ହେଡଲାଇନସ୍:

 କାକତାଳୀୟ ହେଲେ ବି  କାରଣ ସୌମ୍ୟରଂଜନ, ନିଷ୍କଣ୍ଟକ ନିରଞ୍ଜନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପୁରୁଣା ହିସାଵ କଲେ ଦଫା ରଫା, ଶ୍ରୀକାନ୍ତ-କୃଷ୍ଣଚନ୍ଦ୍ର ସଫା

ପ୍ରଥମେ ନବ ଦାସ, ତାପରେ ଯୋଗେଶ, ଆଉ ତାପରେ ପଡ଼ିଲା ଡବଲ ଉଇକେଟ | ନିରଞ୍ଜନ ପଟ୍ଟନାୟକଙ୍କ ପରମ ବିରୋଧୀ ଓ ସମାଲୋଚକ ଭାବେ ଜଣାଶୁଣା ଶ୍ରୀକାନ୍ତ ଓ କୃଷ୍ଣ ସାଗରିଆ କଂଗ୍ରେସରୁ ହେଲେ ବହିସ୍କୃତ | ନିରଞ୍ଜନଙ୍କ ପରୋକ୍ଷ ପ୍ରସାଦ ହରିଚନ୍ଦନ ହଟାଓ ଅଭିଯାନରେ ପ୍ରଥମରୁ ସାମିଲ ହୋଇ ନଥିବା କୃଷ୍ଣଚନ୍ଦ୍ର ପ୍ରଥମ ପରିଣାମ ଭାବେ କଛି ଦିନ ତଳେ ନିଜର ଏସସି ସେଲ ଅଧ୍ୟକ୍ଷ ପଦ ହରାଇଥବା ବେଳେ ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇ ଦଳରୁ ବିଦା ହୋଇଛନ୍ତି |  ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବୋଧ ହୁଏ ତାଙ୍କ ରାଜନୈତିକ ଜୀବନର ସବୁଠୁ ବଡ ସଫଳତା ପାଇଛନ୍ତି ନିଜ ରାଜନୈତିକ ଶତ୍ରୁ ଶ୍ରୀକାନ୍ତ ଜେନାଙ୍କୁ ବହିଷ୍କାର କରି | ଏହାକରି ସେ ନିଜ ରାସ୍ତାରେ ସବୁଠାରୁ ବଡକଣ୍ଟାକୁ ହଟାଇବାରେ ସକ୍ଷମ ହୋଇଛନ୍ତି | ଆଉ ଏହି ଦୁଇଜଣଙ୍କ ବହିଷ୍କାର ପଛରେ କଂଗ୍ରେସ ଦଳର ସ୍ୱାର୍ଥ ଯାହା ଥାଉନା କାହିଁକି ସୌମ୍ୟରଂଜନ ହେଉଛନ୍ତି ପୃଷ୍ଠଭୂମି ଓ କାରଣ, ଆଉ ଖାସ ତାଙ୍କ ସହିତ ଜଡିତ | କାରଣ ତାଙ୍କ ପିସିସି ସଭାପତି ପଦ ଯିବା ପଛରେ ଓ ସୌମ୍ୟରଂଜନ ପଟନାୟକଙ୍କ ଦଳରୁ ବହିଷ୍କାର କରିବା ପଛରେ ଶ୍ରୀକାନ୍ତ ଜେନା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ | ସେ ଯାହାବି ହେଉ ଦଳର ନେତା ବା ରାଜ୍ୟ ସଭାପତିଙ୍କ ବିରୋଧରେ ଏଭଳି ରୁଚିହୀନ ମନ୍ତବ୍ୟ ଦେଇଥିବା ଯୋଗୁ ସେମାନଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ସ୍ୱାଗତଯୋଗ୍ୟ | ହେଲେ ବିଳମ୍ବରେ ନିଦରୁ ଉଠିଥିବା ଏଆଇସିସି ଯଦି ଏଭଳି ମନୋଭାବ ବା କାର୍ଯ୍ୟାନୁଷ୍ଠାନ ପ୍ରସାଦ ହରିଚନ୍ଦନ ସଭାପତି ଥିବା ବେଳେ ନେଇଥାନ୍ତେ ତେବେ ହୁଏତ ନବ ଦାସ, ଯୋଗେଶ ସିଂଙ୍କୁ ଦଳରୁ ବିଦା କରିବା ବା ନିଲମ୍ବିତ କରିବା ବା ବହିଷ୍କାର କରିବାର ନୌବତ ପଡ଼ିନଥାନ୍ତା | କାରଣ ସେତେବେଳେ ଦଳକୁ ଓ ଦଳର ସଭାପତିଙ୍କୁ ତଥା କେନ୍ଦ୍ରୀୟ ନେତୃତ୍ୱଙ୍କୁ ସମାଲୋଚନା କରିବା ସହ ଚାଲେଞ୍ଜ ଦେଇଥିବା ଅଭିଯୋଗରେ ତଥା ବାରମ୍ବାର ଦିଲ୍ଲୀ ଗସ୍ତ କରି ଦଳକୁ ବଦ୍ନାମ କରିଥିବା ନବ ଦାଶ, ତାରା ବାହିନୀ ପତି, ପ୍ରଫୁଲ୍ଲ ମାଝି, ଯୋଗେଶ ସିଂ, ନେତା ଅନନ୍ତ ସେଠିଙ୍କୁ ସେମାନଙ୍କର ବିଶୃଙ୍ଖଳିତ ଆଚରଣ ପାଇଁ ଅତି କମରେ ନିଲମ୍ବିତ ହେବାକୁ ପଡିଥାନ୍ତା | ଆଉ ବିଧାୟକମାନଙ୍କୁ ନେଇ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ପାଇଁ ପ୍ରୋତ୍ସାହିତ କରିଥିବା ସେମାନଙ୍କ ଗଡ଼ ଫାଦରଙ୍କୁ ବି ନିଲମ୍ବିତ ହେବାକୁ ପଡିଥାନ୍ତା |  ଦଳକୁ ୨୦୧୪ ଭଳି ନିର୍ବାଚନ ମୁଣ୍ଡଉପରେ ଥିବା ବେଳେ ଅପଦସ୍ତ ହେବାକୁ ପଡ଼ିନଥାନ୍ତା | କି ପ୍ରସାଦ ହରିଚନ୍ଦନ ସେତେବେଳ ଦଳ ପାଇଁ ସାଉଣ୍ଟୁଥିବା ଲୋକପ୍ରିୟତାରେ ଭଟ୍ଟା ପଡ଼ିନଥାନ୍ତା | ଯାହାବି ହେଉ ବିଳମ୍ବରେ ହେଲେ ବି କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ନିଦରୁ ଉଠିଛନ୍ତି, ଏହା ସ୍ୱାଗତଯୋଗ୍ୟ | ହେଲେ ଗୋଟିଏ କଥା  ବୁଝି ହେଉନି |  ଶ୍ରୀକାନ୍ତ ଓ ସାଗରିଆ ତ ନିରଞ୍ଜନ ବିରୋଧୀ ଭାବେ ଜଣାଶୁଣା | ହେଲେ ପ୍ରସାଦଙ୍କ ହଟାଇ ନିରଞ୍ଜନଙ୍କୁ ସଭାପତି କରିବା ପାଇଁ ଦାବି କରିଆସୁଥିବା ଯୋଗେଶ, ନବ, ପ୍ରକାଶ ଇତ୍ୟାଦିଙ୍କୁ ନିରଞ୍ଜନ ସଭାପତି ହେବାପରେ ଗନ୍ଧାଇଲେ କାହିଁକି? କୋଉ କାରଣ ପାଇଁ ସେମାନଙ୍କ ନିରଞ୍ଜନଙ୍କ ଉପରୁ ଆସ୍ଥା ତୁଟିଗଲା ତାକୁ ନେଇ ଏବେ ଚର୍ଚ୍ଚା | 

ଶ୍ରୀକାନ୍ତ ଓ ସାଗରିଆ ନିରଞ୍ଜନ ହୋଇଥିଲେ ବିରୋଧି ହୋଇଥିଲେ ବି ସେମାନଙ୍କ ବହିଷ୍କାର ପଛରେ କାରଣ ପାଲଟିଛନ୍ତି ନିରଞ୍ଜନଙ୍କ ଭାଇ  ସୌମ୍ୟରଂଜନ | କଥାଟା କାକତାଳୀୟ ହୋଇପାରେ, ହେଲେ ଷୋମ୍ୟରଞ୍ଜନଙ୍କ ସହ ଏ ବାହୀସକାରର ସମ୍ପର୍କ ଯୋଡି ହୋଇ ଯାଉଛି |  ପ୍ରଥମେ ଶ୍ରୀକାନ୍ତଙ୍କ କଥା ଚିନ୍ତା