ହେଡଲାଇନସ୍:

ପାନୀୟ ଜଳ ଯୋଗାଣ ଓ ଡ଼ାକ୍ତର ନିଯୁକ୍ତି ଦାବିରେ ବିଜେପି ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶରେ ଦେଲା  ଦାବିପତ୍ର, ତ୍ୱରିତ ପଦକ୍ଷେପ ନହେଲେ ଆନ୍ଦୋଳନ ଚେତାବନୀ 

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ 

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଡ଼ାକ୍ତରଖାନାରେ ଜଣେ ମେଡ଼ିସିନ ସ୍ପେସାଲିଷ୍ଟ ଓ ଖାଲିଥିବା ଅନାନ୍ୟ ଡ଼ାକ୍ତର ପଦବୀ ପୂରଣ ,୨୪ ଘଣ୍ଟିଆ ନିରାମୟ ,ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଯୋଗାଇ ଦେବା,ଶବ ସଂରକ୍ଷଣ ଘର ନିର୍ମାଣ କରିବା ଓ ରେଢ଼ାଖୋଲ ସହରକୁ ଶୀଘ୍ର ପାନୀୟ  ଜଳ ଯୋଗାଇ ଦେବା ଦାବିରେ ଗୁରୁବାର ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଦାବିପତ୍ର ପ୍ରଦାନର ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳ ଚେତାବନି ଦେଇଛି l ଏହି ପରିପ୍ରକ୍ଷିରେ ରେଢ଼ାଖୋଲ ବିଜେପି ପକ୍ଷରୁ ସ୍ଥାନୀୟ ରାମ ମନ୍ଦିର ଠାରୁ ଏଥିରେ ଶତାଧିକ କର୍ମୀ ସାମିଲ ହୋଇ ଏକ ବାଇକ୍ ରାଲି ବାହାରି ସହର ପରିକ୍ରମା କରିବା ସହିତ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସରକାର ଓ ପ୍ରଶାସନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସ୍ଥାନୀୟ ଉପଜିଲ୍ଲାପାଳ ବିଶିକେସନ ଦେହୁରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ,ରାଜ୍ୟରେ ରେଢ଼ାଖୋଲ ଉପଖଣ୍ଡ ଏକ ଅବହେଳିତ ଅଞ୍ଚଳ ଭାବେ ରହି ଆସିଛି l ରେଢ଼ାଖୋଲ ରେ ସ୍ୱାସ୍ଥ୍ୟ ଓ ପାନୀୟ ଜଳ ସମସ୍ୟା ସମେତ ଅନେକ ସମସ୍ୟା ବୁଡ଼ି ରହିଥିଲେ ମଧ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ସମସ୍ୟା ଦୂରିକରଣ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ l ରେଢ଼ାଖୋଲ ର ପ୍ରମୁଖ ସମସ୍ୟା ସଂକ୍ରାନ୍ତ ରେ ଅଞ୍ଚଳ ବାସୀ ବାରମ୍ବାର ଦାବି ,ଆନ୍ଦୋଳନ ,ପ୍ରତିବାଦ ,ଧମକ ଦେଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ l ସରକାର ଙ୍କ ବିକାଶ ସତେ ଯେମିତି ସାତ ସପନ ହୋଇପଡ଼ିଛି l ରେଢ଼ାଖୋଲ ସହରକୁ  ୨୦୧୩ ମସିହାରେ ମହାନଦୀ(କିଆକଟା)ପାଣି ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସହର ବାସୀଙ୍କୁ ବିସୁଦ୍ଧ ପାନୀୟ ଜଳ ଯୋଗାଣ କରିପାରିଲେ ନାହିଁ l ସେହିପରି ରେଢ଼ାଖୋଲ ଉପଖଣ୍ଡ ଡ଼ାକ୍ତରଖାନାରେ ଡ଼ାକ୍ତରଙ୍କ ଅଭାବ ଜନିତ ମରୁଡ଼ି ପରିସ୍ଥିତି ସୁଷ୍ଟି ହୋଇଛି l ଦୀର୍ଘ ୧୫ ବର୍ଷ ପରେ ଜଣେ ମେଡ଼ିସିନ ସ୍ପେସାଲିଷ୍ଟ ଡ଼ାକ୍ତରଙ୍କୁ ଏଠାରେ ନିଯୁକ୍ତି ଦିଆଯାଇ ୧୫ ଦିନ ପରେ ପୁଣି ଫେରାଇ ନିଆଯାଇଛି l ଫଳରେ ସାଧାରଣ ରୋଗୀ ସେବା ବାଧା ପ୍ରାପ୍ତ ହେବା ସହିତ ଅସନ୍ତୋଷ ପ୍ରକାଶ ପାଇଛି l ଏଥିରେ ବିଜେପି ରେଢ଼ାଖୋଲ ବିଜେପି ନଗର ସଭାପତି ଶିବରାମ ସାହୁ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବିନ୍ଦ ଅଗ୍ରଓ୍ୱାଲ ,ଅନାନ୍ୟ ପଛୁଆବର୍ଗ ରାଜ୍ୟ ଉପସଭାପତି ପ୍ରତାପ ପ୍ରଧାନ , ରାଜେନ୍ଦ୍ର ବୈଠାରୁ ,ପ୍ରକାଶ ମୁଖି,ଅବନୀ ମେହେର ,ଯୁବ ମୋର୍ଚ୍ଚା ସଭାପତି ଅନୀଲ ପୁଷ୍ଟି ପ୍ରମୁଖ ଦଳୀୟ କର୍ମୀମାନେ ସାମିଲ ହୋଇ ଦାବିପତ୍ର ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l

 

0
0
0
s2sdefault