ହେଡଲାଇନସ୍:

ନିର୍ବାଚନୀ ଚାନ୍ଦା ପାଇଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ଜନସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି :ପ୍ରତାପ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,: କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିଲ୍ଲୀରେ ଓଡ଼ିଶାର ଉପକୂଳ ରାଜପଥ (କୋଷ୍ଟାଲ୍‍ ହାଇୱେ) ବାବଦରେ ଯେଉଁ ସାମ୍ବାଦିକ ସମ୍ମିଳନୀ ରଖିଥିଲେ, ତାହା ସେହି କୋଷ୍ଟାଲ୍‍ ହାଇୱେର ଟେଣ୍ଡର ପାଇଁ ଆଶାୟୀ ଠିକାଦାରଙ୍କ ଦ୍ୱାରା ପ୍ରାୟୋଜିତ । ଭାରତୀୟ ଜନତା ପାର୍ଟି ଏବଂ ବିଶେଷ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଭ୍ୟାସଗତ ମିଛୁଆ । ଯେଉଁ ବକ୍ତବ୍ୟ ସେ ଦିଲ୍ଲୀରେ ରଖିଛନ୍ତି, ତାହା ଅମୂଳକ ଓ ଭିତ୍ତିହୀନ ଏବଂ ତରବରିଆ ଭାବରେ କୋଷ୍ଟାଲ୍‍ ହାଇୱେର ଟେଣ୍ଡର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ନିର୍ବାଚନୀ ଖର୍ଚ୍ଚ ବାହାର କରିବାର ଏକ ଅଭିସନ୍ଧି । ୨୦୧୫ ମସିହାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଓଡ଼ିଶାରେ କୋଷ୍ଟାଲ୍‍ ହାଇୱେର ନିର୍ମାଣକୁ ନେଇ ଯେଉଁ ବିବୃତି ରଖିଥିଲେ, ତାହା କେନ୍ଦ୍ର ସରକାରଙ୍କ ଦ୍ୱାରା କ୍ୟାବିନେଟ୍‍ ଅନୁମୋଦନ ପାଇ ଦୀର୍ଘ ଅଢେ଼ଇ ବର୍ଷ ଲାଗିଥିଲା । କାହିଁକି ଏ ପ୍ରକାର ବିଳମ୍ବ ହେଲା, ତାହା ଶ୍ରୀ ପ୍ରଧାନ ସ୍ପଷ୍ଟ କଲେ ଉଚିତ୍‍ ହୁଅନ୍ତା । ରାଜ୍ୟର ପୁରୁଣା ରାସ୍ତାକୁ ନବୀକରଣ କରି ତାହାକୁ କୋଷ୍ଟାଲ୍‍ ହାଇୱେର ଆଖ୍ୟା ଦେଇ ଯେଉଁ ଏକ ଅସଫଳ ପ୍ରୟାସ ଶ୍ରୀ ପ୍ରଧାନ କରୁଛନ୍ତି, ତାହା ତାଙ୍କର ଠିକାଦାର ପୋଷିବା ନୀତିକୁ ପଦାରେ ପକାଉଛି । କେନ୍ଦ୍ର ସରକାରଙ୍କ ଏନ୍‍ଏଚ୍‍ଆଇ ସଂସ୍ଥା ରାଜ୍ୟ ସରକାରଙ୍କ ସହ ଏହି କୋଷ୍ଟାଲ୍‍ ହାଇୱେର ପଥ ନିର୍ଦ୍ଧାରଣ ସଂକ୍ରାନ୍ତୀୟ ଆଲୋଚନା କଲା ପରେ ମଧ୍ୟ ଏବଂ ରାଜ୍ୟ ସରକାର ନିଜର ଗୁରୁତ୍ୱପୂର୍ଣ୍ଣ ମତ ଦେବା ସତ୍ତେ୍ୱ, ଲୁକ୍କାୟିତ ଭାବରେ କେନ୍ଦ୍ର ସରକାର ଓ ଶ୍ରୀ ପ୍ରଧାନ ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ବିନା ଅବଗତରେ ତରବରିଆ ଭାବରେ କାର୍ଯ୍ୟକାରୀ କରାଇବା ପାଇଁ ଚଳାଇଥିବା ପ୍ରୟାସ ଭିତରେ ଏକ ଅଭିସନ୍ଧି ଥିବା ସ୍ପଷ୍ଟ ଜଣାପଡିଯାଉଛି । ଶ୍ରୀ ପ୍ରଧାନ ଏହି ଅଭିସନ୍ଧିର ମୁଖ୍ୟ ନାୟକ । ଯାହା ଶୁଣିବାକୁ ମିଳୁଛି, ଯେଉଁ ପଥମାର୍ଗ ଦେଇ ଏହି କୋଷ୍ଟାଲ୍‍ ହାଇୱେକୁ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ଓ ଶ୍ରୀ ପ୍ରଧାନ ଚାହୁଁଛନ୍ତି, ତାହା ଯଦି ସାକାର ହୁଏ, ତେବେ ହଜାର ହଜାର ଘର ଓ ଗାଁ କ୍ଷତିଗ୍ରସ୍ତ ହେବ । ନିଜର ନିହୀତ ନିର୍ବାଚନୀ ଚାନ୍ଦା ପାଇଁ ଶ୍ରୀ ପ୍ରଧାନ ଓଡ଼ିଶାର ଜନସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି । ରାଜ୍ୟ ସରକାର କୋଷ୍ଟାଲ୍‍ ହାଇୱେ ଓଡ଼ିଶାରେ ହେଉ, ଏହା ଦୃଢ଼ତାର ସହିତ ଚାହୁଁଛନ୍ତି । କୋଷ୍ଟାଲ୍‍ ହାଇୱେ ହେଲେ ରାଜ୍ୟର ପର୍ଯ୍ୟଟନ, ଗମନାଗମନ ଓ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । କିନ୍ତୁ ତାହା ହଜାର ହଜାର ଜୀବନକୁ କ୍ଷତିଗ୍ରସ୍ତ କରି ଏବଂ ଠିକାଦାରମାନଙ୍କୁ ପୋଷି ତାଙ୍କ ପାଖରୁ ନିର୍ବାଚନୀ ଚାନ୍ଦା ଆଦାୟ କରିବାର ଏକ ମାଧ୍ୟମ ନହେଉ, ଯାହାକି ଶ୍ରୀ ପ୍ରଧାନ ଚାହୁଁଛନ୍ତି । ବିଜୁ ଜନତା ଦଳ ଏଠାରେ ଦାବି ରଖୁଛି ଯେ କେନ୍ଦ୍ର ସରକାରଙ୍କ ଏନ୍‍ଏଚ୍‍ଆଇ ଏହି ପ୍ରକଳ୍ପର ସଂପୂର୍ଣ୍ଣ ପଥ ନିର୍ଦ୍ଧାରଣର ତଥ୍ୟ ଓ ବିବରଣୀ ସହିତ ରାଜ୍ୟ ସରକାରଙ୍କ ସହ ଆଲୋଚନା କରନ୍ତୁ ଏବଂ ରାଜ୍ୟ ସରକାରଙ୍କ ପିଠି ପଛରେ ଯାଇ ତରବରିଆ, ଏକପାଖିଆ ଓ ଅଭିସନ୍ଧିମୂଳକ କାର୍ଯ୍ୟ ନକରନ୍ତୁ । କୋଷ୍ଟାଲ୍‍ ହାଇୱେ ଶ୍ରୀ ପ୍ରଧାନଙ୍କ ନିର୍ବାଚନୀ ଚାନ୍ଦା ସଂଗ୍ରହ କରିବାର ମାଧ୍ୟମ ନହୋଇ ଓଡ଼ିଶାବାସୀଙ୍କ ପ୍ରକୃତ ହିତରେ ଲାଗୁ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ  ନେତା ଶ୍ରୀ ପ୍ରତାପ ଜେନା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଡ. ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।

0
0
0
s2sdefault