କରିବା | ଶ୍ରୀକାନ୍ତ ଓ ପଟ୍ଟନାୟକ ପରିବାର ମଧ୍ୟରେ ଅହି ନକୁଳ ସମ୍ପର୍କ ରାଜ୍ୟବାସୀଙ୍କୁ ଜଣାଶୁଣା | ନିରଞ୍ଜନ ପ୍ରଥମ ପାଳି ସଭାପତି ହେବ ପରେ ତାଙ୍କୁ ଅତ୍ୟନ୍ତ ଅପଦସ୍ତ କରି ବିଦା କରାଗଲା ଅକ୍ଷିତୃତୀୟ ଦିନ | ଆଉ ତାଙ୍କୁ ବିଦ କରିବାରେ ଦିଲ୍ଲୀରେ ଶ୍ରୀକାନ୍ତ ଗୋଟି ଚଳାଇଥିଲେ ବୋଲି କୁହାଯାଇଥିଲା | ୪ ନେତା(ଶ୍ରୀକାନ୍ତ, ଭକ୍ତ,ଲୁଲୁ(ସ୍ବର୍ଗତ ଲଲାଟେନ୍ଦୁ ବି ମହାପାତ୍ର) ଏବଂ ଜୟଦେବ ମିଶି ସେତେବେଳେ ଦିଲ୍ଲୀରେ ଆଲୋଚନା କଲେ | ନିଜେ ନିଜେ ସଭାପତି ହେବ ଆଶାରେ " ୪ ଜଣଙ୍କ ଭିତରୁ ଯାହାକୁ କଲେବି ଚଳିବ" ବୋଲି କହି ଯେ ଯାହା ସାମର୍ଥ୍ୟ ମତେ ଲବି କରିଥିଲେ | ଯେତେବେଳେ ଶ୍ରୀକାନ୍ତ ଦେଖିଲେ ନିଜେ ହେବାର ସୁଯୋଗ ନାହିଁ ଦଳିତ କାର୍ଡ ଖେଳି ଜୟଦେବଙ୍କୁ ସଭାପତି କରାଇବାରେ ସକ୍ଷମ ହୋଇଥିଲେ | ଆଉ ତାପରେ କ୍ଷୁବ୍ଧ ହୋଇଥିଲେ ନିରଞ୍ଜନ ଓ ତାଙ୍କ ଭାଇ  ସୌମ୍ୟରଂଜନ | ନିରଞ୍ଜନ ଚୁପ ରହିବ ବେଳେ ସୌମ୍ୟରଂଜନ କିନ୍ତୁ ରାଜ୍ୟର ବିଭିନ୍ନ ଅଂଚଳ ବୁଲି କଂଗ୍ରେସକୁ ସମାଲୋଚନା କଲେ ଓ କଂଗ୍ରେସର ସମାନ୍ତରାଳ ସଂଗଠନ ସୃଷ୍ଟି କରିବାରେ ଲାଗିଥିଲେ | ଏପରିକି କଟକ ଠାରେ ଅନୁଷ୍ଠିତ ସଭାରେ ଗାନ୍ଧୀ ପରିବାରଙ୍କୁ ତାତ୍ସଲ୍ୟ କରିଥିଲେ |  ତାଙ୍କର ଏଭଳି ଦଳ ବିରୋଧୀ ଆଚରଣକୁ ଦୃଷ୍ଟିରେ ରଖି ତାଙ୍କୁ ଦଳରୁ ବିଦା କରାଗଲା | ଆଉ ଏ କ୍ଷେତ୍ରରେ ପଟ୍ଟନାୟକ ପରିବାର ରାଗ ରହିଲା ଯେ ନିରଂଜନକ ପଦ ଯିବା ଆଉ ସୌମ୍ୟରଞ୍ଜନଙ୍କ ବିଦା ହେବା ପଛର ମହାନାୟକ ହେଉଛନ୍ତି ଶ୍ରୀକାନ୍ତ | ସେବେଠୁ ଛକପଞ୍ଜା ଚାଲିଥିଲା ଆଉ ସୁଯୋଗ ଅପେକ୍ଷାରେ ଥିଲେ ପଟ୍ଟନାୟକ ପରିବାର କେବେ ଶ୍ରୀକାନ୍ତଙ୍କ ବିରୋଧରେ ରାଗ ସୁଝାଇବେ | ନିରଞ୍ଜନ ସଭାପତି ହେବାପରେ ତାଙ୍କର ପ୍ରଥମ ଟାର୍ଗେଟ ରହିଲା ଶ୍ରୀକାନ୍ତଙ୍କୁ କେମିତି ପାନେ ଦିଆଯିବ | ହେଲେ ଇସ୍ତାହାର କମିଟି ଅଧ୍ୟକ୍ଷ ଥିବା ଶ୍ରୀକାନ୍ତ ଖଣିଦୁର୍ନୀତିକୁ ନିର୍ବାଚନୀ ପ୍ରସଙ୍ଗ କରାଯାଉ ବୋଲି ଦାବି କରି ଆସୁଥିଲେ | କାହିଁ ପେ ନୀଗାହେ କାହିଁ ପେ ନିଶାନା ପରି ଖଣି ଦୁର୍ନୀତି ମାଧ୍ୟମରେ ନିରଞ୍ଜନଙ୍କୁ ଟାର୍ଗେଟ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା | କାରଣ ରାଜ୍ୟ ସାରା  ଜାଣିଛନ୍ତି ଯେ ଖଣି ଦୁର୍ନୀତିରେ କଂଗ୍ରେସର ପଟ୍ଟନାୟକ ପରିବାର ସମ୍ପୃକ୍ତ | ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ବିରୋଧରେ ଭିଜିଲାନ୍ସ ଚାର୍ଜସିଟ କରିଥିବା ବେଳେ ବେଆଇନ ଖଣି ଖୋଲିଥିବା ଯୋଗୁ ରାଜ୍ୟ ସରକାର ସେମାନଙ୍କୁ ଜୋରିମାନା ନୋଟିସ ଦେଇଛନ୍ତି | ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିବା ପାଇଁ ସୁପ୍ରିମ କୋର୍ଟ ବି ନିର୍ଦ୍ଦେଶ ଦେଇଛନ୍ତି | ନିହାତି ପକ୍ଷେ ନିରଞ୍ଜନ ବାବୁ ଚାହୁଁ ନଥିଲେ ଯେ ଖଣି ଦୁର୍ନୀତି ଇସ୍ତାହାରରେ ସ୍ଥାନିତ ହେଉ | ଆଉ ଅବହେଳିତ ବର୍ଗରୁ ଜଣକୁ କାହାକୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଇସ୍ତାହାରରେ ସାମିଲ କରିବା ପାଇଁ ବ୍ୟାଟିଂ କରି ଆସୁଥିଲେ ଶ୍ରୀକାନ୍ତ | ଆଉ ଏହାକୁ ନେଇ ଶ୍ରୀକାନ୍ତ ଓ ନିରଞ୍ଜନଙ୍କ ମଧ୍ୟରେ ଉଚ୍ଚବାଚ ଗଣମାଧ୍ୟମ ପର୍ଯ୍ୟନ୍ତ ଗଲା | ଆଉ ଏହାକୁ ନେଇ ଚାଲିଲା ଚର୍ବିତ ଚର୍ବଣ | ଆଉ ତାପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ବସି ଶ୍ରୀକାନ୍ତଙ୍କ ବିରୋଧରେ ଏଆଇସିସିକୁ ସୁପାରିଶ କରାଗଲା କାର୍ଯ୍ୟାନୁଷ୍ଠାନ ପାଇଁ | ଆଉ ଏକ ମାଡ଼ରେ ଗାଦି ଯିବା ଆଉ ସୌମ୍ୟରଂଜନ ବହିସ୍କୃତ ହେବା ଘଟଣାର ସେ  ପ୍ରତିଶୋଧ ନେଇଗଲେ ଶ୍ରୀକାନ୍ତଙ୍କ ବହିଷ୍କାର ରୂପରେ | ସଫଳ ହେଲେ ନିରଞ୍ଜନ  ତାଙ୍କ ଚାଲରେ| କଂଗ୍ରେସର ଫଳ ତାଙ୍କ ନେତୃତ୍ୱରେ ଯାହାବି ହେବ ତାହା ଭିନ୍ନ କଥା , ହେଲେ ତାଙ୍କ ରାଜନୈତିକ ଜୀବନର ସବୁଠାଉ ବଡ ସଫଳତା ପାଇଛନ୍ତି ତାଙ୍କ ପରିବାରର ଚିର ଶତ୍ରୁ ତଥା ଓଡିଶା ରାଜନୀତିରେ କିଛି ଲୋକଙ୍କ ମୁହଁରେ ଚକ୍ରାନ୍ତ ଜେନା ଭାବେ କଥିତ ଶ୍ରୀକାନ୍ତଙ୍କୁ ବହିଷ୍କାର କରି | କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ମାତ୍ର ୫ ଦିନ ପୂର୍ବରୁ ନିରଂଞ୍ଜନ ପକାଇଛନ୍ତି ଗୋଟାଏ ବଳରେ ଦୁଇଟି ଉଇକେଟ |

