ହେଡଲାଇନସ୍:

ମୋହନା ନିର୍ବାଚନ ମଣ୍ଡଳୀର ରାୟଗଡ ବ୍ଲକ ଜିରାଙ୍ଗ ଠାରେ ବିଜୁ ଜନତାଦଳର ମହାସମାବେଶ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନବୀନ ସରକାର ଶାସନକୁ ଆସିଲା ପରଠୁ ଲୋକଙ୍କ ଦୁଃଖ ଖୋଜି ବିଭିନ୍ନ ଯୋଜନା କରିଛନ୍ତି

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ନବୀନ ସରକାର ରାଜ୍ୟରେ ଶାସନ ଭାର ଗ୍ରହଣ କରିବା ଦିନ ପରଠାରୁ ରାଜ୍ୟରେ ଲୋକଙ୍କ ଦୁଃଖ ଓ ସମସ୍ୟାକୁ ଖୋଜି ଦୁଃଖ ଓ ସମସ୍ୟାର ଦୂର ହେଲା ଭଳି ଯୋଜନା ପରେ ଯୋଜନା ଏଭଳି ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକ ପ୍ରଣୟନ କରି କାର୍ଯ୍ୟକାରୀ କରିଚାଲିଛନ୍ତି ବୋଲି ଆୟୋଜିତ ବିଜେଡିର ଵାର୍ଡ କମିଟି କର୍ମୀସମ୍ମିଳନୀ ଓ ମହାସମାବେଶରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ  ଓ ଅନ୍ୟମଞ୍ଚାସୀନ ଅତିଥି ମାନେ କହିଛନ୍ତି । ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ରାୟଗଡ ବ୍ଲକ ଜିରାଙ୍ଗ ଠାରେ ବିଜେଡିର ଆୟୋଜିତ ଜୋନ ସ୍ତରୀୟ ଵାର୍ଡ କମିଟି କର୍ମୀ ସମ୍ମିଳନୀର ମହାସମାବେଶରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ କହିଥିଲେ ଯେ ୱାର୍ଡ  କମିଟି ଗଠନ ହୋଇ କମିଟିର ସଦସ୍ୟ ମାନେ ତୃଣମୁଳସ୍ତରର ଲୋକଙ୍କ ଠାରେ ପହଞ୍ଚି ନବୀନ ପଟ୍ଟନାୟକ ସରକାରଙ୍କ ୧୮ ବର୍ଷ ଶାସନ କାଳରେ  ଯେତେ ସବୁ ଲୋକାଭିମୁଖୀ ଜନପ୍ରିୟ ଯୋଜନା ସବୁ କାର୍ଯ୍ୟକାରୀ ହୋଇଛି ତାହା ଲୋକଙ୍କୁ ସଚେତନ କରାଇ ଲୋକଙ୍କ ଆସ୍ତାଭାଜନ ହେବାକୁ କହି ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳର ଏବଂ ନବୀନ ପଟ୍ଟନାୟକ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ କରିଥିଲେ । କାଳିଆ ଯୋଜନାରେ ରାଜ୍ୟର ସମସ୍ତ ଚାଷୀ ଯେଉଁ ଭଳି ଉପକୃତ ହୋଇପାରିବେ, ସେମାନେ କିଭଳି ଶସକ୍ତି ହୋଇ ଆର୍ଥିକ ସ୍ଥିତି ବଢିପାରିବ ଏହା ନବୀନ ସରକାରଙ୍କ ଚାଷୀଙ୍କ କ୍ଷେତ୍ରରେ ଅତ୍ୟନ୍ତ ଉପକାରୀ ଦୂରଦୃଷ୍ଟି ଯୋଜନା ସହ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟିକା ବାସନ୍ତି ମଲ୍ଲିକ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡା, ଜିଲ୍ଲା ସ୍ୱତନ୍ତ୍ର ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଉପସଭାପତି ଲକ୍ଷ୍ମୀକାନ୍ତ ପରିଛା, ନୃସିଂହ ଚରଣ ପଟ୍ଟନାୟକ, ଜ୍ଞାନ ଜେନା, ଦୀନ ବନ୍ଧୁ ଦାସ, ଝୁମ୍ପୁରା ରଇତ, ବ୍ଲକସଭାପତି ଲକ୍ଷ୍ମଣ ଶବର, ଆର. ଉଦୟଗିରି ଅଧ୍ୟକ୍ଷା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ନବୀନ ସରକାରଙ୍କ ବିଭିନ୍ନ ଜନପ୍ରିୟ ଲୋକାଭିମୁଖୀ ଯୋଜନା ଗୁଡିକର ଗୁଣଗାନ କରିଥିଲେ । ଜନ୍ମ ଠାରୁ ମରଣ ଚାଷୀ, ଶ୍ରମିକ, ଗର୍ଭବତୀ ମା, ଝିଅ, ବୁଢାବୁଢି, ବିକଳାଙ୍ଗ ସମସ୍ତଙ୍କ ପାଇଁ ଯେଉଁ ସବୁ ବର୍ଗକୁ ସୁହାଇଲାଭଳି ଯୋଜନା ସବୁ କରିଛନ୍ତି । ତାହା ଗ୍ରାମାଞ୍ଚଳର ତୃଣମୁଳ ସ୍ତରରେ ଥିବା ସବୁ ଲୋକଙ୍କ ପାଖରେ ପହଞ୍ଚାଇ ସଚେତନ କରାଇ ସେମାନଙ୍କ ଆସ୍ଥା ଭାଜନ ହୋଇ ଆଗାମୀ ନିର୍ବାଚନରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୮୦୦୦ରୁ ଉର୍ଧ୍ଵ  କର୍ମୀ ଓ ଜନସାଧାରଣ ଯୋଗ ଦେଇଥିଲେ । ବହୁ ବିଜେପି ଓ କଂଗ୍ରେସର ବ୍ଲକ ସ୍ତରର ନେତା ମାନେ ବିଜେଡିରେ ସାମିଲ ହୋଇ ସମ୍ୱର୍ଦ୍ଧିତ ହୋଇଥିଲେ । ଆଦିବାସୀ ଭାଷା ଲୋକପ୍ରିୟ ଗାୟକ ଷ୍ଟିଫେନ୍‍ ରଇତ ଯୋଗ ଦେଇ ନବୀନ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଗୀତ ଗାଇଥିଲେ ।

0
0
0
s2sdefault