ହେଡଲାଇନସ୍:

ମରିବା ଯାଏ କଂଗ୍ରେସ ଛାଡିବିନି 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

 ଜି ଉଦୟଗିରି/ ଗଗନ ପ୍ରଧାନ :  "କଂଗ୍ରେସରେ ମୋର ଜନ୍ମ, ମରିବି କଂଗ୍ରେସରେ  | କିଛି ସ୍ୱାର୍ଥପର ଲୋକଙ୍କ ଅପକର୍ମ ବା ଵିଶ୍ଵାସଘାତ  ପାଇଁ ମୋତେ ବି ସେ ଦୃଷ୍ଟିରେ କିଛି ଗଣମାଧ୍ୟମ ଦେଖିଥିବା ଯୋଗୁ ମୁଁ ମର୍ମାହତ | ଏଭଳି ଖବରକୁ କୁ ଖଣ୍ଡନ କରୁଛି | ଆଶାକରିବି ଏଭଳି ଗୁଜବ ପ୍ରଚାରରୁ ଦୂର ରହିବା ପାଇଁ | କଂଗ୍ରେସ ଦଳ, ମୋ ନେତା ରାହୁଲ ଗାନ୍ଧୀ, ପିସିସି ସଭାପତି ନିରଞ୍ଜନ ପଟନାୟକ, ମୋ ନିର୍ବାଚନମଣ୍ଡଳୀର ଅଗଣିତ ଭୋଟର ଭାଇ ଭଉଣୀମାନଙ୍କର ବିଶ୍ୱାସ ପ୍ରତି ମୁଁ ପ୍ରତିବଦ୍ଧ | କିଛି ଗଣମାଧ୍ୟମ ସମସ୍ତଙ୍କୁ ଗୋଟେ ନିକିତିରେ ତଉଲି ଦେଉଥିବା ଯୋଗୁ ଏହା ମତେ କଷ୍ଟ ଦେଇଛି | ଗୋଟିଏ କଥା ସ୍ପଷ୍ଟ କରି ଦେଉଛି, କଂଗ୍ରେସ ମତେ ପରିଚୟ ଦେଇଛି, ଏଇଠି ମରିବି | ରାଜନୀତି ଛାଡ଼ିଦେଇ ପାରେ କଂଗ୍ରେସ ଛାଡି ଯିବାର ପ୍ରଶ୍ନ ଉଠୁନାହିଁ "ବୋଲି ଶାସକ ପ୍ରଶାସକଙ୍କୁ କହିଛନ୍ତି କଂଗ୍ରେସ ବିଧାୟକ ଜାକବ ପ୍ରଧାନ |

0
0
0
s2sdefault