ହେଡଲାଇନସ୍:

ଧର୍ମେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କଲେ ରାମଚନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଆଦିବାସୀ ନେତା ହୋଇଥିବାରୁ ବିଜେପି ନେତାଙ୍କ ଆକ୍ଷେପର ଶିକାର ପାଲଟିଛି"

ବାରିପଦା(Dillip Mohanty )- ମୟୂରଭଞ୍ଜ ଲୋକସଭା ସାଂସଦ ଇଂ. ରାମଚନ୍ଦ୍ର ହାଁସଦାଃ ପ୍ରଧାନମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସଙ୍ଗୀନ ଆରୋପ ଆଣି ଆଜି ତାଙ୍କ ନାମରେ ବାରିପଦା ଜିଲ୍ଲା ଓ ଦୌରା ଜଜ୍ ଅଦାଲତରେ ୧.ସି.ସି. ନଂ-୧/୨୦୧୯ରେ ଆଦିବାସୀ ନିରୋଧ ଆଇନ u/s.3(i)(r)(u)(2)(iii) S.C, S.T.  P.A. Act. 1989 ଏବଂ ଭାରତୀୟ ପେନାଲ କୋଡ ଧାରାu/s 499/  500/ 504 IPC. 1960  ଅନୁସାରେ ମାମଲା ରୁଜୁ କରିଛନ୍ତି  । ଏଥି ସହିତ ଉକ୍ତ ମାମଲାରେ ତଦନ୍ତ କରିବା ନିମନ୍ତେ ଅଦାଲତ ପକ୍ଷରୁ  ପୁଲିସକୁ ନିର୍ଦ୍ଦେଶ ଦିଆଧାଇଛି ବୋଲି ସାଂସଦ ଇଂ.ହାଁସଦାଃଙ୍କ ଓକିଲ ପ୍ରଦୀପ ରଥ ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧିଙ୍କୁ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି । ସାଂସଦ ଇଂ. ହାଁସଦାଃଙ୍କ ଅଭିଯୋଗ ଆଧାରରେ ଗତ ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ମୋଦି ବାରିପଦା ପୁଲିସ ହାଇସ୍କୁଲ ପଡ଼ିଆରେ ଏକ ସରକାରୀ କାର୍ଯ୍ୟକ୍ରମ ସହିତ ବାରିପଦା ଛଉପଡ଼ିଆଠାରେ  ବିଜେପି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ । ଉକ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଂ ହାଁସଦାଃଙ୍କୁ ନିମନ୍ତ୍ରଣ  ପତ୍ର ପଠାଇଥିବାରୁ ସେ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମାତ୍ର ବିଜେପିର ଦଳୀୟ ସଭାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀପ୍ରଧାନ ଜାଣିଶୁଣି ଭାଷଣରେ ମୟୂରଭଞ୍ଜ ଲୋକସଭା(ସଂ) ସାଂସଦ ଶ୍ରୀ ହାଁସଦାଃଙ୍କ ଦୁର୍ନୀତି ଗ୍ରସ୍ତ ସାଂସଦ ଭାବେ ଚିତ୍ରଣ କରିବା ସଂଗେସଂଗେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରତି ମଧ୍ୟ କଟୁ ଶବ୍ଦ ପ୍ରୟୋଗ କରିଥିଲେ ;  ଯାହା ତାଙ୍କର ସ୍ୱାଭିମାନ, ସମ୍ମାନ, ପଦମର୍ଯ୍ୟାଦାକୁ ହାନୀ ପହଁଞ୍ଚାଇଛି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଜଣେ ଦାୟିତ୍ୱ ସମ୍ପନ୍ନ ସାଂସଦ ତଥା ମନ୍ତ୍ରୀ ହୋଇଥିବା କାରଣରୁ ତାଙ୍କ ନିକଟରୁ ଏତାଦୃଶ ଆଚରଣ ଆଶା କରାଯାଏ ନାହିଁ । ସାଂସଦ ଇଂ. ହାଁସଦାଃ ଜଣେ ଆଦିବାସୀ ନେତା ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଭଲ ଭାବେ ଜାଣି ମଧ୍ୟ ତାଙ୍କ ଆକ୍ଷେପ ସହ୍ୟ କରିବାର ସମସ୍ତ ସୀମାକୁ ଆତିକ୍ରାନ୍ତ କରିଯାଇଥିଲା । ମାନସିକ ସ୍ତରରେ ତାଙ୍କୁ ଜାଣିଶୁଣି ନିର୍ଯ୍ୟାତନା ଦିଆଯାଉଛି । କେନ୍ଦ୍ର ସରକାର ସିବିଆଇ ଲଗାଇ ହଇରାଣ କରିବା ଉଦେ୍ଧଶ୍ୟରେ ଜେଲ ପଠାଇଥିଲା । ସାଂସଦ ଶ୍ରୀହାଁସଦାଃଙ୍କ ବିରୋଧରେ ହୋଇଥିବା ଚିଟଫଣ୍ଡ ମାମଲାରେ ଆଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିନାହିଁ । ତାହା କୋର୍ଟରେ ବିଚାରାଧୀନ ରହିଛି । ବିଚାର ବ୍ୟବସ୍ଥା ପ୍ରତି ଯଥେଷ୍ଟ ସମ୍ମାନ ଓ ବିଶ୍ୱାସ ରହିଛି । ଯେତେ ପର୍ଯ୍ୟନ୍ତ ଆଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି, ସେ ପର୍ଯ୍ୟନ୍ତ ତାଙ୍କୁ ଦୋଷୀ ବୋଲି କୁହାଯାଇ ପାରିବ ନାହିଁ । କିନ୍ତୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଭାଷଣରେ ସାଂସଦ ହାଁସଦାଃଙ୍କ ପ୍ରତି ଅଦାଲତ ପକ୍ଷରୁ ଦଣ୍ଡିତ ଅପରାଧୀ ଭଳି କଟୁ ସମାଲୋଚନା ଓ ତିରସ୍କାର କରିଥିଲେ । ଏହି ଘଟଣାକୁ ନେଇ ସାଂସଦ ଶ୍ରୀହାଁସଦାଃ ଗତ ଜାନୁଆରୀ ୬ରେ ବାରିପଦା ସ୍ୱସ୍ତିକ୍ ହୋଟେଲ ସମ୍ମିଳନୀ ହଲରେ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଏହାର ପ୍ରତିବାଦ ଜଣାଇଥିଲେ । ଏଥି ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବାରିପଦା ଟାଉନ ଥାନାରେ ଜାନୁଆରୀ ୯ରରେ ଏଫ୍ଆଇଆର୍ ଦାଖଲ କରିଥିଲେ ମଧ୍ୟ ପୁଲିସ ବିହିତ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ହାତବାନ୍ଧି ବସି ରହିଥିଲେ । ଫଳରେ ସାଂସଦ ଶ୍ରୀହଁସଦାଃ ଆଜି ନ୍ୟାୟ ପାଇବା ନିମନ୍ତେ ବାରିପଦା ଜିଲ୍ଲା ଓ ଦୌରା ଜଜ କୋର୍ଟରେ ୧୪ ଜଣ ସାକ୍ଷୀ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନଙ୍କ ଭାଷଣର ରେକର୍ଡିଙ୍ଗ  ସହିତ ଆବେଦନ କରିଥିଲେ ।

0
0
0
s2sdefault