ହେଡଲାଇନସ୍:

ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଓଡ଼ିଶା ଆଗମନ ପଦମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛି : ନିରଞ୍ଜନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଧାନମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ୫ଟି ପ୍ରଶ୍ନ 

ଭୁବନେଶ୍ୱର .-ନମ୍ବର ଏକ ...  ୨୦୧୪ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ସ୍ୱାମୀନାଥନ କମିଟି ସୁପାରିଶକୁ କାହିଁକି ଲାଗୁ କଲେ ନାହିଁ? 

ନମ୍ବର ଦୁଇ  .ବାର୍ଷିକ ୨ କୋଟି ନିଯୁକ୍ତି ସୃଷ୍ଟି କରିବାର ପ୍ରତିଶୃତି ଗଲା କୁଆଡେ଼? ଗୋଟିଏ ବି ପ୍ରକଳ୍ପ ପଶ୍ଚିମ ଓଡ଼ିଶାରେ କରିଛ କି? ନିଯୁକ୍ତି ସୃଷ୍ଟି କରିବାରେ କେତେ ଅର୍ଥ ବିନିଯୋଗ କରିଛ, ଉଲ୍ଲେଖ କରିବେକି? କେନ୍ଦ୍ରରେ କଂଗ୍ରେସ କ୍ଷମତାରେ ଥିବା ବେଳେ ନାଲକୋ, ହାଲ, ସଇଁତଳାରେ ଗୋଳାବାରୁଦ କାରଖାନା କରିଥିଲା ବେଳେ ଆପଣ ଗୋଟିଏ ବି କଳକାରଖାନା କାହିଁକି କରିପାରିଲେ ନାହିଁ - ଜବାବ ଦିଅନ୍ତୁ ।

ନମ୍ବର ତିନି ...ହାଲକୁ ରାଫେଲ ପ୍ରକଳ୍ପ ନ ଦେଇ ଅନିଲ ଅମ୍ବାନିଙ୍କୁ ଦେବା ଦ୍ୱାରା ଓଡ଼ିଶାର ହଜାର ହଜାର ଯୁବକମାନଙ୍କୁ ଆପଣ କାହିଁକି କର୍ମ ନିଯୁକ୍ତିରୁ ବଂଚିତ କଲେ -ଜବାବ ଦିଅନ୍ତୁ ।

ନମ୍ବର ଚାରି  . ଭାରତ ରତ୍ନ ସ୍ୱର୍ଗତ ରାଜୀବ  ଗାନ୍ଧୀ କେବିକେ ପ୍ରକଳ୍ପ ଆରମ୍ଭ କରିଥିଲେ । ପରେ ପରେ ପଛୁଆ ଅଂଚଳ ଉନ୍ନୟନ ପ୍ରକଳ୍ପ କଂଗ୍ରେସ ଦଳ ତରଫରୁ ଆରମ୍ଭ କରାଯାଇଥିଲା । ଆପଣ ୪ବର୍ଷ ୯ ମାସ ମଧ୍ୟରେ ପ୍ରକଳ୍ପ ଗୁଡ଼ିକୁ କାହିଁକି ବନ୍ଦ କରିଦେଲେ ? କ୍ଷମତାକୁ ଆସିବାପରେ ପଶ୍ଚିମ ଓଡ଼ିଶା ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା କ’ଣ ଦେଇଛନ୍ତି? କାହିଁକି ସ୍ୱତନ୍ତ୍ର ଆର୍ଥିିକ ସହାୟତ ଓଡ଼ିଶାକୁ ଦିଆଗଲା ନାହିଁ - ଜବାବ ଦିଅନ୍ତୁ ।

ନମ୍ବର ପାଞ୍ଚ  ... ଚିଟ୍ଫଣ୍ଡରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଉପରେ କାହିଁକି ସିବିଆଇ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରୁନାହିଁ? କାହିଁକି ଆପଣ ନବୀନ ପଟ୍ଟନାୟକଙ୍କୁ ସୂରକ୍ଷା ଦେଉଛନ୍ତି? କଂଗ୍ରେସ ଦଳ ଆପଣଙ୍କଠୁଁ ଜବାବ ଚାହେଁ ।

 ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି  ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ  ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ତାଙ୍କୁ  ଉପରୋକ୍ତ ୫ଟି ପ୍ରଶ୍ନ  ପଚାରିଛନ୍ତି  । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦି ମହାଶୟ ବୁଝିବା ଦରକାର ସେ କେବଳ ବିଜେପି ଦଳର ଶୀର୍ଷନେତା ନୁହଁନ୍ତି ବରଂ ସେ ଭାରତର ପ୍ରଧାନ ମନ୍ତ୍ରୀ ଅଟନ୍ତି ।ତେଣୁ ତାଙ୍କର ବାରମ୍ବାର ଗସ୍ତ ଶୋଭାପାଉନି | 

ସେ ଆହୁରି କହିଛନ୍ତି ଯେ  ନବୀନ ବାବୁଙ୍କ ପ୍ରତି ନରମ ମନୋଭାବ ପ୍ରକଟ କରିବା ଆପଣଙ୍କୁ ଶୋଭା ଦେଉନାହିଁ । କଂଗ୍ରେସ ମୁକ୍ତ ଭାରତର ସ୍ୱପ୍ନ ଆପଣଙ୍କର କଦାପି ପୂରଣ ହେବ ନାହିଁ, ପରନ୍ତୁ ଆପଣଙ୍କ ଅହଂକାର ସ୍ୱରୂପ ନିକଟ ଅତିତରେ ତିନୋଟି ପ୍ରଦେଶରେ କଂଗ୍ରେସକୁ ଲୋକେ ବିପୁଳ ସମର୍ଥନ ଦେଲେ ଓ ଆପଣଙ୍କ ଦଳର ସ୍ଥିତି କ’ଣ ଆପଣ ସହଜରେ ଅନୁମାନ କରିପାରିଥିବେ । ଓଡ଼ିଶାର ପ୍ରଗତିରେ ଅନ୍ତରାୟ ସୃଷ୍ଟିକରିଥିବା ବିଜେଡ଼ି ଦଳ ସହ ଆପଣ ଯେତେ ସଂପର୍କ ଯୋଡ଼ିଲେବି ଆପଣଙ୍କ ଓଡ଼ିଶା ଆଗମନ ହୁଏତ ଆପଣଙ୍କ ଦଳୀୟ କର୍ମୀଙ୍କୁ ଆନନ୍ଦ ଦେଇପାରେ କିନ୍ତୁ କୋଟି କୋଟି ଓଡ଼ିଆଙ୍କ ସ୍ୱାଭିମାନକୁ କୁଠାରାଘାତ ପାଇଁ ଆପଣ ସଂପୂର୍ଣ୍ଣ ଦାୟୀ । ଉଭୟ ଗାଲୁଆ ଓ ମିଛୁଆ ସରକାରଙ୍କ ଜୁମ୍ଲାବାଜିକୁ ଲୋକେ ଠିକ୍ ବୁଝିସାରିଲେଣି । କୋଟି କୋଟି ଟଙ୍କାରେ ନିର୍ବାଚନୀ ସଭା କରାଯାଇପାରେ ମାତ୍ର ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ଜନସାଧାରଣଙ୍କ ମତ ଉଭୟ ବିଜେଡ଼ି ଓ ବିଜେପି ସପକ୍ଷରେ ଅସମ୍ଭବ, ଉଭୟ ସରକାରଙ୍କର ବିକଳ୍ପ କଂଗ୍ରେସ ହିଁ ଏକମାତ୍ର ସଂକଳ୍ପ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ସତ୍ୟ ପ୍ରକାଶ ନାୟକ ଉପସ୍ଥିତ ଥିଲେ ।

 

 

 

0
0
0
s2sdefault