ହେଡଲାଇନସ୍:

 ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସିପିଆଇ(ଏମ) ପକ୍ଷରୁ ବିରାଟ ଗଣ ବିକ୍ଷୋଭ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ତିତଲି ବାତ୍ୟା କ୍ଷତିଗ୍ରସ୍ତ , ଚାଷୀ , ମୁଲିଆ, ଶ୍ରମିକ ପ୍ରଭୁତିଙ୍କ ୨୦ ଦଫା ଦାବୀ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ତିତିଲି ବାତ୍ୟାର କ୍ଷତିପୁରଣ , ଧାନ କ୍ୱିଣ୍ଟାଲ୨୯୩୦ଟଙ୍କା , ମକା କ୍ୱିଣ୍ଟାଲ ୨୫୦୦ଟଙ୍କା ପଞ୍ଚାୟତ ସ୍ତରରେ ଧାନ ଓ ମକାମଣ୍ଡି ଖୋଲିବା, କୃଷିରୁଣ ଛାଡ, ଦୈନିକ ୬୦୦ଟଙ୍କା ମଜୁରୀ ପ୍ରଭୃତି ୨୦ ଦଫା ଦାବୀ ନେଇ ଜିଲ୍ଲା ସିପିଆଇ(ଏମ) ପକ୍ଷରୁ ରାଜ୍ୟ କର୍ମକର୍ତ୍ତା ଙ୍କ ସହଯୋଗରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବିରାଟ ଗଣ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସିପିଆଇଏମ ଜିଲ୍ଲା କମିଟି ସମ୍ପାଦକ ଦଣ୍ଡପାଣି ରଇତ ଏବଂ କମିଟିର ମୋହିତ ମିଶାଲଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ବ୍ଲକାଞ୍ଚଳରୁ ଆସିଥିବା ଏକ ହଜାରରୁ ଅଧିକ ଦଳୀୟ କର୍ମୀ, ଚାଷୀ,ମୁଲିଆ, ତିତିଲି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ମହିଳା ପୁରୁଷ ଯୋଗ ଦେଇଥିଲେ । ସ୍ଥାନୀୟ ନୁଆ ବସଷ୍ଟାଣ୍ଡ ଠାରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ଲାଲ ଝଣ୍ଡା  ଧରି ୨୦ ଦଫା ଦାବୀ ଗୁଡିକ ଉପରେ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କୁ ୨୦ ଦଫା ଦାବୀ ସମ୍ମିଳିତ ଏକ ଦାବୀ ପତ୍ର ପ୍ରଦାନ କରି ଆଲୋଚନା କରିଥିଲେ ଦାବୀ ଗୁଡିକ ଉପରେ ଏହି କାର୍ଯ୍ୟକ୍ରମରେ ସିପିଏମ ରାଜ୍ୟ କମିଟିର ଜଗନ୍ନାଥ ମିଶ୍ର ଏବଂ ଯତୀନ ମହାନ୍ତି ଯୋଗଦେଇ ସାମ୍ୱାଦିକ ମାନଙ୍କୁ କହିଥିଲେଯେ ଗତ ଅକ୍‍ଟୋବର ୧୧ ତାରିଖରେ ଯେଉଁ ତିତଲି ବାତ୍ୟା ହେଲା ଏଥିରେ ଗଜପତି ଜିଲ୍ଲା ସର୍ବାଧିକ କ୍ଷତି ହୋଇଛି । ଅନେକ ଜୀବନ ଯିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାତ୍ୟା ଝଡ ପବନରେ ଘର ଗୁଡିକ ଭାଙ୍ଗିଯିବା ସହ ବହୁ ଫସଲ ଓ ଜୀବନଜୀବିକା