ହେଡଲାଇନସ୍:

ମାଟି ମା ମୟୁରଭଞ୍ଜ ର ସ୍ୱାର୍ଥ ରକ୍ଷା ପାଇଁ ସଂଗ୍ରାମ ଡାକରା ଦେଲା ଜେଏମଏମ ଯୁବ ଶାଖା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବାରିପଦା/ଦିଲ୍ଲୀପ ମହାନ୍ତି : ଆଜି ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ପଠୁରି ଠାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ,ଯୁବ ଶାଖା ଏକ ବିଶାଳ ଯୁବ ସମାବେଶ ଆୟୋଜନ କରି ଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମୟୁରଭଞ୍ଜ ପ୍ରତି ବୈମାତୃକ ମନୋଭାବ ବିରୋଧ ରେ ଏହି ବିଶାଳ ସମାବେଶ ଯୁବ ସଭାପତି ପିଣ୍ଟୁ ମାଇତିଙ୍କ ଆହ୍ୱାନରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଯୁବ ଉପସଭାପତି ରାକେଶ ବେହେରାଙ୍କ ସଭାପତିତ୍ୱ ରେ ଏବଂ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ର ସମସ୍ତ ଯୁବ ନେତୃତ୍ୱ ଙ୍କ ପ୍ରତ୍ୟକ୍ଷ ସହଯୋଗ ରେ ସୁଚାରୁ ରୁପେ ଅନୁଷ୍ଠିତ ହୋଇ ଯାଇଛି। ଏହି ସମାବେଶରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ ହେଁବ୍ରମ୍,  ନାରୀ ନେତ୍ରୀ ଅଞ୍ଜନୀ ସୋରେନ୍, ଜିଲ୍ଲା ସଭାପତି ଫାଗୁ ହାଁସଦା, ଜିଲ୍ଲା ଯୁବ ସଭାପତି ପିଣ୍ଟୁ ମାଇତି ,ପୂର୍ବତନ ସାଂସଦ ଲଖ୍ମଣ ଟୁଡୁ, ଜିଲ୍ଲା ସମ୍ପାଦକ ଗୋବିନ୍ଦ ସୋରେନ ପ୍ରମୁଖ ମଂଚାସିନ ହୋଇ ଯୁବକ ମାନଙ୍କୁ ଉଦବୋଧନ ଦେବା ସମେତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୟୁରଭଞ୍ଜ ପ୍ରତି ଅଣଦେଖା ଓ ଅବହେଳା ପ୍ରତିବାଦ ରେ କ୍ରାନ୍ତିକାରି ଅଭି ଭାଷଣ ପ୍ରଦାନ କରି ମାଟି ମା ମୟୁରଭଞ୍ଜ ର ସ୍ୱାର୍ଥ ରକ୍ଷା ପାଈଁ ସଂଗ୍ରାମ ର ବାର୍ତା ପ୍ରଦାନ କରି ଥିଲେ

ଆଜିର ଏହି କାର୍ଯ୍ୟକ୍ରମ ରେ ଯୁବ ସମ୍ପାଦକ ମାନସ ବେହେରା, ଯୁବ ମୁଖପାତ୍ର ଜ୍ୟୋତି ରଂଜନ ପୃଷ୍ଟି, ସହର ଉପସଭାପତି ଏସ. କେ .ରାଜା ଖାନ ,ଯୁବ ନେତା ପ୍ରଶାନ୍ତ ମହାକୁଡ଼,ଛାତ୍ର ସହର ସଭାପତି ରବୀନ୍ଦ୍ର ସାହୁ, ଜିଲ୍ଲା ଛାତ୍ର ସମ୍ପାଦକ ସୁଜିତ ମହାନ୍ତ,ଯୁବ ନେତା ଜଗବନ୍ଧୁ ସିଂ ପ୍ରମୁଖ ଉପସ୍ଥିତ ହୋଇ ସଭା କାର୍ଯ୍ୟ କୁ ଆଗେଇ ନେଇ ଥିଲେ ଏବଂ ପରିଶେଷ ରେ ଜିଲ୍ଲା ସଧାରଣ ସମ୍ପାଦକ ପ୍ରଭୁଦାନ ମାରାଣ୍ଡି ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ସମାପ୍ତ କରି ଥିଲେ |

0
0
0
s2sdefault