ହେଡଲାଇନସ୍:

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୁଖ୍ୟମନ୍ତ୍ରୀ :ମହାମେଂଟରେ ସାମିଲ ହେବନି ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - କଂଗ୍ରେସ ଓ ବିଜେପି ବିରୁଦ୍ଧରେ ତୃତୀୟ ବିକଳ୍ପ ପାଇଁ ବିଜେଡି କୌଣସି ମହାଗଠବନ୍ଧନରେ ସାମିଲ ହେବ ନାହିଁ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜୁ ଜନତା ଦଳ ଉଭୟ  କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷା କରିଆସୁଛି । ଆଗାମୀ ଦିନରେ ବିଜେଡି କୌଣସି ମହାମେଂଟରେ ମଧ୍ୟ ସାମିଲ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ପରେ  ମହାମେଂଟରେ ବିଜେଡି ସାମିଲ ହେବା ନେଇ ଦୀର୍ଘ ଦିନର ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ସେହିପରି ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ ଚର୍ଚ୍ଚା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ବର୍ତମାନ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚିନ୍ତା କରାଯାଇ ନାହିଁ ।

ସୂଚନାଯୋଗ୍ୟ ଯେ ସମଗ୍ର ଦେଶରେ ବିଜେପି ବିରୋଧରେ ମହାମେଂଟ କରିବା ପାଇଁ କଂଗ୍ରେସ ପକ୍ଷରୁ କସରତ ଆରମ୍ଭ ହୋଇଛି । ଏଥିରେ ଆରଜେଡ଼ି, ନ୍ୟାସନାଲ କନଫରେନସ, ଏନସିପି, ଟିଡ଼ିପି ଓ ବାମପନ୍ଥୀ ଦଳଗୁଡ଼ିକ ସାମିଲ ଅଛନ୍ତି । ବିଜେଡି ମଧ୍ୟ ଏଥିରେ ସାମିଲ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା । 

0
0
0
s2sdefault