ହେଡଲାଇନସ୍:

ଭୋଟ କୁ ଦୃଷ୍ଟିରେ ରଖି ଜିଲ୍ଲା ଭାଜପାର ସଜବାଜ : ସାଂଗଠନିକ ସ୍ଥିତି ମଜଭୁତ କରିବା ଉପରେ ଜିଲ୍ଲା ସ୍ତରୀୟ ବନ୍ଧୁମିଳନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟି ଆଗରେ ରଖି ଜିଲ୍ଲା ଭାଜପା ପକ୍ଷରୁ ଦଳିୟ ସାଂଗଠନିକ ସ୍ଥିତିକୁ ମଜଭୁତ କରିବା ସହ ତୃଣମୁଳ ସ୍ତରରେ କେନ୍ଦ୍ରୀୟ ଯୋଜନାଗୁଡିକ ଉପରେ ଲୋକଙ୍କ ଠାରେ ପହଞ୍ଚାଇ ସେମାନଙ୍କ ଆସ୍ତାଭାଜନ ହୋଇ ଦଳିୟ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାରେ କିଭଳି ସହାୟକ ହେବ ସେ ଉପରେ ପାରଳାଖେମୁଣ୍ଡି ସ୍ଥିତ ସାଇଲାମ କଲ୍ୟାଣମଣ୍ଡପ ପରିସରରେ ଜିଲ୍ଲା ସ୍ତରୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଭାଜପାର ବରିଷ୍ଠ ନେତା ଗୌରାଙ୍ଗ ଗୌଡଙ୍କ ସଭାପତିତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀର ବରିଷ୍ଠ ନେତା ସିଦ୍ଧେଶ୍ୱର ମିଶ୍ର ଯୋଗଦେଇ ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ଦଳିୟ କର୍ମୀ ମିଳିମିଶି ଏବଂ ଏକତ୍ରିତ ହୋଇ ନିର୍ବାଚନକୁ ସାମନା କରି ତୃଣମୁଳ ସ୍ତରରେ ସାଂଗଠନିକ ସ୍ଥିତିକୁ ମଜଭୁତ କରି ଦଳିୟ ପ୍ରାର୍ଥୀଙ୍କୁ ଜିତାଇବା ଦିଗରେ ଯତ୍ନବାନ ହେବାକୁ ଆହ୍ୱାନ କରିଥିଲେ । ବରିଷ୍ଠ ନେତା ସୁନିଲ ମହାପାତ୍ର ଯୋଗଦେଇ ରାଜ୍ୟର ନବୀନ ସରକାର ରାଜ୍ୟବାସୀଙ୍କୁ ମିଛ କହି କିଭଳି ଶାସନ ଚଳାଇଛି ଏବଂ କେନ୍ଦ୍ରର ନରେନ୍ଦ୍ରମୋଦି ସରକାର ଅଙ୍ଗନଵାଡି କର୍ମୀ, ସହାୟିକା ମାନଙ୍କୁ ୧୫୦୦ଟଙ୍କା , ଦରମାରେ ବଢିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଅତୀତରେ । ହେଲେ ରାଜ୍ୟର ନବୀନ ସରକାର ତାହା ନଦେଇ ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବା ଯୋଗୁଁ ହଠାତ୍‍ ସେହି ଟଙ୍କାକୁ  ନବୀନ ସରକାର ବଢେଇ ଦେଇ ମୋ ସରକାର ଦରମା ଟଙ୍କା ବଢାଇଛି ବାହାବା ନେଉଛନ୍ତି କହି ସମାଲୋଚନା କରିଥିଲେ । ଭାଜପା କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପାଳ ଯୋଗଦେଇ ତିତଲି ମହାବାତ୍ୟାରେ ଚାଷମାନଙ୍କ କ୍ଷୟକ୍ଷତି ହୋଇଛି ଏ ଯାବତ କ୍ଷତିପୂର୍ଣ୍ଣ କି କୌଣସି ସହାୟତା ନମିଳିଥିବା ବେଳେ ଚାଷୀମାନଙ୍କ ପାଇଁ  ଜଗନ୍ନାଥଙ୍କ ନାମରେ କାଳିଆ ଯୋଜନା କରି ଭୂଆଁ ବୁଲାଉଛନ୍ତି । ଧାନମଣ୍ଡି ଠିକରେ ଖୋଲୁନଥିବା ବେଳେ ଅଭାବୀଧାନ ବିକ୍ରି ଦେଖାଦେଲାଣି ।ଚାଷୀଙ୍କୁ ଯଦି କିଛି ଦେବାର ଅଛି ତାହା ହେଲେ ଚାଷୀଙ୍କ କୃଷିରୁଣ ସମ୍ପୁର୍ଣ୍ଣ ଛାଡ କରାଯାଉ । ଏହା ଭାଜପାର ଦାବୀ କହିଥିଲେ । ଭାଜପା ମହିଳା ନେତ୍ରୀ ଅରୁଣିମା ସାହୁ ଯୋଗ ଦେଇ ଗତ ୧୮ ବର୍ଷ ହେଲା ରାଜ୍ୟର ବିକାଶ ବନ୍ଦ ହୋଇଯାଇଛି । କେନ୍ଦ୍ରର ନରେନ୍ଦ୍ରମୋଦିଙ୍କ କିଭଳି ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକର  ସୁଫଳ ଲୋକଙ୍କ ଠାରେ ପହଞ୍ଚିପାରୁନାହିଁ କେବଳ ରାଜ୍ୟ ସରକାରଙ୍କ ଚେଲା ଚାମୁଣ୍ଡା ଯୋଗୁଁ କେନ୍ଦ୍ରର ବିଭିନ୍ନ ଯୋଜନା ଟଙ୍କାରେ ରାଜ୍ୟ ସରକାର ନିଜ ନାମରେ ବିଭିନ୍ନ ଯୋଜନା ସବୁ ପ୍ରଣୟନ କରି ବାହାବା ନେଉଛନ୍ତି କହି ସମାଲୋଚନା କରିଥିଲେ । କେନ୍ଦ୍ରର ନରେନ୍ଦ୍ରମୋଦୀ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନାଗୁଡିକ ଉପରେ କହି ସେହି ଯୋଜନା ଗୁଡିକ ଉପରେ ତୃଣମୁଳ ସ୍ତରରେ ଥିବା  ଲୋକ ଠାରେ କିଭଳି ଭାବରେ ପହଞ୍ଚିବ କର୍ମୀ ମାନେ ସଂଗଠନିକ ସ୍ଥିତିକୁ ମଜବୁତ ପାଇଁ ଲୋକଙ୍କୁ ଆସ୍ତାଭାଜନ କିଭଳି ହେବେ ଏବଂ ନିର୍ବାଚନ ବେଳେ ଦଳିୟ ପ୍ରାର୍ଥୀଙ୍କୁ କିଭଳି ଜିତାଇବାରେ ସହାୟକ ହେବେ ସେ ସମ୍ପର୍କରେ ବିଶେଷ ଆଲଚୋନା କରାଯାଇଥିଲା ।

 

0
0
0
s2sdefault