ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ରାଜନୀତି କରିବାକୁ ଚାହିଁଲେ, ପଶ୍ଚିମ ଓଡିଶାର ବିକାଶ ଚାହିଁଲେ ନାହିଁ :ଧର୍ମେନ୍ଦ୍ର ପ୍ରଧାନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବଲାଙ୍ଗୀର(ନିରୋଜ ମିଶ୍ର) – ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ । କିନ୍ତୁ ବିକାଶରେ ଓଡିଶାସରକାର ବାଧକ ସାଜିଛନ୍ତି । ଯାହାଦ୍ୱାରା ଓଡିଶାର ବିକାଶ କାମ ହୋଇପାରୁନାହିଁ । ପ୍ରଧାନମନ୍ତ୍ରୀ ପଶ୍ଚିମ ଓଡିଶାକୁଆସିଥିବା ବେଳେ ଏହ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ସତ୍ୱେ ସେ ଆସିଲେ ନାହିଁ । ଗତ ଥର ବାରିପଦାକୁ ମଧ୍ୟ ଆସିନଥିଲେ । ଦୁଃଖର ବିଷୟ ମୁଖ୍ୟମନ୍ତ୍ରୀ ରାଜନୀତି କରିବାକୁ ଚାହିଁଲେ, ପଶ୍ଚିମ ଓଡିଶାର ଉନ୍ନତି ଚାହିଁଲେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱରରେ କୃଷକମାନଙ୍କ ନାଁରେ କୁମ୍ଭୀର କାନ୍ଦଣା କାନ୍ଦିବା ପାଇଁ ବ୍ୟବସ୍ଥା କଲେ । 

ବଲାଙ୍ଗୀରରେ ପ୍ରଧାନମନ୍ତ୍ରୀଙ୍କର ଗସ୍ତ ଅବସରରେ ଆୟୋଜିତ ଏକ ବିଶାଳ ଜନସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ । ବିକାଶ ପାଇଁ ସମସ୍ତଙ୍କର ସହଯୋଗ ଦରକାର । ତେବେ ରାଜ୍ୟର ବିକାଶ କଥାକୁ ଆଖି ବୁଜି ଦେଇ ମୁଖ୍ୟମନ୍ତ୍ରୀ ରାଜନୀତି କରୁଛନ୍ତି । ବଲାଙ୍ଗୀରର ମାଟି ଐତିହ୍ୟସମ୍ପନ୍ନ, ସଂସ୍କୃତିଭରା ଓ ପରମ୍ପରାର ମାଟି । ଏ ମାଟି କେବଳ ଇତିହାସକୁ ମନେପକାଏ ନାହିଁ, ସମୟର ଆବଶ୍ୟକତାକୁ ପୂରଣା କରିବା ପାଇଁ ଆହ୍ୱାନକୁ ବି ସ୍ୱୀକାର କରୋ କିଛି ମାସ ପୂର୍ବେ ଛତିଶଗଡର ବିଧାନସଭା ନିର୍ବାଚନ ଅବସରରେ ଏ ମାଟିର ବରପୂତ୍ର ଦୂରଦର୍ଶନ କ୍ୟାମେରା ମ୍ୟାନ ସ୍ୱର୍ଗତ ଅଚ୍ୟୁତାନନ୍ଦ ସାହୁ ଆତାତୀୟୀଙ୍କ ଗୁଳିରେ ପ୍ରାଣ ହରାଇ ଦେଶ ପାଇଁ ଶହୀଦ ହୋଇଥିଲେ । ଏମାଟି ତାଙ୍କର ବଳିଦାନକୁ ଅନ୍ୟଥା ହେବାକୁ ଦେବ ନାହିଁ । ଯେଉଁମାନେ ବନ୍ଧୁକ ମୁନରେ ଦେଶର ପ୍ରଜାତନ୍ତ୍ରକୁ ଦୂରେଇବା ପାଇଁ ଚାହଁଛନ୍ତି ତାଙ୍କୁ ଏହି ବଳିଦାନ ଉଚିତ ଜବାବ ଦେବ । ପ୍ରଧାନମନ୍ତ୍ରୀ ପର୍ବଦୋୟର ବାର୍ତାକୁ ନେଇ ଆସୁଛନ୍ତି । ଭାରତ ଦେଶ ଏକ ଅଗ୍ରଣୀ ଦେଶ । ଭାରତ ବଷର୍ର ସବୁ ଅଂଚଳ ସମତୁଲ ବିକଶିତ ହେଲେ, ଭାରତର ବିକାଶ ହେବ । ପୂର୍ବ ଭାରତ ବିକଶିତ ହେଲେ ଦେଶର ବିକାଶ ହୋଇପାରିବ । ସ୍ୱାଧୀନତାର ୭୦ ବର୍ଷ ପରେ ପୂର୍ବ ଭାରତର ବିକାଶ ହୋଇପାରିନଥିବାରୁ ଏହା ଅନେକ ସମସ୍ୟାରେ ଜର୍ଜରିତ ଅବସ୍ଥାରେ ଅଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ବିଗତ ୩୦ ଦିନରୁ କମ ମଧ୍ୟରେ ପବିତ୍ର ପୂଷପୁନୀ ଅବସରରେ ପୂର୍ବ ଭାରତର ସଙ୍କଳ୍ପକୁ ନେଇ ଉପହାର ଦେବାକୁ ଆସିଛନ୍ତି ।