ପାଇଁ ରହିଥିବା କାଜୁ, ଆମ୍ୱ, ପଣସ, ମହୁଲ,ତେନ୍ତୁଳି ଗଛ ସବୁ ନଷ୍ଟ ହୋଇଯାଇଛି । ବହୁ ଚାଷୀ,ମୁଲିଆ,ଶ୍ରମିକ ଓ ଅନ୍ୟାନ୍ୟ ଶ୍ରେଣୀର ଲୋକେ ପ୍ରଭାବିତ ହୋଇଛନ୍ତି । ଏସବୁର ନିଶ୍ଚିତ ଓ ସ୍ଥାୟୀ ସମାଧାନ କରିଛି ସିପିଆଇ(ଏମ)  । ଆମର ଦାବୀ ଗୁଡିକ ହେଲା- ତିତଲି ବାତ୍ୟାରେ ପ୍ରତ୍ୟେକ ମୃତ୍ୟୁକଙ୍କୁ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୁରଣ ଦିଆଯାଉ,ଭାଙ୍ଗିଯାଇଥିବା ଘର ଗୁଡିକ ଘରଭଙ୍ଗା ସାହାଯ୍ୟ ଓ ଇନ୍ଦିରାଆବାସ ଯୋଗାଇଦିଆଯାଉ,ଧାନ ଓ ମକାଫସଲ କ୍ଷତିପୁରଣ ବାବଦକୁ ଏକର ପ୍ରତି ୨୫୦୦ ଟଙ୍କା କ୍ଷତିପୁରଣ ଦିଆଯାଉ,କାଜୁ ଓ କପା ଫସଲ ଏକରପ୍ରତି ୫୦ ହଜାର ଟଙ୍କା କ୍ଷତିପୁରଣ ଦିଆଯାଉ,କୃଷିରୁଣ ଛାଡ କରାଯାଉ,କୃଷି ଉପକରଣ  ଯୋଗାଇ ଦିଆଯାଉ,ମାଗଣାରେ କାଜୁ, ଆମ୍ଭ  ଇତ୍ୟାଦି ଓ ରୋପଣ କରାଯାଉ,ରବି ଫସଲ ପାଇଁ ଆବଶ୍ୟକ ସାହାଯ୍ୟ ଓ ରଣ ଯୋଗାଇ ଦିଆଯାଉ,ଧାନ ଓ ମକା ମଣ୍ଡି ଖୋଲି ସରକାରୀ ଦରରେ ଧାନ ସଂଗ୍ରହ ପ୍ରଦାନ କରାଯାଉ,କୃଷକ ମାନଙ୍କ ପାଇଁ ମାସିକ ପେନସନ ବ୍ୟବସ୍ଥା ପ୍ରଦାନ କରାଯାଉ,ଧାନ କ୍ୱିଣ୍ଟାଲ ପିଛା ୮୫୦ ଟଙ୍କା ବୋନସ ପ୍ରଦାନ କରାଯାଉ,ଧାନ କ୍ୱିଣ୍ଟାଲ ପ୍ରତି ଦରରେ ୨୯୩୦ଟଙ୍କା ମକା କ୍ୱିଣ୍ଟାଲ ପ୍ରତି ୨୫୦୦ଟଙ୍କା ପ୍ରଦାନ କରାଯାଉ,ଜିଲ୍ଲାରେ ଖାଲିଥିବା ସମସ୍ତ ସରକାରୀ ପଦବୀ ପୁରଣ କରାଯାଉ,ଏନ ଆର ଇଜି ଏସ ମଜୁରୀ ବୃଦ୍ଧି ଓ ୧୦୦ ଦିନର କାମ ଯୋଗାଇ ଦିଆଯାଉ,ପ୍ରତି ପଞ୍ଚାୟତରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଉ, ଭୁସ୍କଖଳନରୁ ରକ୍ଷା ପାଇବା ପାଇଁ ଗବେଷକ ମାନଙ୍କର ମତାମତ ନିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ,ସରକାର ଜମି ଦଖଲ କରି ପଟ୍ଟା ପାଇନଥିବା କାଜୁ ଚାଷୀଙ୍କୁ କ୍ଷତିପୁରଣ ଯୋଗାଇଦିଆଯାଉ,ସରକାରୀ କାମରେ ଦୈନିକ ୬୦୦ଟଙ୍କା ମଜୁରୀ ପ୍ରଦାନ କରାଯାଉ,ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କର ମାସିକ ଦରମା ୧୮୦୦୦ଟଙ୍କା ଘୋଷଣା କରାଯାଉ,ତିତିଲି ବାତ୍ୟାରେ କ୍ଷତି ହୋଇଥିବା ରାସ୍ତା ଗୁଡିକର ତୁରନ୍ତ ମରାମତି କରାଯିବାକୁ ଦାବୀ କରିଥିଲେ ।

0
0
0
s2sdefault