ହେଡଲାଇନସ୍:

ଧର୍ମେନ୍ଦ୍ର ଦୋହରାଇଲେ ପ୍ରଶ୍ନ : ଦୁର୍ନୀତିର ଦାନବକୁ ଦାନା ପାଣି କିଏ ଦେଉଛି, ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି  ଜଳସେଚନ ପାଇଁ ରାଜ୍ୟ ସରକାରଙ୍କର ବଡ ପ୍ରତିଶ୍ରୁତି ପ୍ରତାରଣାର ରୂପ ନେଇଥିବା କାରଣରୁ ରାଜ୍ୟର ଚାଷୀ ଭାଇ ମାନେ ସବୁଠୁ ବଡ ସମସ୍ୟାର ସାମନା କରୁଛନ୍ତି ବୋଲି କହିଛନ୍ତି  |ଜଳସେଚନ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ମନ୍ତବ୍ୟ ରଖି ଟ୍ୱିଟ କରିବା ସହ ବାରିପଦା ଠାରେ ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ପ୍ରଧାନମନ୍ତ୍ରୀ ଉଠାଇଥିବା ଅନ୍ୟାନ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ଅଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି | 

ସେ କହିଛନ୍ତି ଯେ  ଓଡିଶାର ଚାଷୀର ଅ।ୟ ସାରା ଦେଶରେ ତଳ ଅ।ଡୁ ଦ୍ୱିତୀୟ ସ୍ଥାନରେ ରହିଛି  । ରାଜ୍ୟର ଚାଷୀ ପରିଶ୍ରମୀ ହେବା ସତ୍ୱେ  ଜଳସେଚନ ଓ ଅ।ନୁଷଙ୍ଗିକ ସୁବିଧା ଅଭାବରୁ ସେମାନଙ୍କର ଅବସ୍ଥା ଦୟନୀୟ ହୋଇଛି  । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ରାଜ୍ୟରେ ଉଠା ଜଳସେଚନ କାରଣରୁ ଜଳସେଚନର ବ୍ୟାପକ ଉନ୍ନତିର ମିଛ ଓ ରଙ୍ଗିନ ଚିତ୍ର ହିଁ ଦେଇଛନ୍ତି  । ରାଜ୍ୟର  ଚାଷୀ ଲିଫ୍ଟ ଇରିଗେସନ ପଏଂଟ ପାଖରେ ବିଜୁଳି ନ ରହିବା ବା  ଲୋ ଭୋଲଟେଜ କାରଣରୁ ପାଣି ନ ଉଠିବାରୁ ସୁନାର ଫସଲ ନଷ୍ଟ ହେବାରୁ ଅ।ତ୍ମହତ୍ୟା କରିବା ଘଟଣା ଓଡିଶାବାସୀ ଜାଣିଛନ୍ତି । କିଏ ନିଜ ଜମିରେ ବୋର ୱେଲ କଲା ମୁଖ୍ୟମନ୍ତ୍ରୀ ତାକୁ ବି ରାଜ୍ୟ ସରକାରଙ୍କ ଜଳସେଚନ ତାଲିକାରେ ଗଣୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି | 

ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଜଳସେଚନ ପ୍ରସଙ୍ଗ ସହ ରାଜ୍ୟରେ ଦୁର୍ନୀତିର ଦାନବକୁ ଦାନା ପାଣି କିଏ ଦେଉଛି ଏହି  ପ୍ରଶ୍ନର ଉତର ମୁଖ୍ୟମନ୍ତ୍ରୀ ଦେଉ ନାହାନ୍ତି କାହିଁକି  ବୋଲି ସେ ପ୍ରଶ୍ନ କରିଛନ୍ତି  । ନବୀନ ନିବାସ ଭିତରେ ରହୁଥିବା ଛୋଟ ଦାନବ ସରୋଜ ସାହୁଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କ କଣ ଏହାର ସ୍ପଷ୍ଟୀକରଣ ମୁଖ୍ୟମନ୍ତ୍ରୀ ଦେଉ ନାହାନ୍ତି କାହିଁକି? ରୋଜଗାର  ଅଭାବରୁ ଓଡିଶାର ଯୁବ ପୀଢୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା, ଘରେ ଘରେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବାରେ ବିଫଳତା ତଥା ରାଜ୍ୟରେ ମହିଳା ସମ୍ମାନ ଓ ଇଜ୍ଜତ ଭୁଲୁଣ୍ଠିତ ହେବା ନେଇ ମୁଖ୍ୟମନ୍ତ୍ରୀ ତାଙ୍କର ଅ।ଭିମୁଖ୍ୟ ସ୍ପଷ୍ଟ କରିବାରେ କାହିଁକି ପଛାଉଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । 

 

0
0
0
s2sdefault