ହେଡଲାଇନସ୍:

ଯୋଗେଶଙ୍କ ଇସ୍ତଫା ପରେ...: ସଭିଙ୍କ ଅପେକ୍ଷା, କଣ କରିବେ ସ୍ୱାଭିମାନୀ ନରସିଂହ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(SPB) : ରାହୁଲ ଗାନ୍ଧୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସରେ ଯେଉଁ ଘଣ୍ଟା ଚକଟା ଚାଲିଛି ତାହା ଏବେ ହାଟ ବଜାରରେ ଚର୍ଚ୍ଚା | କିଏ ଭଲ କଲା କିଏ ମନ୍ଦ କଲା, କିଏ ଚକ୍ରାନ୍ତକାରୀ ଆଉ କିଏ ନୀତିବାନ ଧର୍ମରାଜ ଯୁଧିଷ୍ଠିର, କିଏ ବିଶ୍ୱାସଘାତକ ଆଉ କିଏ ଦଳ ପ୍ରତି ଅନୁରକ୍ତ ସେ ସବୁ ତ ଭିନ୍ନ କଥା | ହେଲେ ନା ପଡୁଛି ଦଳର | ପଦାରେ ପଡୁଛି ଦଳର ଅନ୍ତଃକନ୍ଦଳ. ଦୋଷ ଦୁର୍ବଳତା | ଲୋକଙ୍କ ଭିତରେ ହେଉଛି ଚର୍ଚା | ସେପଟେ କଂଗ୍ରେସ ଛାଡିଥିବା ନବ ଦାସ ଲକ୍ଷାଧିକ ଲୋକଙ୍କ ସମାଗମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ମିଶିବାକୁ ଥିବା ବେଳେ କଂଗ୍ରେସ ତାହାର ଜାତୀୟ ଅଧ୍ୟକ୍ଷଙ୍କ ଗସ୍ତକୁ ଯଥା କଥା ସାରିଦେବା ଯୋଜନାରେ |  ଯଦିଓ ନବ ବିଧାୟକ ପଦରୁ ଇସ୍ତଫା ଦେଇ ନାହାନ୍ତି ତଥାପି ଆଜି ଯୋଗେଶ ଇସ୍ତଫା ଦେଇ ତାକୁ ଗ୍ରହଣ କରିନେବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି | ଆଉ ଦୁଇ ବିଧାୟକ ବି ଧାଡିରେ, ଶେଷ ଅଧିବେଶନ ପରେ ବୋଧେ ଖସିବେ ! ହେଲେ ସମସ୍ତଙ୍କ ଅଲକ୍ଷରେ ଗୋଟିଏ ଘଟଣା ଘଟିଯାଇଛି, ଆଉ ଯାହାର ପ୍ରଭାବ ପଡିପାରେ ବିରୋଧୀ ଦଳ ନେତା ତଥା ସ୍ୱାଭିମାନୀ ରାଜନେତା ନରସିଂହ ମିଶ୍ରଙ୍କ ଉପରେ | କାରଣ ବିଧାୟକ ପଦରୁ ଯୋଗେଶଙ୍କ ଇସ୍ତଫା ପରେ କଂଗ୍ରେସ ଏବେ କଂଗ୍ରେସ ସଂଖ୍ୟାଲଗୁ ହୋଇଯାଇଛି ବିରୋଧୀଦଳ ମାନ୍ୟତା ଦୃଷ୍ଟିରୁ | ଆଉ ସ୍ୱାଭିମାନୀ ନେତା ନରସିଂହଙ୍କ ପଦବୀ ଉପରେ ଏବେ କେଶରେ ଝୁଲୁଛି ଖଣ୍ଡା | ହେଲେ ନରସିଂହଙ୍କ ପାଇଁ ସ୍ୱାଭିମାନ ବଡ ହେବ ନ ସଂଖ୍ୟା ତାହା ଦେଖିବାକୁ ଅପେକ୍ଷା ରହିବ ଲୋକଙ୍କର | ହେଲେ ସେ ଜଣେ ପୁରୁଖା ରାଜନେତା ଭାବେ ଶାସକ ଦଳ ଓ ସରକାରଙ୍କ  ତାଙ୍କ ପ୍ରତି ରହିଥିବା ଗଭୀର ଶ୍ରଦ୍ଧା ଦୃଷ୍ଟିରୁ ଦଳର ସଂଖ୍ୟା ନଥାଇ ବି ତାଙ୍କ ବିରୋଧୀ ଦଳ ପଦ ପ୍ରତି କିଛି ଆଞ୍ଚ ନଆସିପାରେ | 

ଚଳିତ ବିଧାନସଭାରେ କଂଗ୍ରେସର ବିଧାୟକ ସଂଖ୍ୟା ଥିଲେ ୧୬ | ଆଉ ସାମ୍ବିଧାନିକ ସୂତ୍ର ଅନୁସାରେ କଂଗ୍ରେସ ପାଇଥିଲା ବିରୋଧୀ ଦଳ ମାନ୍ୟତା | ଦଳର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ସଂଖ୍ୟା କମି ଆସିଥିଲା ୧୫କୁ | ହେଲେ ସେତେବେଳେ କାରଣ ଯାହାବି ହେଉ, ଦଳୀୟ ଗୋଷ୍ଠୀ କନ୍ଦଳକୁ ଦୃଷ୍ଟିରେ ରଖି ଏକଦା ରାଜ୍ୟ ସରକାର ତାଙ୍କ ପାଖରୁ ସବୁ ପ୍ରକାର ସରକାରୀ ସୁବିଧା ସୁଯୋଗ ପ୍ରତ୍ୟାହାର କରି ନେବା ପାଇଁ ସେ ଅନୁରୋଧ କରି ପତ୍ର ଲେଖିଥିଲେ | ଲୋକଙ୍କ ଭିତରେ ଚର୍ଚା ହୋଇଥିଲା ନରସିଂହ ସ୍ୱାଭିମନୀ । ହେଲେ ତାଙ୍କ ପ୍ରତି ବିଧାନସଭା ସଚିବାଳୟ, ତୃତୀୟ ମହଲା, ଶାସକ ଦଳଙ୍କ ରହିଥିବା ଶ୍ରଦ୍ଧା କାରଣରୁ ସେ ଅନୁରୋଧ କାର୍ଯ୍ୟକାରୀ ହୋଇନଥିଲା | ଇତିମଧ୍ୟରେ ଦଳରୁ ଇସ୍ତଫା ଦେଇଥିଲେ ବିଧାୟକ କୃଷ୍ଣ ସାଗରିଆ | ସଂଖ୍ୟା କମି ଆସିଥିଲା ୧୪କୁ ଯାହାକି ଏକ ଦଶମାଂଶ(୧୫)ରୁ କମ | ଅଟୋମାଟିକଲି କଂଗ୍ରେସ ବିରୋଧୀ ଦଳ ମାନ୍ୟତା ହରାଇବା କଥା | ହେଲେ ସ୍ୱାଧୀନ ବିଧାୟକ ଜର୍ଜ ତିର୍କି କଂଗ୍ରେସରେ ଯୋଗ ଦେଇ ବିଧାନସଭାରେ କଂଗ୍ରେସର ସହଯୋଗୀ ସଦସ୍ୟ ହୋଇଯିବାରୁ ଦଳର ମାନ୍ୟତା ଓ ନରସିଂହଙ୍କ ପଦବୀ ସୁରକ୍ଷିତ ରହିଲା |  ବର୍ତ୍ତମାନ ଚାଲିଥିବା ନାଟକରେ ଦଳରୁ ଇସ୍ତଫା ଦେଲେ ନବ ଦାସ, ତାପରେ ତାଙ୍କୁ ଦଳ ବହିଷ୍କାର ବି କଲା | ତାପରେ ଦଳରୁ ବିଦା ହେଲେ ବିଧାୟକ ଯୋଗେଶ ସିଂ | ସେ ବି ଇସ୍ତଫା ଦେଇଥିଲେ | ମାନେ ଯେହେତୁ ଦଳରୁ ଦୁଇଜଣ ବିଧାୟକ ଇସ୍ତଫା ଦେଇଛନ୍ତି ବା ବହିଷ୍କାର କରିଛି ଦଳ, ତେଣୁ ଦଳରେ ସେମାନେ ଆଉ ନାହାନ୍ତି ନୈତିକତା ଦୃଷ୍ଟିରୁ | ଅବଶ୍ୟ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ଯୋଗେଶ, ଦେଇ ନାହାଂତି ନବ | ଯୋଗେଶଙ୍କ ଇସ୍ତଫା ଗ୍ରହଣ ହୋଇଥିବା ଅଫିସିଆଲି ଘୋଷଣା ହୋଇନି କେବେ ହେବ ଅନିଶ୍ଚିତ | ମୋଷ୍ଟ ପ୍ରୋବାବଲି ଏହି ଦୁଇ ବିଧାୟକ ଶେଷ ବିଧାନସଭା ଅଧିବେଶନରେ ଯୋଗଦେବେ | କାରଣ ଦୁଇଜଣ ଯାକ ବିଜେଡି ଯାଉଛନ୍ତି | ଯଦି ନବ ବିଧାୟକ ପଦରୁ ଇସ୍ତଫା ଦିଅନ୍ତି ତେବେ ବି ଶାସକ ଦଳର ସହୃଦୟତାର ତାଙ୍କର ଓ ଯୋଗେଶଙ୍କର ମାନ୍ୟତା ବିଜେଡିର ସହଯୋଗୀ ସଦସ୍ୟ ଭାବେ ହୋଇପାରେ | ତେଣୁ ଯାହାବି ହେଲେ ଆଜି ତାରିଖରେ ଯୋଗେଶଙ୍କ ଇସ୍ତଫା ପରେ କଂଗ୍ରେସ ବିଧାୟକ ଦଳ ସଂଖ୍ୟା ଖେଳରେ ନହେଲେ ବି (ଯେହେତୁ ଅଫିସିଆଲି ଗ୍ରହଣ ହୋଇନି) ନୈତିକତା ଦୃଷ୍ଟିରୁ ବିରୋଧୀ ଦଳ ମାନ୍ୟତା ହରାଇଛି | ତେଣୁ  ନରସିଂହଙ୍କ ବିରୋଧୀ ଦଳ ନେତା ପଦ ବି ଅନିଶ୍ଚିତତା ଭିତରେ | ତେଣୁ ଏ ଗୋଳିଆ ପାଣିର ଫାଇଦା ନେଇପାରନ୍ତି ବିରୋଧୀ ଦଳ ନେତା, ନହେଲେ ସ୍ୱାଭିମାନକୁ ଗୁରୁତ୍ୱ ଦେଇ ଆସିଥିବା ନରସିଂହ ବାସ୍ତବତା ଉପଲବ୍ଧି ପୂର୍ବକ ଇସ୍ତଫା ଦେଇ ପାରନ୍ତି |  ହେଲେ ଯାହା ଚର୍ଚ୍ଚା ହେଉଛି  ବିରୋଧୀ ଦଳ ମାନ୍ୟତା ହରାଉଥିଲେ ମଧ୍ୟ  ନରସିଂହ ବାବୁଙ୍କ ପ୍ରତି  ବାଚସ୍ପତି ମହୋଦୟଙ୍କ ସହୃଦୟତା,ତୃତୀୟ ମହଲାର ଶ୍ରଧା ଆଉ ସରକାରୀ ଦଳର ସମ୍ମାନ ଦୃଷ୍ଟିରୁ ବିରୋଧୀ ଦଳ ନେତା ପଦବୀ  ଅଧିବେଶନ ଶେଷ ପର୍ଯ୍ୟନ୍ତ ଅତୁଟ ରହିପାରେ ବୋଲି ଆଶା କରାଯାଉଛି |   

  

0
0
0
s2sdefault