ହେଡଲାଇନସ୍:

ପିପିଲିର ଗଣଦୁଷ୍କର୍ମ ପୀଡିତା ବେବିନାଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପିପିଲି ପୀଡିତାର ବାପା ବାବୁଲି ବେହେରାକୁ କେହି ବଂଚାଇ ପାରିବେ ନାହିଁ ବୋଲି ଦୟାନଦୀ ବନ୍ଧ ଉପରେ ବିଜେଡି ଗୁଣ୍ଡାଙ୍କ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧମକ

ଭୁବନେଶ୍ୱର -ଗଣବଳକ୍ରାର ପରେ ମୃତ୍ୟୁବରଣ କରିଥିବା ପିପିଲିର ଦଳିତ ଝିଅ ବେବିନାର ବାପା, ମା ଓ ଭାଇଙ୍କୁ ସାକ୍ଷାତ ପରେ ଘଟଣାର ସିବିଆଇ ତଦନ୍ତ ଓ ପରିବାରକୁ ସୁରକ୍ଷା ପାଇଁ ଗଣମାଧ୍ୟମ ଆଗରେ ଭାବାବେଗପୂର୍ଣ ଅପିଲ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ପିପିଲିର ଅର୍ଜୁନଗଦା ଗାଁକୁ ଯାଇ ପୀଡିତା ପରିବାରଙ୍କୁ ଭେଟି ଫେରିବା ପରେ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦୟାନଦୀ ବନ୍ଧ ଉପରେ ଶାସକ ବିଜେଡି ଦଳର ଗୁଣ୍ଡାମାନେ ବାବୁଲି ବେହେରା ପରିବାରକୁ କେହି ବଂଚାଇ ପାରିବେ ନାହିଁ ବୋଲି କହି ସାର୍ବଜନୀନ ଭାବେ ପୋଲିସର ଉପସ୍ଥିତରେ ଧମକ ଦେଇଛନ୍ତି । 

ଗତକାଲି ପ୍ରଧାନମନ୍ତ୍ରୀ ବାରିପଦାର ସାଧାରଣ ସଭାରେ ବେବିନା ପ୍ରସଙ୍ଗ ଉଠାଇବା ପରେ ସେ ପ୍ରଧାନମନ୍ତ୍ରୀଙ୍କ ବାର୍ତା ନେଇ ଏହି ପୀଡିତା ପରିବାରକୁ ସାକ୍ଷାତ କରିବାକୁ ଯାଇଥିଲେ । ମାର କୋହ, ବାପା ଓ ଭାଇଙ୍କ ଦୁଃଖ ଭରା କଥାକୁ ଶୁଣି ସେ ମର୍ମାହତ ବୋଲି କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ସମ୍ପୂର୍ଣ ପରିବାର ଓଡିଶାର ପୋଲିସ ବ୍ୟବସ୍ଥା ଉପରେ ଭରଷା ହରାଇଛି । ସିବିଆଇ ତଦନ୍ତ ଦାବି ବେବିନାର ମା କରୁଛନ୍ତି । ବେବିନାର ଭାଇ ସେଦିନର ଦୁର୍ଘଟଣା ପରେ ରକ୍ତ ଜୁଡୁବୁଡୁ ପୋଷାକକୁ କ୍ରାଇମବ୍ରାଂଚକୁ ତଦନ୍ତ ପାଇଁ ଦେଇଥିଲେ ମଧ୍ୟ ତଦନ୍ତ ପାଇଁ ସେ ନେଇନଥିବାର ଅଭିଯୋଗ କରିଛନ୍ତି । ଏହି ପୋଷାକକୁ ତଦନ୍ତ କମିଶନଙ୍କ ପାଖରେ ଦେଇଥିବା ବେବିନାର ଭାଇ ପ୍ରକାଶ କରିଛନ୍ତି । ସରକାରୀ ଓକିଲ କ୍ରାଇମବ୍ରାଂଚର କଥାକୁ ନ ମାନିଲେ ତାଙ୍କ ପାଇଁ ସମସ୍ୟା ହେବ ବୋଲି କହିଥିବା କଥା ତାଙ୍କ ଆଗରେ ପ୍ରକାଶ କରିଥିବାର ସେ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଓଡିଶାର କ୍ରାଇମବ୍ରାଂଚ ଶାସକ ଦଳର ନେତାଙ୍କୁ ଘଂଟ ଘୋଡାଇବାର ନୂଆ ବ୍ୟବସ୍ଥା । ତଦନ୍ତକାରୀ ସଂସ୍ଥା ଓଡିଶା ପୋଲିସ ରକ୍ଷକ ବଦଳରେ ଭକ୍ଷକ ସାଜିଛି । ଓଡିଶା ପୋଲିସ ସମ୍ବେଦନଶୀଳ ହେଉନାହିଁ । ଏହି ଘଟଣାରେ ସେ ଡିଜି, ଆଇଜି, ଏସପିଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଯାଏଁ ଯୋଗାଯୋଗ ହୋଇପାରୁନଥିବା କଥା କହିବା ସହ ପ୍ରସଙ୍ଗକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ସେ ଆକୁଳ ନିବେଦନ କରୁଛନ୍ତି ବୋଲି କହି ରାଜ୍ୟରେ ଏହି ଦଳିତ ଗରିବ ପରିବାରକୁ ସୁରକ୍ଷା ଯୋଗାଇ ଦେବାସହ ନିଜ ଆଡୁ ଘଟଣାର ତଦନ୍ତଭାର ସିବିଆଇ ଦେଇଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଚଂଚକତା କରିବାରେ ପ୍ରବୀଣ ନେତୃତ୍ୱ ବୋଲି ସେ କହିଛନ୍ତି ।

ପ୍ରଦୀପ ମହାରଥୀଙ୍କ ଇସ୍ତଫା ସମ୍ପର୍କରେ ମନ୍ତବ୍ୟ ରଖି  ଶ୍ରୀ ପ୍ରଧାନ କହିଛନ୍ତି ଯେ, ଯେଉଁମାନେ ବିଗତ ଦିନରେ ମନ୍ତ୍ରୀମଣ୍ଡଳରୁ ଚିଟଫଣ୍ଡ, ଛତୁଆ, ଡାଲି, ବ୍ଲାକରୋଜ ଓ ଅନ୍ୟାନ୍ୟ କେଳାଙ୍କାରୀ କାରଣରୁ ଇସ୍ତଫା ଦେଇଛନ୍ତି ସେମାନେ ଏବେ ସରକାରଙ୍କର ମୁଖ୍ୟ କାର୍ପଟଦାର ସାଜିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

 

0
0
0
s2sdefault