ହେଡଲାଇନସ୍:

ବିଜେପି ନାରୀ ନିର୍ଯାତନାକୁ ଆଳ କରିଛି : ବିଜେଡି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୨୧ ଜାନୁଆରୀ -  ବିଜେପି ପାଖରେ କୌଣସି ପ୍ରସଂଗ ନାହିଁ ଏବଂ ସେଥିଯୋଗୁ ନାରୀ ନିର୍ଯାତନାକୁ ଆଳ କରିଛି, ଯାହା ଏକ ହାସ୍ୟାସ୍ପଦ ଓ ନିନ୍ଦନୀୟ ଘଟଣା । ଚୁଡ଼ି କ’ଣ ଦୁର୍ବଳତାର ଲକ୍ଷଣ? ଯଦି ଚୁଡ଼ି ଦୁର୍ବଳତାର ସନ୍ତକ, ତେବେ ନିଜର ଓ ନିଜ ଦଳର ଦୁର୍ବଳତା ଏବଂ ହୀନମନ୍ୟତାକୁ ମହିଳା ବିଜେପି ପଦାରେ ପରିପ୍ରକାଶ କରୁଛନ୍ତି । ନିଜେ କାହିଁକି ଚୁଡ଼ି ପିନ୍ଧି ପ୍ରତିବାଦ କରୁଛନ୍ତି? ବିହାରର ଆଶ୍ରମରେ ସଂଖ୍ୟାଧିକ ଛାତ୍ରୀ ଦୁଷ୍କର୍ମର ଶିକାର ହେଲେ । ଧର୍ମେନ୍ଦ୍ର ପ୍ରଧାନ ଯିଏକି କେନ୍ଦ୍ରମନ୍ତ୍ରୀ ଓ ସେହି ରାଜ୍ୟରୁ ରାଜ୍ୟସଭାକୁ ଯାଇଥିବା ସଦସ୍ୟ, ତାଙ୍କୁ କାହିଁକି ମହିଳା ବିଜେପି ଚୁଡ଼ି ପିନ୍ଧାଇଲେ ନାହିଁ କିମ୍ବା ତାଙ୍କର ବହିଷ୍କାର ପାଇଁ ପ୍ରତିବାଦ କଲେ ନାହିଁ? ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ସର୍ବଦା ମହିଳାମାନଙ୍କ ସମ୍ମାନ, ନିରାପତା, ସଶକ୍ତ ଓ ବିକାଶ ଉପରେ ପ୍ରାଧାନ୍ୟ ଦେଇ ଆସିଛନ୍ତି । କିଛି ପ୍ରସଂଗ ନଥାଇ ଏଠାରେ ବିଜେପି ଯେତେ ମିଛରେ ପ୍ରତିବାଦ କଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଆଜି ମହିଳା ବିଜେପି ଏଭଳି ପ୍ରତିବାଦ କରି ନିଜର ରୁଢ଼ିବାଦୀ ଚିନ୍ତାଧାରାକୁ ପ୍ରତିପାଦନ କରିଛନ୍ତି ବୋଲି ମହିଳା ବିଜେଡି ଉପଦେଷ୍ଟା ତଥା ମୁଖପାତ୍ର ଶ୍ରୀମତୀ କସ୍ତୁରୀ ମହାପାତ୍ର କହିଛନ୍ତି ।

0
0
0
s2sdefault