ହେଡଲାଇନସ୍:

ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ‘ମୋ ଭବିଷ୍ୟତ ସୁରକ୍ଷା ସ୍ୱାକ୍ଷର ଅଭିଯାନ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏସସି- ଏସଟି  ଛାତ୍ରଛାତ୍ରୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଧାରଣା ଓ ପ୍ରତିବାଦ ସଭା

ଭଦ୍ରକ(ସତ୍ୟ ସ୍ୱାମୀ) : କେନ୍ଦ୍ର ସରକାର ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କୁ ଯୋଗାଉଥିବା ଅନୁଦାନ ୯୦ ପ୍ରତିଶତ ବନ୍ଦ କରି ଏହାର ବୋଝ ରାଜ୍ୟ ସରକାରଙ୍କ ଉପରେ ଲଦି ଦେବା ଘଟଣାକୁ ଆଜି ଭଦ୍ରକ ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଘୋର ବିରୋଧ କରାଯିବା ସହିତ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ମୋଦିି ସରକାର ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ପାଠ ପଢା ପାଇଁ ଷ୍ଟାଇପେଣ୍ଡ ଭାବେ ପ୍ରଦାନ କରାଯାଉଥିବା ଅର୍ଥର ୯୦ ପ୍ରତିଶତ ଅର୍ଥ ଯୋଗାଉଥିବା ବେଳେ ୧୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ଦେଉଥିଲେ । ମାତ୍ର ଏବେ କେନ୍ଦ୍ର ସରକାର ୨୦ ପ୍ରତିଶତ ଓ ରାଜ୍ୟ ସରକାର ୮୦ ପ୍ରତିଶତ ଅର୍ଥ ଦେବାକୁ ନିର୍ଦ୍ଦେଶନାମା  ଜାରି କରିଛନ୍ତି । ଏହା ଦ୍ୱାରା ରାଜ୍ୟ ସରକାର  ଅôଧକ ଆର୍ଥôକ ବୋଝର ଶିକାର ହେବେ । ଏହି ନିଦେ୍ର୍ଧଶନାମାକୁ ବିରୋଧ କରି କେନ୍ଦ୍ରକୁ ଏକ ସ୍ମାରକ ପତ୍ର ପଠାଇବା ପାଇଁ ଆଜି ଯୁବ ବିଜେଡି ଓ ଛାତ୍ର ବିଜେଡି ମିଳିତ ଭାବେ ‘ମୋ ଭବିଷ୍ୟତ ସୁରକ୍ଷା ସ୍ୱାକ୍ଷର ଅଭିଯାନ’ ନାମରେ ଦସ୍ତଖତ ଅଭିଯାନ କରିବା ସହ ଏକ ପ୍ରତିବାଦ ସଭା କରିଥିଲେ । ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ  ସଭାରେ ଜିଲ୍ଳା ଯୁବ ବିଜେଡି ସଭାପତି ଦୁର୍ଗା ଦାସ ପୌରୋହିତ୍ୟ ଏବଂ ଛାତ୍ର ବିଜେଡି ଜିଲ୍ଳା ସଭାପତି ତଥାଗତ ସାମଲଙ୍କ ସଂଯୋଜଜନାରେ ଅନୁଷ୍ଠିତ  ହୋଇଥିଲା । ପ୍ରଥମେ ଯୁବ ବିଜେଡି ଓ ଛାତ୍ର ବିଜେଡିର ସମର୍ଥକ ସହରର ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ଏହି ପ୍ରତିବାଦ ସଭାରେ ଜିଲ୍ଲା ବିଜେଡି ସଭାପତି ତଥା ସାଂସଦ ଅର୍ଜ୍ଜୁନ ସେଠୀ, ରାଜ୍ୟ ମହିଳା, ଶିଶୁ ବିକାଶ ଓ ମହିଳା ସଶକ୍ତିକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଳା କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ସ୍ୱାଇଁ, ଉପସଭାପତି ଅସିତ ପଟ୍ଟନାୟକ, ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ବିଦ୍ୟୁତଲତା  ନାୟକ, ସାଂସଦଙ୍କ ପୁତ୍ର ଯୁବନେତା ଅଭିମନ୍ୟୁ  ସେଠୀ, ଯୁବନେତା ସଂଜୀବ ମଳ୍ଲିକ, ନାରୀନେତ୍ରୀ ଅମିତାବାଳା ଆଚାର୍ଯ୍ୟ, ଯୁବବିଜେଡିର ପ୍ରବୀର ଜେନା, ରାକେଶ ପଣ୍ଡା, ଅନିଲ ତ୍ରିପାଠୀ, ସେକ୍ ଇସଲାମ, ନଳିନୀ ପଣ୍ଡା, ଦେବଦର୍ଶନ ଦାସ, ସତ୍ୟସାଧନ ବେଜ, ରାଜେଶ ପହି, ଛାତ୍ର ବିଜେଡିର ଆଶୁତୋଷ ପଣ୍ଡା, ରାଜେଶ କୁମାର ଜେନା, ଆଦିତ୍ୟ ଚନ୍ଦନ ଲେଙ୍କା, ପ୍ରଣବ ଲେଙ୍କା, ଆଶିଷ କୁମାର ମହାନ୍ତି, ଭୁବନ ସାମାଡ, ଆଶିଷ ଦାସ, ସାତ୍ୱିକ ଦେବଦତ୍ତ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଏସସି- ଏସଟି  ଛାତ୍ରଛାତ୍ରୀଙ୍କ ପ୍ରତି ଏପରି ବୈମାତୃକ ମନୋଭାବକୁ ତୀବ୍ର ବିରୋଧ କରିଥିଲେ । କେନ୍ଦ୍ର ସରକାର ତାଙ୍କ ଅଭିମୁଖ୍ୟରେ ପରିବର୍ତ୍ତନ ନ କଲେ ଆଗାମୀ ଦିନରେ ଏହି ଆନେ୍ଦାଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏହି ପ୍ରତିବାଦ ସଭାରେ ଯୁବ ବିଜେଡିର ପର୍ଯ୍ୟବେକ୍ଷକ ରାଜକମଲ ଜେନା ଏବଂ ଛାତ୍ର ବିଜେଡିର ସିଦ୍ଧାର୍ଥ ସାମଲ ଯୋଗ ଦେଇ ଏହାକୁ ଅନୁଧ୍ୟାନ କରିଥିଲେ ।   

0
0
0
s2sdefault