟସରକାରଙ୍କ ମହିଳା ବିରୋଧୀ ଆଭିମୁଖ୍ୟରେ ରାଜ୍ୟବାସୀ କ୍ଷୁବ୍ଧ । ମହିଳାଙ୍କୁ ସମ୍ମାନ ଦେଉଥିବା ଓ ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରୁଥିବା ସରକାର ରାଜ୍ୟରେ ଦରକାର । ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦୃଢ ରାଜନୈତିକ ଇଚ୍ଛାଶକ୍ତି ଥିବା ସରକାର ଦରକାର । ବିଜେଡ଼ି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି । ରାଜ୍ୟରେ ଛବିରାଣୀ ଓ ଅଞ୍ଜନାଙ୍କ ଗଣଦୁଷ୍କର୍ମ ଓଡ଼ିଶା ରାଜନୀତିରେ ପରିବର୍ତନ ଆଣିଥିଲା । ଆଜି ଦିନରେ ଓଡ଼ିଶାରେ ଶହ ଶହ ଏହି ଭଳି ଘଟଣା ରହିଛି । ଆଜି ଏହି ପୀଡ଼ିତାମାନଙ୍କ ସମର୍ଥନରେ ଓ ଅଭିଯୁକ୍ତଙ୍କ ପ୍ରତି କୋହଳ ତଥା ଅନେକ ମାମଲାରେ ସେମାନଙ୍କୁ ସୁରକ୍ଷାକାରୀ ସରକାରୀ ଦଳର ବଡ଼ ପଣ୍ଡାଙ୍କ ବିରୋଧରେ ନିର୍ଣ୍ଣାୟକ ଲଢେଇରେ ଓଡ଼ିଶାର ଜନସାଧାରଣ ସାମିଲ ହେବାକୁ ମହିଳା ମୋର୍ଚ୍ଚା ତରଫରୁ ଆହ୍ୱାନ କରିଛନ୍ତି ଶ୍ରୀମତୀ ପରିଡ଼ା । 

0
0
0
s2sdefault