ଦ୍ଵିତୀୟ ଉଇକେଟ ପକାଇଲେ ସାଗରିଆ ରୂପରେ | ଆଉ ସାଗରିଆଙ୍କ ବହିଷ୍କାର ପଛରେ ଇମ୍ମିଡିଏଟ କାରଣ ଯଦିଓ ନିରଞ୍ଜନଙ୍କୁ ସମାଲୋଚନା ତାହାର ପୃଷ୍ଠକାରଣ ଥିଲା କୋରାପୁଟ ରାଜନୀତି | ପ୍ରସାଦ ହଟାଓ ଅଭିଯାନରେ ମୁଖ୍ୟ ଭୂମିକାରେ ଅବତୀର୍ଣ ହୋଇଥିବା ଭାଲୁ ବାହିନୀପତି ପ୍ରୀତି ଆଉ କୋରାପୁଟ ପର୍ଯ୍ୟବେକ୍ଷକ ଭାବେ ଭାଇ ସୌମ୍ୟରଂଜନ ପଟ୍ଟନାୟକଙ୍କ ନିଯୁକ୍ତି | କୋରାପୁଟରେ ବିଜେଡିର ସ୍ଥିତିକୁ ମଜଭୁତ କରିବା ଦାୟିତ୍ୱ ଦିଆଯାଇଛି ନିରଞ୍ଜନଙ୍କ ଭାଇ ସୌମ୍ୟରଞ୍ଜନଙ୍କୁ | ଆଉ କୋରାପୁଟର ୪ଟି ଆସନ କଂଗ୍ରେସ କବ୍ଜାରେ | ସେଠି ତାରା ସାଗରିଆ କଲି କାହାକୁ ଅଛପା ନାହିଁ | ପ୍ରସାଦଙ୍କ ସମୟରେ ତାରାଙ୍କ ପତ୍ନୀ ଜିଲ୍ଲା ସଭାପତି ଥିବା ବେଳେ କୃଷ୍ଣ ଥିଲେ ରାଜ୍ୟ ଏସସି ସେଲ ଅଧ୍ୟକ୍ଷ | ଆଉ ସେ ସମୟରେ ଘଟିଥିଲା କୁନ୍ଦୁଲି ବଳାତ୍କାର ଘଟଣା | ବଳାତ୍କାର ପୀଡିତା  ଦଳିତ ହୋଇଥିବା ଯୋଗୁ ସେ ପ୍ରସଙ୍ଗରେ ସାଗରିଆ ତତ୍କାଳୀନ ପିସିସି ସଭା[ଅତି ପ୍ରସାଦ ହରିଚନ୍ଦନଂକ ନେତୃତ୍ୱରେ ସେତେବେଳେ ସେ ପ୍ରସଂଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଲେ | ଏପରିକି ପଦଯାତ୍ରା କରି ଜନ ସଚେତନତା ସୃଷ୍ଟି କଲେ ଓ ଏହାକୁ ଜାତୀୟ ପ୍ରସଙ୍ଗ କରିବା ପାଇଁ ଦିଲ୍ଲୀରେ ଯାଇ ବି ପ୍ରତିବାଦ କରିଥିଲେ | ହେଲେ ନିରଂଜନକୁ ସମର୍ଥନ କରି ପ୍ରସାଦ ହରିଚନ୍ଦନଙ୍କ ବିରୋଧରେ ଚାଲିଥିବା ବିଧାୟକମାନଙ୍କ ଅଭିଯାନରେ ତାଙ୍କ ର ସମର୍ଥନ ନଥିଲା | କାରଣ କୃଷ୍ଣଙ୍କ  ତାର ଥିଲେ ନିରଞ୍ଜନଙ୍କ ଗ୍ରୁପରେ ଆଉ ପ୍ରସାଦଙ୍କ ବିରୋଧରେ ଓ ନିରଞ୍ଜନଙ୍କ ସପକ୍ଷରେ ଗଣମାଧ୍ୟମରେ ସବୁଠାରୁ ସେ ବିବୃତି ଦେଇଥିଲେ | କୃଷ୍ଣ ସାଗରିଆଙ୍କ କୁନ୍ଦୁଲି ପ୍ରସଙ୍ଗରେ ବିଜେଡି ଜିଲ୍ଲାରେ ଅଡୁଆ ପରିସ୍ଥିତିରେ ପଡିଥିଲା ବା ସରକାର ସେ ପ୍ରସଙ୍ଗରେ ଅପଦସ୍ତ ହୋଇଥିଲେ | ଜିଲ୍ଲା ରାଜନୀତିରେ କୃଷ୍ଣଙ୍କ ଏପରି କାର୍ଯ୍ୟକ୍ରମକୁ ତାରା ପସନ୍ଦ କରୁନଥିଲେ ମଧ୍ୟ ଏସସି ସେଲ  ସଭାପତି ଭାବେ କୃଷ୍ଣ ଯେହେତୁ  କୁନ୍ଦୁଲି ପ୍ରସଙ୍ଗକୁ ଉଠାଇ ଚାଲିଥିଲେ, ସେ ସେଥିପାଇଁ ନିରବ ଥିଲେ  | ପିସିସି ସଭାପତି ବଦଳିଲେ ଓ ନିରଞ୍ଜନ ସଭାପତି ହେଲେ ଆଉ ବିଜେଡି ସଂସଦ ହୋଇଥିବା ସୌମ୍ୟରଂଜନ ଯେତେବେଳେ ବିଜେଡିର  କୋରାପୁଟ ଦାୟିତ୍ୱରେ ରହିଲେ ସେତେବେଳେ କିଛି ସିଝିଲା ନିଶ୍ଚୟ | ନ ହୋଇଥାଇବୀ ପାରେ, ହେଲେ ଅତର୍କିତ ଭାବେ କୃଷ୍ଣଙ୍କୁ ଏସସି ସେଲ ଅଧ୍ୟକ୍ଷ  ପଦରୁ ବାହାର କରି ଦିଆଗଲା | ଘଟଣା କାକତାଳୀୟ ହେଲେ ବି ଯାହା ଘଟିଗଲା ତାହା ତିନିଟା କାରଣ ଆଡକୁ ଇଙ୍ଗିତ କଲା | ପ୍ରଥମ ତାରାଙ୍କ ଶତ୍ରୁ ସଂହାର ହେଲା, ତାଙ୍କୁ ସମର୍ଥନ କରିନଥିବାର ବଦଲା ଆଉ ବିଜେଡି ପାଇଁ ମୁଣ୍ଡ ବିନ୍ଧ ସାଜିଥିବା କୁନ୍ଦୁଲି ପ୍ରସଙ୍ଗକୁ ବ୍ରେକ ଦେବା ଓ ଜିଲ୍ଲା ରାଜନୀତିଠାରୁ କୃଷ୍ଣକୁ ଦୁରେଇ ରଖିବାର କାମ କଲା | ହେଲେ ଏଥିରେ କ୍ଷୁବ୍ଧ ହୋଇ କୃଷ୍ଣ ବିଧାୟକ ପଦରୁ ଇସ୍ତଫା ଦେଲେ ଓ ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଶୋଦ୍ଗାର କଲେ | ଯାହାର ଫଳ ତାଙ୍କୁ ଭୋଗିବାକୁ ପଡିଲା ବହିଷ୍କାର | 

ଏଆଇସିସି ନେଇଥିବା ଏହି ପଦକ୍ଷେପ ବାସ୍ତବିକ ଏଆଇସିସିକୁ ବହୁ ଆଗରୁ ନେବାର ଥିଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି | କାରଣ ପ୍ରସାଦଙ୍କ ବିରୋଧରେ ବିଷୋଦ୍ଗାର କରି ଦଳକୁ ବଦ୍ନାମ କରିଥିବା ନେତା ଓ ବିଧାୟକଙ୍କୁ ସାବାଡ କରିବା ପାଇଁ ସେତେବେଳେ ଏଆଇସିସି ଯଦି କିଛି କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା ବା ଅତି କମରେ ଯେଉଁ ୪ଜଣଙ୍କ ବିରୋଧରେ ପିସିସି ଶୃଙ୍ଖଳା କମିଟି କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ସେମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ହୋଇଥାନ୍ତା ତେବେ ଆଜି ବିଧାୟକ ବା ନେତା ମନକୁ ବହିଷ୍କାର/ନିଲମ୍ବନ କରିବାର ଆବଶ୍ୟକତା ପଡ଼ିନଥାନ୍ତା ବୋଲି ରାଜନୈତିକ ବିଶାରଦ ମାନେ କହିଛନ୍ତି |  

0
0
0
s2sdefault