ହେଡଲାଇନସ୍:

ସବୁ ଅଙ୍କ ଗୋଳମାଳିଆ ହୋଇଗଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଏବେ କଂଗ୍ରେସର କୁହାଳିଆ ନେତା ନବ ଦାସଙ୍କୁ ନେଇ ରାଜ୍ୟ ସାରା ଶୁଖିଲା ଚର୍ଚ୍ଚା | ଏବେ ତାଙ୍କ ରାଜନୈତିକ ସ୍ଥିତି ଅନିଶ୍ଚିତତା ଭିତରେ | ତ୍ରିଶଙ୍କୁ ସ୍ଥିତିରେ ତାଙ୍କ ରାଜନୈତିକ ଭବିଷ୍ୟତ | ଦୁଇଦିନ ତଳ ପର୍ଯ୍ୟନ୍ତ ତାଙ୍କ ସ୍ଥିତିକୁ ନେଇ କୌଣସି ଅନିଶ୍ଚିତତା ନଥିଲା | ଆଉ ନବଙ୍କ ଯୋଜନା ଅନୁସାରେ ସବୁ ଠିକଠାକ ଚାଲିଥିଲା | ଗୋପନ ଉଦ୍ଦେଶ୍ୟ ଥିଲା କଂଗ୍ରେସକୁ ୨୦୧୪ ଭଳି ଅପଦସ୍ତ କରାଇବା | ଆଉ ସେଟା ସକ୍ସେସ ହୋଇଥିଲେ ନବ ଗୋଟାଏ ଗୁଳିରେ ଦୁଇଟା ଶିକାର ହୋଇଥାନ୍ତା | ହେଲେ ଆଗକୁହା ଆଉ ଆଗ ଚଲାଙ୍କ ପରି ନବ ଗଣିତ ଗୋଳମାଳ କରିଦେଲେ | ଯାହାକି ସବୁ ଯୋଜନାରେ ପାଣି ଫେରି ଦେଲା |

