ହେଡଲାଇନସ୍:

ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାଲେଶ୍ୱର(ଉଜ୍ଜ୍ୱଳ କର)): ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ଦାରିଙ୍ଗି ବାଡିରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା ଓ ପରେ ପରେ ନବଜାତ ଶିଶୁର ମୃତ୍ୟୁ ଓଡିଶା ପାଇଁ ଏକ କଳଙ୍କିତ ଅଧ୍ୟାୟ ବୋଲି ପ୍ରକାଶ କରି ଆଦିବାସୀ କଲ୍ୟାଣ, ମହିଳା ଶିଶୁ ବିକାଶ ମନ୍ତ୍ରୀ, କନ୍ଧମାଳ ଜିଲ୍ଲାପାଳ ଓ ଦୁଇଜଣ ସଚିବଙ୍କୁ ଅବିଳମ୍ବେ ନିଲମ୍ବିତ କରିବା ଉଦ୍ଦେଶ୍ୟରେ ବାଲେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞାପରମିତା ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ମହିଳା କଂଗ୍ରେସ କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦସ୍ୱରୂପ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପ୍ରତିବାଦ ସଭାରେ ଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ମନ୍ତ୍ରୀ, କନ୍ଧମାଳ ଜିଲ୍ଲାପାଳଙ୍କ ସମେତ ଦୁଇ ବିଭାଗୀୟ ସଚିବ ନିଜ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିବା, ଛାତ୍ରୀଙ୍କ ପରିବାର ବର୍ଗଙ୍କୁ ନଭେଟିବା, ଚିକିତ୍ସାରେ ଅବହେଳା ପରି ଘଟଣା ରାଜ୍ୟବାସୀଙ୍କ ଭାବାବେଗକୁ କୁଠାରଘାତ କରିଛି । ମାନନୀୟ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ନିରବ ରହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ମହିଳା ଜିଲ୍ଲା ସଭାପତି ପ୍ରକାଶ କରିଛନ୍ତି । ବିଭାଗୀୟ ଦୁଇ ମନ୍ତ୍ରୀ, ସଚିବ ଏବଂ ଜିଲ୍ଲାପାଳଙ୍କୁ ନିଲମ୍ବିତ ନକରାଗଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯିବ ବୋଲି ଶ୍ରୀମତୀ ମହାନ୍ତି ପ୍ରକାଶ କରିଛନ୍ତି ।

 

0
0
0
s2sdefault