ହେଡଲାଇନସ୍:

ଚାଷୀଙ୍କ ପାଇଁ ଗର୍ଜିଲା କଂଗ୍ରେସ: ଚାଷୀଙ୍କ ଋଣଛାଡ ନହେଲେ ଗାଦି ଛାଡ - ନରସିଂହ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

(ନିରୋଜ ମିଶ୍ର)   କେନ୍ଦ୍ରର ସାଢେ ଚାରି ବର୍ଷ ଏବଂ ରାଜ୍ୟର ୧୮ବର୍ଷ  ଶାସନ ଓଡିଶାର କୃଷି, କୃଷକ ଓ ଯୁବକମାନଙ୍କ ପାଇଁ ଏକ ଅଭିଶପ୍ତ ସମୟ । ପ୍ରତିଶୃତି ଦେଇ ଉଭୟ ସରକାର ଶାସନରେ ବସିଛନ୍ତି । କେନ୍ଦ୍ର ତାର ପ୍ରତିଶୃତିକୁ ଜୁମଲା କହି ଲୋକଙ୍କୁ ପ୍ରତାରିତ କରିଛି । ଠିକ୍ ସେମିତି ରାଜ୍ୟ ସରକାର ତାର ପ୍ରତିଶୃତିକୁ ପ୍ରତ୍ୟେକ ୫ବର୍ଷରେ ଯୋଜନାର ନାମ ପରିବର୍ତ୍ତନ କରି ଲୋକଙ୍କୁ ଠକି ·ଲିଛି । ଆଜିବି ଜିଲ୍ଲାର ଜଳସେଚନ ମାତ୍ର ୩ ପ୍ରତିଶତ । କୃଷି ଓ କୃଷକ ଏଭଳି ଅନଶ୍ଚିତତାରେ ବଞ୍ଚôବେ କିପରି । ଯୁବକଙ୍କ କଥା ଶୁଣୁଛି କିଏ । ଜିଲ୍ଲାରେ ବହୁ ଦିନରୁ ଦାବି କଣ୍ଟାବାଞ୍ଜି ଠାରେ ୱାଗନ ଫେକଟ୍ରିକୁ ନା କେନ୍ଦ୍ର ନା ରାଜ୍ୟ ଶୁଣୁଛି । ହଜାର ହଜାର ଯୁବକ ଆଜି ରାଜ୍ୟ ବାହାରେ ଦାଦନ ଖଟିବା ପାଇଁ ଯାଉଛନ୍ତୁ ତେଣୁ ରାଜ୍ୟରେ ଏପରି ନିକମ୍ମା ସରକାର ରହିବା ରାଜ୍ୟବାସୀଙ୍କ ପାଇଁ ଅଭିଶାପ ସଦୃଶ । ରାଜ୍ୟ ସରକାର ଯଦି ଯୁବକ, କୃଷକ ଏବଂ କୃଷି ପାଇଁ କିଛି କରିପାରୁନାହିଁ ତାହା ହେଲେ ଗାଦି ଛାଡିଦେବା ଦରକାର ବୋଲି ଆଜି ସ୍ଥାନୀୟ କଳା ମଣ୍ଡଳ ପଡିଆ ଠାରେ ଅନୁଷ୍ଠିତ  ହୋଇଥିବା ଜାଗରଣ ସମାବେଶରେ ସମବେତ ହଜାର ହଜାର ଚାଷୀ, ମହିଳା ଓ ବେକାର ଯୁବକମାନଙ୍କୁ ଉଦ୍ବୋଧନ ଦେଇ ସ୍ଥାନୀୟ ବିଧାୟକ ତଥା ବିଧାନସଭାର ବିରୋଧି ଦଳ ନେତା ସରକାରଙ୍କୁ ଚେତାବନି ଦେଇଛନ୍ତି । ତାଙ୍କ ବକ୍ତବ୍ୟରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ଜିଲ୍ଲାର ବେକାରୀ ଓ କୃଷକମାନଙ୍କ ପାଇଁ ଦାବି ଯଦି ସରକାର ନ ଶୁଣେ ଆଗାମି ଦିନରେ ପ୍ରଶାସନ ଏବଂ ସରକାର ଦାୟୀ ରହିବେ ବୋଲି କହିଛନ୍ତି । 

ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିବା ଏହି ଜାଗରଣ ସମାବେଶରେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତଚରଣ ଦାସ, ଏଆଇସିସିର ପ୍ରବକ୍ତା ମୋହନ ପ୍ରକାଶ ଏବଂ ଏଆଇସିସି ସଂପାଦକ ସେକ୍ ମସ୍ତାନ ୱାଲି ପ୍ରମୁଖ ନିଜର ବକ୍ତବ୍ୟରେ ଉଭୟ ସରକାରଙ୍କୁ ସମାଲୋଚନା କରିଥିଲେ । ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ରାଜ୍ୟ ସରକାର ସମସ୍ତ ପ୍ରକାର ଦୁର୍ନିତିରେ ଲିପ୍ତ । ଡାଲି ଠାରୁ ·ଉଳ, ଚିଟ ଫଣ୍ଡ ଇତ୍ୟାଦି ଦୁର୍ନିତିରେ ସରକାର ଡୁବି ରହିଛି । ଶିଳ୍ପପତିଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଛାଡ କରୁଥିବା ବେଳେ ·ଷୀଙ୍କ ଋଣବୋଝ ସରକାରକୁ ହାଲୁକା ଲାଗୁଛି । ଚାଷୀଋଣ ଛାଡ କଲେ ସରକାର ଦେବାଳିଆ ହୋଇଯିବା ଭୟ ନବିନ ସରକାରକୁ ଘାରିଛି । ସଦ୍ୟ ସମାପ୍ତ ହୋଇଥିôବା ତିନୋଟି ରାଜ୍ୟ ନିର୍ବାଚନ ପରେ କଂଗ୍ରେସ ସରକାର ଋଣମାଫ କରିଛି । ଏହା ଓଡିଶାରେ ମଧ୍ୟ କଂଗ୍ରେସ ସରକାର ଆସିଲେ ତୁରନ୍ତ ଲାଗୁ କରାଯିବ । ଚାଷୀ ଯୁବକମାନଙ୍କ ପାଇଁ କଂଗ୍ରେସ ସରକାର ଓଡିଶାରେ ହେଉ କି କେନ୍ଦ୍ରରେ ହେଉ ଅନେକ କିଛି କାମ କରିଛି ।ଚାଷୀଙ୍କ ଋଣମାଫ ଠୁଁ ଆରମ୍ଭ କରି ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଏବଂ ଜଳସେଚନ ପାଇଁ ବିଭିନ୍ନ ଜଳସେଚନ ପ୍ରକଳ୍ପ କେବଳ କଂଗ୍ରେସ ସରକାରରେ ହୋଇଛି । ଏଣୁ ଆଗାମୀ ଦିନରେ କଂଗ୍ରେସର ହାତମୁଠାକୁ ଟାଣ କଲେ ହିଁ ଓଡିଶାର ଭାଗ୍ୟ ବଦଳିବ । ଏଆଇସିସି ର ପ୍ରବକ୍ତା ବରିଷ୍ଠ  ନେତା ମୋହନ ପ୍ରକାଶ ନିଜ ଭାଷଣରେ କହିଛନ୍ତି କେନ୍ଦ୍ରରେ ଥିବା ମୋଦି ସରକାର ଧିରେ ଧିରେ ମାନବ, ମାନବିକତା ଏବଂ ସମ୍ବିଧାନ ଉପରେ ଆକ୍ରମଣକୁ ଚରମସୀମାରେ ପହଂଚିଲାଣି | ଦେଶର ସମ୍ବିଧାନିକ ସଂସ୍ଥା ଉପରେ ବାରମ୍ବାର ଆକ୍ରମଣ ବର୍ତ୍ତମାନର କେନ୍ଦ୍ର ସରକାରକୁ ଆନ୍ତର୍ଜାତିକ ସ୍ତରରେ ସମାଲୋଚିତ ହେବାକୁ ପଡୁଛି । ନୋଟ ବନ୍ଦୀ ଜିଏସ୍ଟି ଭଳିଆ ଜନବିରୋଧି ନିଷ୍ପତ୍ତି ଦ୍ୱାରା ଦେଶର ପ୍ରଗତିରେ ରୋକ୍ ଲାଗିଯାଇଛି । ଏଆଇସିସି ସଂପାଦକ ମସ୍ତାନ ୱଲି କହିଥିଲେ ରାହୁଲ ଗାନ୍ଧୀ କି ଭାବନା ଓ ଚିନ୍ତାଧାରା ଏ ରାଜ୍ୟର ଯୁବକମାନଙ୍କୁ ବେରୋଜଗାରିରୁ ମୁକ୍ତି, ଚାଷୀଙ୍କୁ ଋଣରୁ ମୁକ୍ତି, ଛାତ୍ରମାନଙ୍କୁ ଅଶିକ୍ଷାରୁ ମୁକ୍ତି, ମହିଳାକୁ ଶୋଷଣରୁ ମୁକ୍ତି । ସବୁ ପ୍ରକାର ଅରାଜକତାରୁ ମୁକ୍ତି ପାଇବାକୁ ହେଲେ ଓଡିଶାରେ କଂଗ୍ରେସ ସରକାର ଆଣିବାକୁ ହେବ ବୋଲି କହିଥିଲେ । ରାଜ୍ୟ ନେତୃତ୍ୱମାନଙ୍କ ମଧ୍ୟରେ ଯୁବନେତା ସମରେନ୍ଦ୍ର ମିଶ୍ର ନିଜ ଅଞ୍ଚଳରେ ଯୁବକମାନଙ୍କୁ ଚାକିରି ଦେବାରେ ରାଜ୍ୟ ସରକାର ବିଫଳ ହୋଇଛି ବୋଲି କହିଥିଲେ । ସରକାର ତାର ଚତୁର୍ଥପାଳି ରେ ମଧ୍ୟ ଓଡିଶାରେ ଏପରି କୌଣସି  ଶିଳ୍ପ କରିପାରିନାହିଁ ଯେଉଁଥିରେ ସ୍ଥାନୀୟ ଯୁବକମାନେ ନିଯୁକ୍ତି ପାଇବେ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଠାରେ ରେଳ ବିଭାଗର ଜମିକୁ ଦାବି ମୁତାବକ ରେଳ ୱାଗନ କାରଖାନା କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଫେଲ ମାରିଥାନ୍ତି । ରାଜ୍ୟର ଶିକ୍ଷାନୀତି ଏପରି ହୋଇଯାଇଛି ଯଦି ପଇସା ଅଛି ପାଠ ପଢ ନ ହେଲେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଅ । ଠିକ୍ ସେପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସମାନ । ରାଜ୍ୟରେ ଲୋକେ ବେମାର ପଡିଲେ ପଇସା ଥିଲେ ବଞ୍ଚôବେ ନ ହେଲେ ସରକାରୀ ସ୍ୱାସ୍ଥ୍ୟ ସେବା ଏପରିଯେ ମଣିଷ ମରିବା ହିଁ ସାର । ମଞ୍ଚାସିନ ଥିବା ପୂର୍ବତନ ସାଂସଦ ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଏବଂ ସନ୍ତୋଷ ସିଂ ସାଲୁଜା ଉଭୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହ କୃଷକଙ୍କୁ ଜଳସେଚନ,ଚାଷୀଋଣ ମାଫ, ଯୁବକଙ୍କୁ ରୋଜଗାର ଦେଇ ନ ପାରିଲେ ଉଭୟ ସରକାର ଶାସନରେ ରହିବା କୌଣସି  ଅଧିକାର ନାହିଁ ବୋଲି କହିଥିଲେ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତ ଚରଣ ଦାସ, ପୂର୍ବତନ ବାଚସ୍ପତି କିଶୋର ପଟେଲ, ରାଜ୍ୟ କିସାନ ସେଲ ର ଅଧ୍ୟକ୍ଷ ଅମିୟ ପାଣ୍ଡବ ଏବଂ କିସାନ ସେନର କାର୍ଯ୍ୟକାରୀ ସଭାପତି ସୁଧିର ପରିଚ୍ଛା, ବିଡିସିସି ବ୍ୟାଙ୍କ ସଭାପତି ଲକ୍ଷ୍ମ ମେହେର, ଜିଲ୍ଲା କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଅସୀମ ପଟ୍ଟନାୟକ, ପିସିସି ସଂପାଦକ ସୁଧାଂଶୁ ଦାସ ପ୍ରମୁଖ ଦେଶର ଅର୍ଥନିତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କୃଷକମାନଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୌଣ ଦୃଷ୍ଟିରେ ଦେଖୁଛି, କୃଷକମାନେ ଯେପରି ସଦ୍ୟ ସମାପ୍ତ ହୋଇଥିବା ତିନୋଟି ରାଜ୍ୟରେ ସରକାରର ପଟ୍ଟ ପରିବର୍ତ୍ତନ କଲେ ଠିକ୍ ସେହିପରି ୨୦୧୯ରେ କୃଷକମାନେ ଦେଶ ଏବଂ ରାଜ୍ୟରେ ରାଜନୈତିକ ପରିବର୍ତ୍ତନ କରିବେ ବୋଲି ଚେତାବନୀ ଦେଇଥିଲେ । ୩୦ହଜାର ରୁ ଉର୍ଧ୍ଵ ଚାଷୀ ଓ ଯୁବକଙ୍କ ଏହି ସମାବେଶରେ ରାଜ୍ୟ ବିଧାନସଭାର ବିରୋଧି ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କ ନିମନ୍ତେ ଦାବିପତ୍ରରେ ଥିବା ଦାବି ଗୁଡିକ ଯଥା ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକ, ମ୍ୟୁନିସିପାଲିଟି ଏବଂ ପରିଷଦକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା କରିବା, ୨୦୧୭-୧୮ ଓ ୨୦୧୮-୧୯ ଶସ୍ୟବୀମା ପ୍ରଦାନ କରିବା, ଜଳସେଚନ ସମସ୍ୟା, ରୋଗପୋଲ ଏବଂ ଅଦିନିଆ ବର୍ଷା ଯୋଗୁଁ ଫସଲହାନୀର କ୍ଷତିପୂରଣ ପ୍ରଦାନ କରିବା, କୃଷକଙ୍କୁ ସମ୍ପୁର୍ଣ୍ଣ ଋଣମାଫ କରିବା, କୃଷକଙ୍କୁ ପ୍ରାଇସ, ପେନସନ ଏବଂ ପ୍ରେଷ୍ଟିଜ ପ୍ରଦାନ କରିବା, ଧାନର ଅଭାବି ବିକ୍ରି ଏବଂ ଏଥିପାଇଁ ଦାୟୀ ଥିବା ଅଧିକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା, ବଲାଙ୍ଗିରର ଜିବନରେଖା ଲୋୟର ସୁକତେଲ ଜଳସେଚନ ପ୍ରକଲ୍ପ ଶିଘ୍ର ସମାପ୍ତ କରିବା ତଥା ଅଞ୍ଚଳର ·ଷୀମାନଙ୍କ ପାଇଁ ଅନ୍ୟାନ୍ୟ ପ୍ରକଲ୍ପ ହାତକୁ ନେବା , ବଲାଙ୍ଗିର ଠାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚର ପ୍ରତିଷ୍ଠା  କରାଇବା, ବଲାଙ୍ଗିର ଠାରେ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବା, ରାଜେନ୍ଦ୍ର କଲେଜକୁ ବିଶ୍ୱ ବିଦ୍ୟାଳୟରେ ମାନ୍ୟତା ଦେବା, ସ୍କୁଲ କଲେଜ ପାଇଁ ଶିକ୍ଷକ ଏବଂ ଡାକ୍ତରଖାନା ପାଇଁ ଆନୁସଙ୍ଗିକ ଭିତ୍ତିଭୂମି ସହ ପର୍ଯ୍ୟାପ୍ତ ପରିମାଣରେ ଡାକ୍ତର ପ୍ରଦାନ କରିବା ଆଦି ୧୨ ଦଫା ଦାବି ଉପସ୍ଥିତ ଜନତାଙ୍କୁ ସମର୍ଥନ ପାଇଁ ପଢି ଶୁଣାଇଥିଲେ ।  ଠିକ୍ ସେପରି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଥିବା ୬ ଦଫା ଦାବି ହେଲା କୃଷିକଙ୍କ ପାଇଁ ସମ୍ପୁର୍ଣ୍ଣ ଋଣ ମାଫ, ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଜିଲ୍ଲାର ଚାଷୀଙ୍କ ଠୁଁ ଧାନକିଣା ହେବା, କଣ୍ଟାବାଞ୍ଜି ଠାରେ ୱାଗନ ମରାମତି କାରଖାନା, ୱାଗନ କାରଖାନା କିମ୍ବା ଲୋକ ମୋଟିବ୍ ୟୁନିଟ ସ୍ଥାପନ କରିବା, ବଲାଙ୍ଗିିରର ବହୁ ପ୍ରତିକ୍ଷିତ ବାଏପାସ ନିର୍ମାଣ କାମ ଶିଘ୍ର ଆରମ୍ଭ କରିବା, ବଲାଙ୍ଗିର ଠାରେ ବହୁ ଦିନର ଦାବି ହାଇକୋର୍ଟର ସ୍ଥାୟୀ ବେଞ୍ଚ  ସ୍ଥାପନ କରିବା ତଥା ପ୍ରଧାନମନ୍ତ୍ରୀଙ୍କ ଆଗାମୀ ବଲାଙ୍ଗିର ଗସ୍ତ ସମୟରେ ବଲାଙ୍ଗିରର ଯୁବକମାନଙ୍କ ନିଯୁକ୍ତି ପାଇଁ ତଥା ଅର୍ଥନୈତିକ ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା । ଜାଗରଣ ସମାବେଶ ପରେ ପରେ ସ୍ଥାନୀୟ ସାର୍କିଟ ହାଉସ ଠାରେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ କଂଗ୍ରେସ ଦଳ ତରଫରୁ ୧୨ଓ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା ।

0
0
0
s2sdefault