ବଲାଙ୍ଗୀର, ବରଗଡରେ ଶିଳ୍ପ ହେଉ । ବଲାଙ୍ଗୀରରେ ହଜାର କୋଟି ଟଙ୍କା ବ୍ୟୟ କରି ନଡା ରୁ ପେଟ୍ରୋଲ ବାହାର କରିବାର ବିକଳ୍ପ ପ୍ରକଳ୍ପ ମୋଦି ସରକାର କରିଛନ୍ତି । ଯୁବକଙ୍କୁ ରୋଜଗାର ଦେବା ଓ ଚାଷୀର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଏ ପ୍ରକଳ୍ପ ଆରମ୍ଭ ହୋଇଛି । ବାଲାଙ୍ଗୀରରେ ୧୦୦ କୋଟି ଟଙ୍କାର ବଟଲିଂ ପ୍ଲାଂଟ ଆରମ୍ଭ ହୋଇଛି । ବରଗଡରୁ ରାୟପୁର ପର୍ଯ୍ୟନ୍ତ ଦୂରତାକୁ ଛୋଟ କରିବା ପାଇଁ, ବରଗଡରୁ ବିଜେପୁର, ପଦ୍ମପୁର -ନୂଆପଡା ପର୍ଯ୍ୟନ୍ତ ରେଳ ଲାଇନର ସର୍ଭେ କାମ ହୋଇଛି । ଖୁବ ଶୀଘ୍ର ଏ ଅଂଚଳରେ କାମ ଆରମ୍ଭ ହେବ । ଏହା ମୋଦୀ ସରକାରଙ୍କ ପୁଷପୁନୀର ଉପହାର ।

ବଲାଙ୍ଗୀର ଜିଲ୍ଲାରେ ୧୯ ବର୍ଷର ଶାସନରେ ଚାଷ ଜମିରେ ଜଳସେଚନ ନାହିଁ । ତଥ୍ୟନୁଯାଇ ଗତ ୨୦ ବର୍ଷ ଭିତରେ ୫ରୁ ୧୦ ପ୍ରତିଶତ ଅଂଚଳ ଜଳସେଚନ ହୋଇଛି । ଲୋଏର ସୁକତେଲ ପ୍ରକଳ୍ପ ର କାମ ୧୫ ବର୍ଷ ହେଲା ଚାଲିଛି କିନ୍ତୁ ସମ୍ପୂର୍ଣ୍ଣ ହୋଇପାରୁନି । ୩୦ ବର୍ଷ ଏ ଅଂଚଳକୁ ଅଣଦେଖା ରଖାଯାଇଛି । ବଲାଙ୍ଗୀର ଜିଲ୍ଲାର ପ୍ରକଳ୍ପ ପାଇଁ କ୍ରିୟାନ୍ୱୟନ କରିବା ପାଇଁ ୩୦ ବର୍ଷ ଲାଗୁଛି । ମାଲକାନାଗିରି ରୁ ସୁନ୍ଦରଗଡ ପର୍ଯ୍ୟନ୍ତ ଓଡିଶାରେ ୧୫ଟି ଜିଲ୍ଲାରେ ବର୍ତମାନ ୨୫୦୦ କିମିର ଜାତୀୟ ରାଜପଥ ରହିଛି । ମୋଦି ସରକାର ଏଥିରେ ଆଉ ୧୭୬୭ କିଲୋମିଟର ରାସ୍ତା ଯୋଡିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ମାତ୍ର ରାଜ୍ୟ ସରକାର ବିଭିନ୍ନ ଅନୁମତି ନଦେଇ ବିକାଶର ଏତେବଡ କାମକୁ ଜାଣିଶୁଣି ଅଟକାଇ ରଖିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଖୋର୍ଦ୍ଧା – ବଲାଙ୍ଗୀର ରେଳ ଲାଇନ୍ ପାଇଁ ରାଜ୍ୟ ସରକାର ଜମି ଦେଇନାହାନ୍ତି । ହକି ବିଶ୍ୱକପରେ ସଲମାନ ଓ ଶାହରୁଖ ଖାଁକୁ ନଚାଇବା ପାଇଁ ପଇସା ଅଛି କିନ୍ତୁ ଶିକ୍ଷକଙ୍କ ପାଇଁ ପଇସା ନାହିଁ । ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ନୂଆ ଭାରତ ତିଆରି ହେବ । ନୂଆ ଓଡିଶା ହେଲେ ନୂଆ ଭାରତ ହେବ । ଓଡିଶାର ବିକାଶରେ ରାଜ୍ୟ ସରକାର ବାଧକ ସାଜିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

 

0
0
0
s2sdefault