ହେଡଲାଇନସ୍:

ଲୁଚିଛି ନା ଗୋଡ ଦୁଇଟା ଦିଶୁଛି :ଚାପରୁ ମୁକୁଳିବା ସହ ମୁହଁ ଲୁଚାଇବା ପାଇଁ ଦିଲ୍ଲୀରେ ସୁଆଙ୍ଗ -ଧର୍ମେନ୍ଦ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 • କାହିଁକି ମଣ୍ଡି ଖୋଲିଲାନାହିଁ, କାହିଁକି କେନ୍ଦ୍ର ସରକାର ଦେଉଥିବା ୧୭୫୦ ଟଙ୍କା ଚାଷୀ ପାଉନାହାନ୍ତି ଏ ପ୍ରଶ୍ନର ଉତର ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡିବ • ଚଳିତବର୍ଷ ଇଲେକସନର ବର୍ଷ ହୋଇଥିବା ହେତୁ, ବିଜେଡି ଦଳ ନିଜର ପାଣ୍ଠି ସଂଗ୍ରହ ପାଇଁ ମିଲ୍ ମାଲିକଙ୍କ ସହ ମଧୁଚନ୍ଦ୍ରିକା ରହିଛି • ମୁଖ୍ୟମନ୍ତ୍ରୀ ନିଜର ଦାୟିତ୍ୱ ନନେଇ ନିଜ ମୁଣ୍ଡରୁ ଦୋଷ ଛଡାଇବା ପାଇଁ ଚେଷ୍ଟା କରୁଛନ୍ତି  • ଚାଷୀ ମଧ୍ୟସ୍ଥି ମାନଙ୍କୁ ୧୦୦୦ରୁ ସର୍ବାଧିକ ୧୨୦୦ ଟଙ୍କାରେ ଧାନ କୁଇଟାଂଲ ବିକିବାକୁ ବାଧ୍ୟ ହେଉଛି • କିଛି ବର୍ଷ ତଳେ ସୋହେଲାରେ ଘୋଷଣା ହୋଇଥିବାର ୧୦୦ ଟଙ୍କା ବୋନସକୁ ମୁଖ୍ୟମନ୍ତ୍ରୀ ଭୁଲିଗଲେ • ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ମିଛ କହିବାର ବାଟ ଧରିଛନ୍ତି • ମୁହଁରେ ବ୍ରଣ ହେଲେ ଛାଇ ପଡିବା ପରି ବିତଣ୍ଡା ମିଛ କହୁଛନ୍ତି 

ଭୁବନେଶ୍ୱର,: ଚାଷ ଓ ଚାଷୀର ବିଷୟକୁ ନେଇ ଆଜି ରାଜ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲାଣୀ । ଏହା ଆଉ ରାଜନୈତିକ ବାଦ୍ ବିବାଦର ପ୍ରସଙ୍ଗ ହୋଇ ରହିନାହିଁ । ଜନବିଦ୍ରୋହ ଏବେ ଗାଁ ଗଣ୍ଡାରେ ଆରମ୍ଭ ହୋଇଗଲାଣୀ । ଚାପରୁ ମୁକୁଳିବା ପାଇଁ ମୁହଁ ଲୁଚାଇବା ପାଇଁ ଦିଲ୍ଲୀରେ ସୁଆଙ୍ଗ ରଚିବାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦିଲ୍ଲୀଠାରେ ବିଜେଡିର କୃଷକ ସମାବେଶ ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଚାଷ ହେଲା ରାଜ୍ୟର ବିଷୟ । ମୁଖ୍ୟମନ୍ତ୍ରୀ ମହାଶୟ ଦାୟିତ୍ୱରୁ ମୁକୁଳିପାରିବେ ନାହିଁ । କାହିଁକି ମଣ୍ଡି ଖୋଲିଲାନାହିଁ, କାହିଁକି କେନ୍ଦ୍ର ସରକାର ଦେଉଥିବା ୧୭୫୦ ଟଙ୍କା ଚାଷୀ ପାଉନାହାନ୍ତି ଏ ପ୍ରଶ୍ନର ଉତର ତାଙ୍କୁ ଦେବାକୁ ପଡିବ । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି କୃଷି ହେଲା ରାଜ୍ୟର ବିଷୟ । ଓଡିଶାରେ ଧାନମଣ୍ଡି ଏବର୍ଷ ଖୋଲାଯାଇନି । ଗତବର୍ଷ ଧାନକୁଇଟାଂଲ ମୂଲ୍ୟ ୧୫୫୦ ଟଙ୍କା ଥିବା ବେଳେ କେନ୍ଦ୍ର ସରକାର ଏହାର ମୂଲ୍ୟବୃଦ୍ଧି କରି ୧୭୫୦ ଟଙ୍କା କରିଛନ୍ତି । ତେବେ ଚାଷୀ ଏହି ମୂଲ୍ୟ ପାଉନାହିଁ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଚଳିତବର୍ଷ ଇଲେକସନର ବର୍ଷ ହୋଇଥିବା ହେତୁ, ବିଜେଡି ଦଳ ନିଜର ପାଣ୍ଠି ସଂଗ୍ରହ ପାଇଁ ମିଲ୍ ମାଲିକଙ୍କ ସହ ଶାସକ ଦଳର ମଧୁଚନ୍ଦ୍ରିକା ରହିଛି । ସେଥିପାଇଁ ଚାଷୀ ମଧ୍ୟସ୍ଥି ମାନଙ୍କୁ ୧୦୦୦ରୁ ସର୍ବାଧିକ ୧୨୦୦ ଟଙ୍କାରେ ଧାନ କୁଇଟାଂଲ ବିକିବାକୁ ବାଧ୍ୟ ହେଉଛି । ମୁଖ୍ୟମନ୍ତ୍ରୀ ନିଜର ଦାୟିତ୍ୱ ନନେଇ ନିଜ ମୁଣ୍ଡରୁ ଦୋଷ ଛଡାଇବା ପାଇଁ ଚେଷ୍ଟା କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କିଛି ବର୍ଷ ତଳେ ସୋହେଲା ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଏମଏସପି ଉପରେ ୧୦୦ ଟଙ୍କାର ବୋନସ ଦେବାକୁ । ଆଶ୍ଚର୍ଯ୍ୟଜନକ ଭାବେ ସେ କଥାକୁ ସେମାନେ ଭୁଲିଯାଇଛନ୍ତି । ଲୁଚିଛି ନା ଗୋଡ ଦୁଇଟା ଦିଶୁଛି । ଏ ଠକାମି ଲୋକେ ଏଥର ଧରିବେ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ମିଛ କହିବାର ବାଟ ଧରିଛନ୍ତି । ଯାହା ମୁହଁରେ ବ୍ରଣ ହେଲେ ଛାଇ ପଡିବା ପରି ବିତଣ୍ଡା ମିଛ କହୁଛନ୍ତି ତାଙ୍କୁ କି ଉତର ଦିଆଯାଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି । 

0
0
0
s2sdefault