ହେଡଲାଇନସ୍:

ଲୋକସମ୍ପର୍କ ଅଭିଯାନକୁ ବ୍ୟାପକ କଲେ ସ୍ୱାଧିନ ବିଧାୟକ ପ୍ରାର୍ଥୀ ରାଜୁ ଘିବେଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ- ୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ପଦ୍ମପୁର ଅଂଚଳରେ ବିଭିନ୍ନ ରାଜନୈତିକ ଦଳ ମାନେ ନିଜର ସମର୍ଥକ ମାନଙ୍କୁ ନେଇ ନିର୍ବାଚନ ପାଇଁ ପ୍ରସ୍ତୁତ ବୈଠକ ଓ ପ୍ରଚାର ପ୍ରସାର କରିବାରେ ଲାଗିପଡିଛନ୍ତି ।  ଏଥିରୁ ବାଡ଼ ପଡ଼ିନାହାନ୍ତି ପଦ୍ମପୁର ଅଂଚଳର ଜଣାଶୁଣା ଯୁବ ନେତା ସମାଜସେବୀ ରାଜୁ ଘିବେଲା |  ପଦ୍ମପୁର ନିର୍ବାଚନ ମଣ୍ଡଳୀର ସ୍ୱାଧିନ ପ୍ରାର୍ଥି ଭାବେ ରାଜୁ ଘିବେଲା ଖୋଲା ଖୋଲି ନିର୍ବାଚନ ମଇଦାନକୁ ଓହ୍ଲାଇ ଜନସମର୍ଥନ ଜୁଟାଇବା ଆରମ୍ଭ କରି ଦେଇଛନ୍ତି | ଲଗାତାର ଭାବେ ଏହି ନିର୍ବାଚନ ମଣ୍ଡଳୀର ଜଣେ ପରିଚିତ ଚେହେରା ରାଜୁ ଘିବେଲା ଯେଉଁ ଗାଁକୁ ଯାଉଛନ୍ତି ସେଠାରେ ତାଙ୍କୁ ମିଳୁଛି ଲୋକଙ୍କ ସ୍ନେହ ଆଉ ସଦିଛା | ନିଜ ସମର୍ଥକଙ୍କୁ ନେଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ବୈଠକ ଓ ପ୍ରଚାର ପ୍ରସାର କରୁଛନ୍ତି ରାଜୁ  । ଆଉ ଏହି କ୍ରମରେ  ଆଜି ପ୍ରଚାର ପ୍ରସାର ପାଇଁ ଫଲସାପାଲି ପଂଚାୟତ ଅନ୍ତର୍ଗତ ଘନାମାଲକୁ ପହଂଚି ଥିଲେ | ଏଠାରେ ଲୋକେ ତାଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ଓ ସେ ଲୋକଙ୍କ ସହିତ ଗ୍ରାମ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଥିଲେ । ଏହା ପରେ ଘନାମାଲ ବଜାର ଛକ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ଘିବେଲାଙ୍କ ପ୍ରତି ଲୋକଙ୍କ ସମର୍ଥନ ଦେଖାଯାଇଥିଲା ଏବଂ ଲୋକେ ସମସ୍ତ ଦଳଙ୍କୁ ସେମାନେ ପରଖି ଦେଖିଲେଣି |  ହେଲେ କୌଣସି ଦଳ ତାଙ୍କର ସମସ୍ୟା ଶୁଣୁନାହାନ୍ତି |  ତେଣୁ ଏଥର ଏକ ସ୍ୱାଧିନ ପ୍ରାର୍ଥୀ ଭୋଟଦେବାକୁ ଜଣାଇଥିଲେ । ଦୀର୍ଘଦିନ ଧରି ନିର୍ବାଚନମଣ୍ଡଳୀ ସହ ଜଡିତ ଥିବା ଯୋଗୁ ଘିବେଲା ମଧ୍ୟ ଲୋକଙ୍କ ସମସ୍ୟା ପ୍ରତି ସେ ଅବଗତ ଅଛନ୍ତି ବୋଲି ଜଣାଇଥିଲେ  | "ମୁଁ ଆପଣମାନଙ୍କ ସୁଖ ଦୁଃଖରେ ଥିଲି, ଅଛି ଆଉ ଥିବି | ଆପଣମାନଙ୍କ ସେବା କରିବା ସଂକଲ୍ପ ନେଇ ତଥା ପଦ୍ମପୁରଅଂଚଳର ବିକାଶ ସର୍ବୋପରି ପଦ୍ମପୁର ବାସୀଙ୍କୁ ତାଙ୍କର ହକ ଦେବା ପାଇଁ ନିଷ୍ପତ୍ତି ନେଇ ପାଦ କାଢ଼ିଛି | ଆପଣମାନଙ୍କ ଆଶୀର୍ବାଦ ଓ ସହଯୋଗ ଆଶା କରୁଛି " ବୋଲି କହିବା ସହ  ବିଜୟୀହେଲେ ଲୋକଙ୍କ ସମସ୍ୟାର ସମାଧାନ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ରାଜୁ   ।

 

0
0
0
s2sdefault