ହେଡଲାଇନସ୍:

କସ୍ତୁରୀ ଓ ସୁଲତା ବିଜେଡି ମୁଖପାତ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜୁ ଜନତା ଦଳ ଅପ୍ରବାସୀ ସାମ୍ମୁଖ୍ୟର ଆବାହକ ଭାବେ ଶ୍ରୀ ନନ୍ଦଲାଲ ସିଂହ

ଭୁବନେଶ୍ୱର : ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦୁଇଜଣ ମହିଳା ନେତ୍ରୀଙ୍କୁ ବିଜୁ ଜନତା ଦଳର ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି । ସେମାନେ ହେଲେ ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ଶ୍ରୀମତୀ କସ୍ତୁରୀ ମହାପାତ୍ର ଏବଂ ବିଜୁ ମହିଳା ଜନତା ଦଳର ସାଧାରଣ ସଂପାଦିକା ଶ୍ରୀମତୀ ସୁଲତା ଦେଓ । ସେହିପରି ବିଜୁ ଜନତା ଦଳ ଅପ୍ରବାସୀ ସାମ୍ମୁଖ୍ୟର ଆବାହକ ଭାବେ ଶ୍ରୀ ନନ୍ଦଲାଲ ସିଂହଙ୍କୁ ନିଯୁକ୍ତ କରିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

0
0
0
s2sdefault