ହେଡଲାଇନସ୍:

ତୀବ୍ର ହେବ ବେବିନାକୁ ନ୍ୟାୟ ଦାବୀ : ବେବିନାକୁ ନ୍ୟାୟ ମିଳିବା ଦାବୀରେ ଭଦ୍ରକ ବିଜେପି ମହିଳାମୋର୍ଚ୍ଚାର ଅଖଣ୍ଡ ଦୀପଦାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ପିପିଲି ଗଣ ଦୁଷ୍କର୍ମର ଶିକାର ହୋଇ ମୃତୁ୍ୟ ବରଣ କରିଥିବା ବେବିନା ବେହେରାକୁ ରାଜ୍ୟ ସରକାର ଦୀର୍ଘ ୮ ବର୍ଷରେ ନ୍ୟାୟ ଦେଇ ପାରିଲେ ନାହିଁ । ରାଜ୍ୟ ମହିଳାମାନେ ଅସୁରକ୍ଷିତ । ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ମହିଳା ଅସମ୍ମାନକାରୀ, ଦୁଷ୍କର୍ମକାରୀଙ୍କୁ ସୁରକ୍ଷା ଦେଉଛନ୍ତି । ବେବିନା ଦୁଷ୍କର୍ମର ଅଭିଯୁକ୍ତ ଦଳୀୟ ନେତାଙ୍କ ବାହୁଛାୟା ତଳେ ରହିଛନ୍ତି । ଏହାକୁ ବିଜେପି ମହିଳାମୋର୍ଚ୍ଚା ତୀବ୍ର ପ୍ରତିବାଦ କରି ଆସୁଛି । ଏହି ପ୍ରତିବାଦକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ରାଜ୍ୟ ମହିଳାମୋର୍ଚ୍ଚାର ନିଷ୍ପତ୍ତି ଅନୁଯାୟୀ ସମଗ୍ର ରାଜ୍ୟରେ ଲାଲ ଚୁଡି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାର ପ୍ରତିଟି ମହିଳାଙ୍କ ପାଖରେ ମହିଳାମୋର୍ଚ୍ଚା ପକ୍ଷରୁ ବେବିନା ଗଣ ଦୁଷ୍କର୍ମର ଅଭିଯୁକ୍ତଙ୍କୁ ରାଜ୍ୟ ସରକାରଙ୍କ ଅନୁକମ୍ପା ପ୍ରଦର୍ଶନଅନୁଷ୍ଠିତ  ଏକ ଯୋଜନା ବୈଠକରେ ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ କହିଛନ୍ତି । ଶ୍ରୀମତୀ ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ବେବିନାଙ୍କୁ ନ୍ୟାୟ ପ୍ରଦାନ ଦାବୀ ଯୋଜନା ବୈଠକରେ ସେ ଆହୁରି କହିଥିଲେ ଯେ ରାଜ୍ୟର ବିଜେଡିି ସରକାର କଥାରେ ନାରା ଦେଇ ମାଆଙ୍କୁ ସମ୍ମାନ କହି ବୁଲୁଛି । ବାସ୍ତବିକତାରେ ବିଜେଡି ସରକାର ସମୟରେ ମହିଳାମାନେ ବେଶି ଅସୁରକ୍ଷିତ ହୋଇଛନ୍ତି । ମାଆମାନେ ବେଶି ଅସମ୍ମାନିତ ହୋଇଛନ୍ତି ବୋଲି ଖୁଣ୍ଟିଆ କହିଥିଲେ । ଜିଲ୍ଲାର ମହିଳାମୋର୍ଚ୍ଚାର ପ୍ରତ୍ୟେକଟି କର୍ମୀ ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ବେବିନାଙ୍କୁ ନ୍ୟାୟ ଦେବାରେ ଅସମର୍ଥ ହୋଇଥିବା ଏହି ଅପାରଗ ସରକାର ଚୁଡି ପିନ୍ଧିବା ଉଚିତ ବୋଲି ମହିଳାମୋର୍ଚ୍ଚା ଅନୁଭବ କରି ପ୍ରତି ଘରୁ ଖଣ୍ଡିଏ ଖଣ୍ଡିଏ ଚୁଡି ସଂଗ୍ରହ କରି ଆସନ୍ତା ୨୧ ତାରିଖରେ ରାଜ୍ୟ ସରକାରଙ୍କ ସମସ୍ତ ବିଧାୟକ, ମନ୍ତ୍ରୀଙ୍କୁ ପିନ୍ଧିବାକୁ ଦିଆଯିବ ବୋଲି ଖୁଣ୍ଟିଆ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ପରେ ମହିଳାମୋର୍ଚ୍ଚା ପକ୍ଷରୁ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିରକୁ ଯାଇ ବେବିନାକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ମନ୍ଦିରରେ ଏକ ଅଖଣ୍ଡ ଦୀପ ଜଳାଇ ରଖିବାକୁ ଦୀପ ଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ବଦ୍ରି ନାରାୟଣ ଧଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦିପ ନାୟକ, ତପସ୍ୱିନୀ ମହାପାତ୍ର, ମାଳିନୀ ସାହୁ, ସୁକାନ୍ତୀ ମିଶ୍ର, ରମିତା ପାଢୀ, ପଦ୍ମିନୀ ଦ୍ୱିବେଦୀ, ଉର୍ମିଳା ସେଠୀ, ବିଜୟଲକ୍ଷ୍ମୀ ବେହେରା, ରୁକ୍ମିଣୀ ଦାସ, ଆଶାରାଣୀ ପଣ୍ଡା, ମିନାକ୍ଷୀ ଦାସ, ପ୍ରେମଲତା ବାରିକ, ସୁଷମା ପାତ୍ର, ସସ୍ମିତା ପ୍ରଧାନ, ସୁକାନ୍ତୀ ସେଠୀ, ଗୋଲାପୀ ସେଠୀ, ସ୍ୱାଗତିକା ସାହୁ, ଗୀତାଞ୍ଜଳୀ ନାୟକ, ପ୍ରଭାତ ଜେନା, ବିଶ୍ୱରଞ୍ଜନ ଖୁଣ୍ଟିଆ, ବାଦଲ ପଣ୍ଡା  ପ୍ରମୁଖ  ସାମିଲ ହୋଇଥିଲେ ।

0
0
0
s2sdefault