ହେଡଲାଇନସ୍:

"ବିଜେଡିରୁ ଅଫର ଆସିଥିଲା"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର :  ବିଜେଡିରୁ ଅଫର ଅ।ସିଥିଲା । ଦଳରେ ମିଶିବାକୁ ଅନୁରୋଧ କରାଯାଇଥିଲା । ୧୫ ଦିନ ତଳେ ବି ଏନେଇ କଥାବାର୍ତା ହୋଇଥିଲେ ବୋଲି  କଂଗ୍ରେସ ଛାଡିବା ପରେ  କହିଛନ୍ତି ବିଜେପୁରର ବିଧାୟକ ପ୍ରାର୍ଥୀ ପ୍ରଣୟ ସାହୁ | 

ଇସ୍ତଫା ଦେବା ପରେ ଇସ୍ତଫାର କାରଣ ସମ୍ପର୍କରେ ସେ କହିଛନ୍ତି  ଗତ ଉପ-ନିର୍ବାଚନରେ ପରାଜୟର କାରଣ ଖୋଜିବାକୁ ସମୀକ୍ଷା କରିବାକୁ ଦଳୀୟ ନେତୃତ୍ୱଙ୍କୁ କହିଥିଲି । କିନ୍ତୁ ସମୀକ୍ଷା ହେଲା ନାହିଁ । କଂଗ୍ରେସ ପୁନର୍ବିନ୍ୟାସରେ ବି ମୋର କିଛି ଭୂମିକା ରହିଲାନି । ତେଣୁ ଇସ୍ତଫା ଦେଲି । ସେହିପରି ବିଜେଡିରେ ଯୋଗଦେବା ସମ୍ପର୍କିତ ପ୍ରଶ୍ନର ଉତରରେ ସେ କହିଛନ୍ତି,  କିଛି ନିଷ୍ପତି ହୋଇନି । ଆଜି ଭିତରେ ଏ ନେଇ ନିଷ୍ପତି ହେବ ବୋଲି କହିଥିବା ବେଳେ ଆସନ୍ତା ୨୪ ତାରିଖରେ ସେ ବିଜେଡିରେ ଯୋଗ ଦେବେ ବୋଲି  ଜଣାପଡିଛି |

0
0
0
s2sdefault