ହେଡଲାଇନସ୍:

 ବିଜେଡି ସୁପ୍ରିମୋଙ୍କୁ ଭେଟିଲେ କୁଶ ଆପଟ : କେନ୍ଦୁଝର ରାଜନୀତିରେ ଉଷ୍ମତା, କର୍ମୀ ଓ କର୍ମକର୍ତ୍ତାଙ୍କ ଭିତରେ ଆନନ୍ଦର ଲହରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚମ୍ପୁଆ (ଚିତ୍ତରଞ୍ଜନ କର) :ଗତକାଲି ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଯୁବନେତା କୁଶ ଆପଟଙ୍କ ଉପରୁ ବିଜୁ ଜନତା ଦଳ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପରେ କର୍ମୀ ମହଲରେ ଖୁସିର ଲହର ଖେଳିଯାଇଛି। ଆଜି କୁଶ ଆପଟ କିଛି କର୍ମୀଙ୍କ ସହ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଗତକାଲି ଏକ ଘଟଣାକ୍ରମରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ନିଜ ଗଠିତ ଜନ ସମୃଦ୍ଧି ପାର୍ଟିରୁ ଇସ୍ତଫା ଦେବା ଓ ଆଜି ନବୀନଙ୍କୁ କୁଶ ଭେଟିବା କେନ୍ଦୁଝର ଜିଲ୍ଲାରେ ରାଜନୈତିକ ଉଷ୍ମତା ଆଣି ଦେଇଛି। ହେଲେ କୁଶଙ୍କୁ ଦଳର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପରେ ଏବେ ଦଳର କର୍ମୀଂକ ମହଲରେ ଦଳର ସ୍ଥିତି  ପୂର୍ବାପେକ୍ଷା ମଜଭୁତ ହେବ ବୋଲି ବିଶ୍ୱାସ ଜନ୍ମିଛି | କାରଣ ଦଳରୁ ନିଲଂବିତ ହେବା  ପରେ ବି କୁଶ କେବେ କେଉଁଠି ଦଳ ବିରୋଧରେ ବୟାନ ଦେଇ ନାହାନ୍ତି କି ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି | ଅପରପକ୍ଷେ ଜିଲ୍ଲାରେ ଖାସ କରି ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ବିଜେଡି କେମିତି ଶକ୍ତିଶାଳୀ ହୋଇପାରିବ ଓ ବିଧାୟକ ସନାତନଙ୍କ ପ୍ରତିପତ୍ତି ସତ୍ତ୍ୱେ କେମିତି ଦଳର ସାଙ୍ଗଠନିକ ଦକ୍ଷତା ବୃଦ୍ଧି  ପାଇବ  ସେଥିପାଇଁ ଦଳ ବାହାରେ ରହି ବି ସହଯୋଗ ଦେଇ ଆସିଥିଲେ | କର୍ମୀ ଓ ନେତାଙ୍କ ମହଲରେ ବାରମ୍ବାର ଦାବି ହୋଇ ଆସୁଥିଲା ଯେ କୁଶଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଉ | ଯାହାହେଉ କର୍ମୀଙ୍କ ଭାବନା ଓ ଭାବାବେଗକୁ ଗୁରୁତ୍ୱ ଦେଇ ଦଳର ସୁପ୍ରିମୋ କୁଶଙ୍କୁ ଦଳୀୟ ମୁଖ୍ୟସ୍ରୋତକୁ  ଫେରାଇ ଆଣିଥିବା ଯୋଗୁ ନିର୍ବାଚନମଣ୍ଡଳୀର କର୍ମୀ ଓ କର୍ମକର୍ତ୍ତା ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି | ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ସମ୍ମାନ ଜଣାଇବା ସହ ଦଳକୁ ମଜଭୁତ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି କୁଶ ମତବ୍ୟକ୍ତ କରିଛନ୍ତି | 

0
0
0
s2sdefault