ହେଡଲାଇନସ୍:

୨୨ରେ ଆସୁଛନ୍ତି ଜେଏମଏମ ସୁପ୍ରିମୋ ଶିବୁ ସୋରେନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା/ ଦିଲ୍ଲୀପ ମହାନ୍ତି :  ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସୁପ୍ରିମୋ ଶିବୁ ସୋରେନ ଜାନୁଆରୀ ୨୨ରେ ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି । ଏଥିନିମନ୍ତେ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇ ସାରିଛି । ୨୨ ଜାନୁଆରୀ ଦିନ ୧୨ଟା ସମୟରେ ଝାଡ଼ଖଣ୍ଡ ସୀମାନ୍ତ ମୟୁରଭଞ୍ଜ ଜିଲ୍ଲାର ତିରିଂଠାରେ ପହଁଚିବା ପରେ ସେଠାରେ ଦଳ ପକ୍ଷରୁ ପ୍ରଥମେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ଏହାପରେ ରାସ୍ତାର ବିଭିନ୍ନ ମୁଖ୍ୟ ଛକମାନଙ୍କରେ ମଧ୍ୟ ତାଙ୍କୁ ଦଳୀୟ ନେତା , କର୍ମୀ ଓ ସମର୍ଥକମାନେ ସମ୍ବର୍ଦ୍ଧନା ଜଣାଇବା ପରେ ଅପରାହ୍ନ ୨ଟାରେ କୁଳିଅଣା ବ୍ଲକର ଖୁକୁଣ୍ଡିଆଠାରେ ଆୟୋଜିତ ସଭାରେ ଉଦବୋଧନ ଦେବା ପରେ ବାରିପଦା ବ୍ଲକ ସ୍ଥିତ ଲକ୍ଷ୍ମୀପୋଷି ଡାକବଙ୍ଗଳାରେ ରାତ୍ରୀ ଯାପନ କରିବେ । ସେହିପରି ଜାନୁଆରୀ୨୩ରେ ଲକ୍ଷ୍ମୀପୋଷିରୁ ରଙ୍ଗାମାଟିଆ ରାସ୍ତା ଦେଇ ନିଚୁଆପଦା , ଚିତ୍ରଡା, ମୋରଡ଼ା ରାସ୍ତା ଦେଇ ଚିକିଟାମାଟିଆ ଗ୍ରାମପଞ୍ଚାୟତର  ଭାତଛତ୍ର ଠାରେ୧୨ଟା ସମୟରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ  ବିଜାତୋଳା ବ୍ଲକ ଜନମଘୁଟୁରେ ଏକ କ୍ରୀଡା କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତ୍ୟାବର୍ତ୍ତନ କରିବେ ।

0
0
0
s2sdefault