ହେଡଲାଇନସ୍:

ରାଗରେ ଉଠି ଆସିଲେ ନରସିଂହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/ନିରୋଜ ମିଶ୍ର :  "ନବୀନ ସରକାର ଶାସରକାରୀ କାର୍ଯ୍ୟକ୍ରମରେ ଚାଲିଛି ବିଜୁ ଜନତା ଦଳର ବେଧଡକ ପ୍ରଚାର ପ୍ରସାର । ସମ୍ମିଳନୀ କକ୍ଷରେ ଦିଆ ଯାଉଛି ବିଜେଡି ସପକ୍ଷରେ ନାରା ।" ଏଭଳି ଅଭିଯୋଗ କରିବା ସହ ତାକୁ ବିରୋଧ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ପରିସ୍ଥିତି ଅସହ୍ୟ ହେବାରୁ ସେ ବୈଠକ ଅଧାରୁ ଉଠି ଚାଲି ଯାଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ । 

ସୂଚନାନୁସାରେ, ଆଜି ବଲାଙ୍ଗିରରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳର ବିଧାୟକଙ୍କ ସହ ସରକାରୀ ଅଧିକାରୀ ଯୋଗ ଦେଇଥିଲେ । ତେବେ ବୈଠକ ଆରମ୍ଭର କିଛି ସମୟ ପରେ ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ବିଜେଡି ସପକ୍ଷରେ ନାରାବାଜି କରିଥିଲେ । ଯାହାକୁ ବିରୋଧ କରିଥିଲେ ନରସିଂହ । ଏହାପରେ ମଧ୍ୟ ନାରାବାଜି ବନ୍ଦ ନ ହେବାରୁ ସେ କାର୍ଯ୍ୟକ୍ରମରୁ ଉଠି ଚାଲି ଆସିଥିଲେ । 

ଏହି ଘଟଣା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାକୁ ଦୃଢ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ସରକାରୀ ସଭାରେ ବିଜେଡିର ପ୍ରଚାର ପ୍ରସାର ଚାଲିଛି । ବିଜୁ ଜନତା ଦଳର କର୍ମୀଙ୍କ ଦାଦାଗିରି ଚାଲିଛି । ସରକାରୀ ମାଇକରେ ଦଳୀୟ ପ୍ରଚାର କରାଯାଉଛି ।ସନକୁ ଆସିଲା ପରଠୁ ଲୋକଙ୍କ ଦୁଃଖ ଖୋଜି ବିଭିନ୍ନ ଯୋଜନା କରିଛନ୍ତି

 

0
0
0
s2sdefault