ହେଡଲାଇନସ୍:

ପୁରୀରେ ଫେବୃୟାରୀ ୨ ଓ ୩ରେ ହେବ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର- ଆସନ୍ତା ଫେବୃଆରୀ ୨ ଏବଂ ୩ ତାରିଖ ଦିନ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମି ଶ୍ରୀକ୍ଷେତ୍ର ପୁରୀରେ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନ ହେବ । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସାରା ଓଡିସା ତଥା ଆଦିବାସୀ ମାନଙ୍କର ଠାକୁର । ଶବର ରାଜା ବିଶ୍ୱାବସୁଙ୍କ ପାଖରେ ଜଗନ୍ନାଥ ମହାପ୍ରଭୁ ପୁର୍ବରୁ ନୀଳମାଧବ ରୂପେ ପୁଜା ପାଉଥିଲେ । ଏହି ମହାନ ସଂଯୋଗ ଅବସରରେ ଏହି ମହାଅଧିବେଶନକୁ ପୁରୀରେ କରାଯିବା ପାଇଁ ସ୍ଥିର କରାଯାଇଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଜନଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ବିଧାୟକ ଶ୍ରୀ ରବି ନାୟକ ସୂଚନା ଦେଇଛନ୍ତି । 

ଜନଜାତିମାନଙ୍କର ଅଧିକାରକୁ ଛଡାଇ ନେବା, କେନ୍ଦ୍ର ସରକାର ପ୍ରଣୟନ କରିଥିବା ଯୋଜନାକୁ ସଠିକ୍ ଭାବରେ ଲାଗୁ କରାଇ ନଦେବା ଏବଂ ଜନଜାତି ଆଦିବାସୀମାନଙ୍କର ବିଭିନ୍ନ ଜ୍ୱଳନ୍ତ ପ୍ରସଙ୍ଗକୁ ନେଇ ଏହି ଅଧିବେଶନ ଆୟୋଜିତ ହେବ ବୋଲି ମୋର୍ଚ୍ଚାର ରାଜ୍ୟ ସଭାପତି ଓ ବିଧାୟକ ଶ୍ରୀ ରବି ନାଏକ ସୂଚନା ଦେଇଛନ୍ତି । ଏହି ମହାଧିବେଶନକୁ ସଫଳ କରିବା ପାଇଁ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ   ହୋଇଥିଲା । ଆଦିବାସୀଙ୍କ ଅଧିକାର ପାଇଁ ଆୟୋଜିତ ଏହି ଅଧିବେଶନରେ ୫ ହଜାରରୁ ଉଦ୍ଧ୍ୱର୍ ପ୍ରତିନିଧି ସାମିଲ ହେବା ସହ ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଫେବୃଆରୀ ୩ ତାରିଖ ଦିନ  ‘ଆଦିବାସୀଙ୍କ ହକ୍’ ଅଭିଯାନ ରାଲି  ଆୟୋଜିତ ହେବ । ଏହି ରାଲିରେ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ଶାହାଙ୍କ ସମେତ ୧ ଲକ୍ଷରୁ ଉଦ୍ଧ୍ୱର୍ ଆଦିବାସୀ ଯୋଗ ଦେଇ ନିଜ ଅଧିକାର ସୁରକ୍ଷା ପାଇଁ ଦାବି ଓ ରାଜ୍ୟସରକାରଙ୍କ ଜନଜାତି ବିରୋଧୀ ନୀତିକୁ ବିରୋଧ କରିବେ ବୋଲି ଶ୍ରୀ ନାଏକ କହିଛନ୍ତି ।ରାଜ୍ୟସରକାରଙ୍କ ଆଦିବାସୀମାରଣ ନୀତିକୁ ବିରୋଧ ସହ ଆଦିବାସୀମାନଙ୍କୁ ସେମାନଙ୍କ ହକ୍ ଦେବା ଏହି ଅଧିବେଶନରେ ପ୍ରମୁଖ ଉଦେ୍ଧଶ୍ୟ ବୋଲି ଶ୍ରୀ ନାଏକ କହିଛନ୍ତି । 

ଏହି ପ୍ରସ୍ତୁତି ବୈଠକରେ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଶ୍ରୀ ରାମ ବିଚାର ନେତମ, ରାଜ୍ୟ ଉପ ସଭାନେତ୍ରୀ ଶ୍ରୀମତୀ ସୁକେଶି ଓରାମ, ସାଧାରଣ ସଂପାଦକ (ସଙ୍ଗଠନ) ଶ୍ରୀ ମାନସ ମହାନ୍ତି ଓ ଅନନ୍ତ ନାୟକଙ୍କ ସମେତ ମୋର୍ଚ୍ଚାର ଶତାଧିକ କାର୍ଯ୍ୟକର୍ତା ସାମିଲ ଥିଲେ । 

 

0
0
0
s2sdefault