ବିଜେଡ଼ିକୁ ନବଙ୍କ ଯିବା ବହୁଦିନ ଆଗରୁ ଥୟ ହୋଇଥିଲା | ଆଉ ନବୀନ ବାବୁଙ୍କ ସହିତ ଓ ତୃତୀୟ ମହଲା ସହିତ ତାଙ୍କର ଯୋଗାଯୋଗ ଥିଲା | ବିଧାନସଭାରେ ନଗ୍ନ ଭିଡିଓ ଦେଖା ଘଟଣା ସତ୍ୟ ହୋଇଥିଲେ ବି ସେଥିପାଇଁ ତାଙ୍କୁ ଶାସକ ଦଳର ସମର୍ଥନ ମିଳିଥିଲା | ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିବା ବେଳେ ବି ତାଙ୍କ ଅଂଗଭଂଗି ସେଭଳିଥିଲା | ସେ କେବଳ ଆଳ ଖୋଜୁଥିଲେ ଦଳ ଛାଡିବା ପାଇଁ  | ଆଉ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ବେଳେ ସଭାକୁ ବିନା କଂଗ୍ରେସ ପତାକାରେ ରାଲିରେ ଯିବା ଓ ସଭାରେ ନବିନ ବାବୁଙ୍କୁ ଟେକିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା | ସେ ଦଳ ଛାଡିଯାଉଛନ୍ତି ବୋଲି ଚର୍ଚା ହୋଇଥିଲା |  ହେଲେ ତାଙ୍କୁ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯିବ ପରେ ଚର୍ଚା ହେଲା ଯେ ଆଉ ନବ ଯିବେନି | ଆଉ ତାଙ୍କ ନିକଟତମ ମହଲରୁ ତଥ୍ୟକୁ ନେଇ shasakprashasak.com ରେ ଆମେ ଉଲ୍ଲେଖ କରିଥିଲୁ ନବ ଦଳ ଛାଡ଼ିବେ | ଆଉ ନିର୍ବାଚନର କିଛି ଦିନ ପୂର୍ବରୁ ଭୁପିନ୍ଦରଙ୍କ ସିଂଙ୍କ ଭଳି ଦଳ ଛାଡ଼ିବେ ନବ ଦୁଇଜଣ ବିଧାୟକଙ୍କ ସହ | ଯାହାକି କଂଗ୍ରେସକୁ ଗୋଟାଏ ଝଟକା ଦେବା | ଆଉ ସ୍ଥିତି ସଜାଡ଼ିବାକୁ କଂଗ୍ରେସ ପାଖରେ ସମୟ ନଥିବ | ଯଦିଓ ନବଙ୍କର  ମୂଲଚାଲ ଉପରେ ବିଜେଡ଼ିକୁ ଆପତ୍ତି ଥିଲା, ତଥାପି ପରବର୍ତୀ ପର୍ଯ୍ୟାୟରେ ବିଜେଡି ରାଜି ହୋଇଥିଲା | ଆଉ  ଯୋଜନା ମୁତାବକ ସେ ଏତେ ଜଲ୍ଦି ବିଜେଡିରେ ଯୋଗ ଦେବେ ନାହିଁ | କଂଗ୍ରେସ ଭିତରେ ରହି କଂଗ୍ରେସକୁ ପଶ୍ଚିମ ଓଡ଼ିଶାରେ ମଜଭୁତ କରିବା ପାଇଁ କେବଳ ଲୋକ ଦେଖାଣିଆ ଉପର ଠାରିଆ ଉଦ୍ୟମ କଲେ | ହେଲେ ସେ ଦଳ ଛାଡ଼ୁଛନ୍ତି  ବୋଲି କଥା ଉଠିବାରୁ କାଳେ ତାଙ୍କ ଯୋଜନା ଫସର ଫାଟିଯିବ ସେ ତେଣୁ ସେ ଆଉ ପିସିସି ସଭାପତି ବକ୍ତବ୍ୟ ଦେଲେ ଯେ ସେ ଦଳ ଛାଡ଼ୁନାହାନ୍ତି ଆଉ ସେ କଂଗ୍ରେସ ଟିକଟରେ ହିଁ ଲଢ଼ିବେ | ହେଲେ ଠିକଣା ସମୟକୁ ଅପେକ୍ଷା ଥିବା ବେଳେ ସେଇ ଆଗକୁହା ଆଗ ଚଲା ଭଳି ବୟାନବାଜି  କରି ସେ ନିଜ ପ୍ଲାନକୁ ପଦାରେ ପକାଇଦେଲେ ଓ ନିଜେ ଧରା ପଡିଗଲେ |  ଆଉ ଯାହାକୁ ନେଇ ଏବେ ବିଜେଡି ନବଙ୍କୁ ନେଇ ଅଡୁଆରେ | ହାତରେ ଅଧିକ ସମୟ ଥିବା ଯୋଗୁ ନବଙ୍କ ପ୍ରସଙ୍ଗରେ ଆଗରୁ ଡ଼ିଫେନସିଭ ଥିବା କଂଗ୍ରେସ ଏବେ ଅଫେନସିଭ ହୋଇଯାଇଛି | ଦଳ ଭିତରେ ସମ୍ପୂର୍ଣ  ଅଲୋଡ଼ା ହୋଇଯାଇଛନ୍ତି ଦୁଇ ତିନି ଦିନ ଧରି ନବ | ମାନେ ଦଳରେ ତାଙ୍କୁ ଆଉ ବିଶ୍ୱାସକୁ ନେବା ସ୍ଥିତିରେ ଯେହି ନାହାନ୍ତି | ସେପଟେ ବିଜେଡିରେ ନବଙ୍କୁ ନେଇ ଠେଲାପେଲା | ହାତରେ ସମୟ ବହୁତ ଥିବା ଯୋଗୁ ଜିଲ୍ଲା ସଙ୍ଗଠନରେ ଅସନ୍ତୋଷକୁ ଥାମାଇବା ଦଳପାଇଁ ମୁଣ୍ଡବିନ୍ଧାର କାରଣ ହୋଇଯିବ | ଆଉ ଝାରସୁଗୁଡ଼ାରେ ବିକାଶ ବାହାନା କରି ନବ ନିଜ ପାଇଁ ରାଜନୈତିକ ଅନୁକମ୍ପା ନପାଇପାରନ୍ତି | ଠିକଣା ସମୟରେ ନବ ଇସ୍ତଫା ଦେଇଥିଲେ ବା ଦଳ ଛାଡିଥିଲେ ବିଜେଡି ଯେତିକି ଫାଇଦା ପାଇଥାନ୍ତା ତାହା ଏବେ ଯୋଜନା ପଦାରେ ପଡିଯିବା ପରେ ବିଜେଡ଼ିକୁ ମିଳି ନପାରେ | ତେଣୁ ଯାହା ହେଉ ପଛେ କାହାର ଲାଭ ଆଉ କାହାର କ୍ଷତି ହେବ ଭିନ୍ନ କଥା, ନବଙ୍କ ରାଜନୈତିକ ଦର କିନ୍ତୁ ହ୍ରାସ ପାଇଛି |  ଆଉ ଯଥେଷ୍ଟ ସମୟ ଅଛି ନବଙ୍କୁ ଓଡିଶା ରାଜନୀତିରେ ବେଈମାନ ବୋଲି ପ୍ରମାଣିତ କରି କଂଗ୍ରେସ ତାହାର ଆଶଙ୍କିତ ରାଜ୍ୟବ୍ୟାପୀ କ୍ଷତିକୁ ଭରଣା କରିପାରେ | ଏବେ ନବ ଶିବିରରେ ଆଭ୍ୟନ୍ତରୀଣ ନିରାଶା, ପରବର୍ତୀ ରଣନୀତି କଣ ହେବ ତାକୁ ନେଇ ପୁଣି ଅଙ୍କ କଷା ଚାଲିଛି | ହେଲେ ଅଙ୍କ କିନ୍ତୁ ଗୋଳମାଳ ଧାରିସାରିଛି ମାନେ ନବଙ୍କ ରାଜନୈତିକ ଭବିଷ୍ୟତ ତ୍ରିଶଙ୍କୁ ଅବସ୍ଥାରେ |  କଂଗ୍ରେସର କଣ କ୍ଷତି ହେବ ନହେବ, ବିଜେଡିର ବିଶେଷ ଲାଭ ହୋଇ ନପାରେ | 

0
0
0
s2sdefault